ରାଜ୍ୟରେ କରୋନା ନେଲା ଆଉ ୪୩ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 27, 2021

ରାଜ୍ୟରେ କରୋନା ନେଲା ଆଉ ୪୩ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୩୦କୁ ବୃଦ୍ଧି ପାଇଛି।

ଏହି ୪୩ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ରହିଛନ୍ତି। ସେହିପରି ଏହି ୯ ଜଣଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୫ ଜଣ ଅଛନ୍ତି। ବରଗଡ଼, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ ଥିବା ବେଳେ ସୁନ୍ଦରଗଡ଼ରୁ ୪ ଏବଂ କଟକ, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି। ସେହିପରି ଢେଙ୍କାନାଳ ଜିଲ୍ଲାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୬୩୩କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୧୩୦, ନୟାଗଡ଼ରେ ୮୪, ପୁରୀରେ ୨୨୪, ସୁନ୍ଦରଗଡ଼ରେ ୩୪୯, କଟକରେ ୨୭୫, ଭଦ୍ରକରେ ୪୭, ଗଞ୍ଜାମରେ ୩୩୦, ଢେଙ୍କାନାଳରେ ୬୦, ବାଲେଶ୍ୱରରେ ୧୨୯, କେନ୍ଦୁଝରରେ ୬୮, ମୟୂରଭଞ୍ଜରେ ୧୨୮ ଓ ସମ୍ବଲପୁରରେ ୧୧୭କୁ ବୃଦ୍ଧି ପାଇଛି।

The post ରାଜ୍ୟରେ କରୋନା ନେଲା ଆଉ ୪୩ ଜୀବନ appeared first on Odisha Reporter.



from Odisha Reporter https://ift.tt/3A4jBVU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages