ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ଲହର ପିକରେ ଥିବା ବେଳେ ଅକ୍ସିଜେନର ଅଭାବ ଦେଖାଦେଇଥିଲା। ଅନେକ ରାଜ୍ୟ ଅକ୍ସିଜେନ ଦାବି କରିଥିଲେ। କେନ୍ଦ୍ର ମଧ୍ୟ ଠିକ୍ ସମୟରେ ଅକ୍ସିଜେନ ଯୋଗାଇ ପାରିନଥିବାରୁ ଏହାକୁ ନେଇ ବିରୋଧୀ ଏବଂ ଅନେକ ରାଜ୍ୟ ସରକାରଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ବିରୋଧରେ ବର୍ଷିଥିଲେ।
ଏହାରି ଭିତରେ ଦିଲ୍ଲୀର ଅକ୍ସିଜେନକୁ ନେଇ ଏକ ସୁପ୍ରିମକୋର୍ଟ ଅଡିଟ୍ ରିପୋର୍ଟ ପ୍ରକାଶ ପାଇଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଅକ୍ସିଜେନ ଅଡିଟ୍ କମିଟି ତାଙ୍କ ରିପୋର୍ଟରେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ସମୟରେ ଦିଲ୍ଲୀ ସରକାର ଆବଶ୍ୟକତାଠାରୁ ଚାରି ଗୁଣ ଅଧିକ ଅକ୍ସିଜେନ ମାଗିଥିଲେ।
ପ୍ୟାନେଲର ଅଡିଟ୍ ରିପୋର୍ଟ ଅନୁଯାୟୀ, ସେତେବେଳେ ଦିଲ୍ଲୀରେ ପ୍ରାୟ ୩୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ ଆବଶ୍ୟକ କରିଥିଲା। କିନ୍ତୁ ଦିଲ୍ଲୀ ସରକାର ୧୨୦୦ ମେଟ୍ରିକ୍ ଟନ ଆବଶ୍ୟକ ରହିଛି କହି ଦାବି କରିଥିଲେ। ଅକ୍ସିଜେନ ଅଡିଟ୍ ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଅନ୍ୟ ୧୨ଟି ରାଜ୍ୟରେ ଅକ୍ସିଜେନର ଚାହିଦା ଦିଲ୍ଲୀ ପାଇଁ ପୂରଣ କରିବାରେ ସକ୍ଷମ ହୋଇନଥିଲା କେନ୍ଦ୍ର। କାରଣ ଦିଲ୍ଲୀ ସରକାର ସେମାନଙ୍କଠୁ ଅଧିକ ଆବଶ୍ୟକ ରହିଛି କି ଅନ୍ୟ ରାଜ୍ୟକୁ ଛାଡ଼ି ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବା ପାଇଁ ଅଧିକରୁ ଅଧିକ ବ୍ୟବସ୍ଥା କରାଯାଇଥିଲା।
ତେବେ ଦିଲ୍ଲୀ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟର ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୁଡ ଏବଂ ଏମଆର ଶାହା ୧୨ ଜଣିଆ ଟାସ୍କଫୋର୍ସ ଗଠନ କରିଥିଲେ ଏବଂ ଅକ୍ସିଜେନ ବିତରଣ ବ୍ୟବସ୍ଥା ଉପରେ ଏକ ଅଡିଟ୍ ରିପୋର୍ଟ ମାଗିଥିଲେ। ମେ ମାସରେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ୧୩ଟି ଅକ୍ସିଜେନ ଟ୍ୟାଙ୍କର ଅବତରଣ କରିପାରିନଥିଲା କାରଣ ସେମାନଙ୍କ ଟ୍ୟାଙ୍କର କ୍ଷମତା ଦିଲ୍ଲୀର ହସ୍ପିଟାଲ ପାଖରୁ ୭୫% ରୁ ଅଧିକ ଥିଲା। ଏପରିକି ଏଲଏନଜେପି ଏବଂ ଏମ୍ସ ପରି ସରକାରୀ ଡାକ୍ତରଖାନାଗୁଡ଼ିକ ଅକ୍ସିଜେନ ଟ୍ୟାଙ୍କର ଫୁଲ ଥିଲା।
ସୂଚନାଯୋଗ୍ୟ ଯେ ଏପ୍ରିଲ-ମେ ମାସରେ ଯେତେବେଳେ କରୋନା ପିକରେ ଥିଲା, ସେତେବେଳେ ଦିଲ୍ଲୀର ଅନେକ ହସ୍ପିଟାଲ ଅକ୍ସିଜେନ ସଙ୍କଟ ସାମ୍ନା କରିବାକୁ ପଡୁଥିଲା ଏବଂ ଏପରିକି ଅନେକ ଲୋକ ପ୍ରାଣ ହରାଇଥିଲେ। ଅକ୍କିଜେନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା। ଏହା ପରେ କେଜ୍ରିୱାଲ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅକ୍ସିଜେନକୁ ନେଇ ବିବାଦ ତେଜିଥିଲା।
ଦିଲ୍ଲୀର ଆବଶ୍ୟକତା ଅଧିକ ଦେଖାଇବାରୁ କେନ୍ଦ୍ର ଅଧିକରୁ ଅଧିର ଅକ୍ସିଜେନ ଟ୍ୟାଙ୍କର ଯୋଗାଇଥିଲା। ଯେଉଁଥିପାଇଁ ଅନ୍ୟ ରାଜ୍ୟରେ ଅକ୍ସିଜେନର ଅଭାବକୁ ପୂରଣ କରିପାରିନଥିଲେ କେନ୍ଦ୍ର। ତେଣୁ ସେହି ରାଜ୍ୟରେ ଅନେକ ସଂକ୍ରମିତ ଅକ୍ସିଜେନ ଅଭାବରୁ ଆଖି ବୁଜିଥିଲେ। ଏଥିପାଇଁ ଦିଲ୍ଲୀର କେଜ୍ରିଓ୍ୱାଲ ସରକାର ଉତ୍ତର ଦାୟୀ ରହିବେ କି?
ଏହାକୁ ନେଇ ବିଜେପି ସାଂସଦ ତଥା କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଅକ୍ସିଜେନ ଅଭାବରୁ ଅନେକ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ରାଜ୍ୟରେ ଅକ୍ସିଜେନ ଅଭାବ ପାଇଁ ଉତ୍ତରଦାୟୀ କିଏ ରହିବେ ସେଥିପାଇଁ ଉତ୍ତରଦାୟୀ ଫିକ୍ସ ହେବା ଦରକାର।
ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ପ୍ରତିକ୍ରିୟାରେ କହିଛନ୍ତି, ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବ ରହିଥିଲା। ହେଲେ ଦିଲ୍ଲୀର ପରିଚାଳନାରେ ତ୍ରୁଟି ଥିବାରୁ ଅକ୍ସିଜେନ ସମସ୍ୟା ଅନ୍ୟ ରାଜ୍ୟରେ ରହିଥିଲା। ଏହି ଅଡିଟ ରିପୋର୍ଟରୁ ଅନେକ କିଛି ଶିଖିବାର ରହିଛି।
The post କେଜ୍ରିଓ୍ୱାଲ ସରକାର ଆବଶ୍ୟକତାରୁ ଚାରି ଗୁଣା ଅଧିକ ମାଗିଥିଲେ ଅକ୍ସିଜେନ appeared first on Odisha Reporter.
from Odisha Reporter https://ift.tt/3deZJWn
No comments:
Post a Comment