ଦ୍ଵିତୀୟ ବିରଜା ମନ୍ଦିରକୁ ନେଇ ବିବାଦ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 27, 2021

ଦ୍ଵିତୀୟ ବିରଜା ମନ୍ଦିରକୁ ନେଇ ବିବାଦ ଆରମ୍ଭ

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲାରେ ଦ୍ଵିତୀୟ ବିରଜା ମନ୍ଦିର ସ୍ଥାପନାକୁ ନେଇ ଦେଖାଦେଇଛି ବିବାଦ। ଆଉ ଜିଲ୍ଲା ପ୍ରଶାସନର ଏହି ମନ୍ଦିରକୁ ଭାଙ୍ଗିବା ନୋଟିସ ପରେ ଆରମ୍ଭ ହୋଇଛି ଶୀତଳଯୁଦ୍ଧ। ମନ୍ଦିର ଭାଙ୍ଗିବା ନିଷ୍ପତ୍ତି ବଦଳାଇବା ଦାବିରେ ସୃଷ୍ଟି ହୋଇଛି ଜିଲ୍ଲାବ୍ୟାପି ଅଶାନ୍ତି ଓ ବିରୋଧାଭାଷ।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ଧବଳଗିରିସ୍ଥିତ ହୁଡିସାହି ବିରଜା ନଗରରେ ମା’ ବିରଜାଙ୍କର ଆଉ ଏକ ମନ୍ଦିର ନିର୍ମାଣକୁ ନେଇ ଦେଖାଦେଇଛି ବିବାଦ । ମା ବିରଜାଙ୍କ ମନ୍ଦିରର ସେବାୟତମାନଙ୍କ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ଏ ନେଇ ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ମାତ୍ର ମା’ ବିରଜାଙ୍କ ପ୍ରଚାର ଉଦ୍ଦେଶ୍ୟରେ  ଏହି ମନ୍ଦିର ନିର୍ମାଣ କରାଯାଉଥିବା ଦର୍ଶାଇଛନ୍ତି ମନ୍ଦିର ନିର୍ମାତା ପ୍ରଫୁଲ୍ଲ ସାହୁ।

ସେପଟେ ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାପରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଏହା ଉପରେ ତଦନ୍ତ କରି ଏହା ଅନାବାଦୀ ଜାଗାରେ ହୋଇଥିବାରୁ ଏହାକୁ ଭାଙ୍ଗିବା ନିମନ୍ତେ ଆସନ୍ତା ମାସ ୨ ତାରିଖ ନିମନ୍ତେ ନୋଟିସ ଜାରି କରିଛନ୍ତି।

ଅପରପକ୍ଷରେ ବ୍ୟାସନଗର ବାସିନ୍ଦା ଏହି ନୋଟିସ ପ୍ରତ୍ୟାହାର କରିବା ଦାବିରେ ବିଭିନ୍ନ ସ୍ଥାନରେ ବିରୋଧ କରିବା ସହ ବ୍ୟାସନଗର ମିଳିତ ମଞ୍ଚ ଏହାକୁ ତୀବ୍ର ବିରୋଧ କରିବ ବୋଲି ଚେତାବନୀ ଦେଇଛି।

ମା’ ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ବିରଜା ନିଜ କ୍ଷେତ୍ର ମଧ୍ୟରେ ପୂଜା ପାଉଛନ୍ତି। ତେଣୁ ବିରଜାଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଜିଲ୍ଲାବାସୀ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

ଯଦି ବ୍ୟାସନଗରଠାରେ ରାଜନୈତିକ ଉଦେଶ୍ୟ ରଖି ନିର୍ମାଣାଧୀନ ବିରଜା ମନ୍ଦିରକୁ ବିରୋଧ କରାଯାଏ ତାହେଲେ ଯାଜପୁର ରୋଡ, ବ୍ୟାସନଗର ଓକିଲ ସଂଘ ସମେତ ସମସ୍ତ ସହରବାସୀ ଏହାର ତୀବ୍ର ବିରୋଧ କରିବେ ବୋଲି ଚେତାବନୀ ଦିଆଯାଇଛି।

ଏନେଇ ଆଇନଜୀବୀ ଜଗନ୍ନାଥ ପ୍ରସାଦ ପତି କହିଛନ୍ତି, ମା’ ବିରଜା ଆମ ଅଧିଷ୍ଠାତ୍ରୀ ଦେବୀ। ଯଦି କେହି ମା’ଙ୍କ ପୂଜା କରୁଛି, ତା’ ହେଲେ ମନ୍ଦିରକୁ  କାହିଁକି  ଭଙ୍ଗାଯିବ।  ଯଦି ଦ୍ୱିତୀୟ କୋଣାର୍କ ତିଆରି ପାଇଁ ଅନୁମତି ମିଳିପାରୁଛି, ତା’ ହେଲେ ବିରଜା ମନ୍ଦିରକୁ କ’ଣ ପାଇଁ ଭଙ୍ଗାଯିବ। ଜିଲ୍ଲା ପ୍ରଶାସନ ଭାଙ୍ଗିବାକୁ ଚେଷ୍ଟା କଲେ ଆମେ ଏହାକୁ ଘୋର ବିରୋଧ କରିବୁ।

ବ୍ୟାସନଗର ମିଳିତମଞ୍ଚ ଆବାହକ ଚନ୍ଦ୍ରଶେଖର ପଣ୍ଡା କହିଛନ୍ତି, ବ୍ୟାସନଗରରେ ଏକ ଛୋଟ ବିରଜା ମନ୍ଦିର ତିଆରି ହେଉଛି, ଯାହାକୁ ପ୍ରଶାସନ ଭାଙ୍ଗି଼ବାକୁ ନୋଟିସ୍‌ କରିଛି। ପ୍ରଶାସନର ଏପରି ଅନ୍ୟାୟ କାମକୁ ଆମେ ତୀବ୍ର ବିରୋଧ କରୁଛୁ। ଆମେ ଆଇନଗତ ପଦକ୍ଷେପ ନେବୁ, ଜନ ଆନ୍ଦୋଳନ କରିବୁ।

 ମନ୍ଦିର ନିର୍ମାଣକର୍ତ୍ତା  ପ୍ରଫୁଲ୍ଲ ସାହୁ କହିଛନ୍ତି, ପ୍ରଥମେ ଏକ ଛୋଟ ଘର କରି ମା’ଙ୍କ ପୂଜା କରାଯାଉଥିବା ବେଳେ ତାହା କ୍ରମଶଃ ମନ୍ଦିରରେ ପରିଣତ ହୋଇଗଲା। ଦୀର୍ଘ ୩୦ ବର୍ଷ ହେଲା ଆମେ ମା’ ବିରଜାଙ୍କ ପ୍ରଚାରପ୍ରସାର କରି ଆସୁଛୁ। ସେବାୟତ ସବୁ ଜାଣିବି କାହିଁକି ଏପରି ବିବାଦ ସୃଷ୍ଟି କରୁଛନ୍ତି ଆମେ ଜାଣିନାହୁଁ।  ପ୍ରଚିଷ୍ଠା ହୋଇ ସାରିବା ପରେ ଆମେ ଏହାକୁ ସରକାରଙ୍କୁ କିମ୍ବା ଜନସାଧାରଣଙ୍କୁ ଉତ୍ସର୍ଗୀକୃତ କରିଦେବୁ ।

The post ଦ୍ଵିତୀୟ ବିରଜା ମନ୍ଦିରକୁ ନେଇ ବିବାଦ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/3y3VjK7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages