ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ରାଜ୍ୟରେ କୋପ ଦେଖାଇବା ପରେ ଏବେ ତଳମୁହାଁ ମହାମାରୀ। ମହାମାରୀର ପ୍ରକୋପ ଦିନକୁ ଦିନ ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁରେ ଲାଗୁନି ବ୍ରେକ୍। ଦୀର୍ଘ ଦିନ ଧରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଥିବାରୁ ଏହା ଏବେ ଚିନ୍ତା ବଢ଼ାଉଛି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୩୮ ଚିହ୍ନଟ ହୋଇଥିବା ବେଳେ ୧୨୯୩ ହେଉଛି ଲୋକାଲ କେସ୍। ସେହିପରି ରାଜ୍ୟରେ ଆଉ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଅନୁଗୁଳରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୯୦, ବରଗଡ଼ରୁ ୩୯; ଭଦ୍ରକରୁ ୧୩୫, ବଲାଙ୍ଗିରରୁ ୩୦, ବୌଦ୍ଧରୁ ୪୦, କଟକରୁ ୨୯୫, ଦେବଗଡ଼ରୁ ୧୧ ଓ ଢେଙ୍କାନାଳରୁ ୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ ଗଜପତି ଜିଲ୍ଲାରୁ ୨୫, ଗଂଜାମରୁ ୨୬, ଜଗତସିଂହପୁରରୁ ୧୦୭, ଯାଜପୁରରୁ ୨୨୬, ଝାରସୁଗୁଡ଼ାରୁ ୧୭, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୮ ଓ କେନ୍ଦୁଝରରୁ ୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ଖୋର୍ଦ୍ଧାରୁ ୩୮୧, କୋରାପୁଟରୁ ୬୮, ମାଲକାନଗିରିରୁ ୪୩, ମୟୂରଭଂଜରୁ ୧୬୭, ନବରଙ୍ଗପୁରରୁ ୬୩, ନୟାଗଡ଼ରୁ ୧୪୦, ନୂଆପଡ଼ାରୁ ୨୦, ପୁରୀରୁ ୧୮୦, ରାୟଗଡ଼ାରୁ ୪୪, ସମ୍ବଲପୁରରୁ ୩୦, ସୁବର୍ଣ୍ଣପୁରରୁ ୨୨, ସୁନ୍ଦରଗଡ଼ରୁ ୮୦ ଓ ଷ୍ଟେଟପୁଲରୁ ୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩ରେ ପହଞ୍ଚିଲା।
ରାଜ୍ୟରେ ଆଉ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୬୩୩କୁ ପାଇଛି।
The post ରାଜ୍ୟରେ ତଳମୁହାଁ ମହାମାରୀ, ୩୦୩୧ ପଜିଟିଭ ଚିହ୍ନଟ, ଆଖି ବୁଜିଲେ ୪୩ appeared first on Odisha Reporter.
from Odisha Reporter https://ift.tt/3gQ59YS
No comments:
Post a Comment