୧୮ ଘଣ୍ଟାର ପରିଶ୍ରମ ପରେ କାର୍‌ରୁ ବାହାରିଲା ୨୧ କୋଟି ଟଙ୍କାର ସୁନା ବିସ୍କୁଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 17, 2021

୧୮ ଘଣ୍ଟାର ପରିଶ୍ରମ ପରେ କାର୍‌ରୁ ବାହାରିଲା ୨୧ କୋଟି ଟଙ୍କାର ସୁନା ବିସ୍କୁଟ

ନୂଆଦିଲ୍ଲୀ: ବଡ଼ ଧରଣର ସୁନା ଚୋରା ଚାଲାଣ ଘଟଣାକୁ ପଣ୍ଡ କରିଛି ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟିଲିଜେନ୍ସ( ଡିଆରଆଇ)। ଏହାର ଅଧିକାରୀମାନେ ସ୍ୱତନ୍ତ୍ର ଅପରେଶନ ଜରିଆରେ ୪୩ କେଜିରୁ ଅଧିକ ପରିମାଣର ସୁନା ବିସ୍କୁଟ ଜବତ କରିଛନ୍ତି।

ଏହି ଜବତ ସୁନା ବିସ୍କୁଟର ମୂଲ୍ୟ ପ୍ରାୟ ୨୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ମଣିପୁରର ଇମ୍ଫାଲରୁ ଏହି ସୁନା ବିସ୍କୁଟ ଗୁଡ଼ିକ ଗୋଟିଏ କାରରୁ ଜବତ କରାଯାଇଛି। ଏଥିପାଇଁ ପ୍ରାୟ ୧୮ ଘଣ୍ଟା ଲାଗିଥିଲା।

ଜଣେ ଅଧିକାରୀ କହିଛନ୍ତି, ସୁନା ଚୋରା ଚାଲାଣର ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଅପରେସ ବେଳେ ଇମ୍ଫାଲରେ ଯାତାୟାତ କରୁଥିବା କାର ଗୁଡ଼ିକୁ ଚେକିଂ କରାଯାଇଥିଲା। ଏହି ସମୟରେ ଅଧିକାରୀମାନେ କାର ଯୋଗେ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକାଇଥିଲେ। ସେମାନେ ସୁନା ବିସ୍କୁଟ ନେଇ ଯାଉଥିବା ଖବର ମିଳିଥିଲେ ହେଁ ପ୍ରାଥମିକ ସ୍ତରରେ କିଛି ବି ମିଳି ନଥିଲା।

ଉଭୟଙ୍କୁ ବିସ୍ତୃତ ଭାବେ ଜେରା କରାଯିବା ପରେ ଉକ୍ତ କାର୍‌ ମଧ୍ୟରେ ସ୍ୱତନ୍ତ୍ର ୩ଟି ସ୍ଥାନ ତିଆରି କରି ବିସ୍କୁଟ ଗୁଡ଼ିକ ରଖାଯାଇଥିବା ଜଣାପଡ଼ିଥିଲା। କାର୍‌ ମଧ୍ୟରେ ହୋଇଥିବା ୩ଟି ସ୍ୱତନ୍ତ୍ର ଗୁପ୍ତ ସ୍ଥାନରୁ ୨୬୦ଟି ବିସ୍କୁଟ ରହିଥିଲା। ଏହାକୁ ବାହାର କରିବା ପାଇଁ ଅଧିକାରୀମାନଙ୍କୁ ଦୀର୍ଘ ୧୮ ଘଣ୍ଟା ସମୟ ଲାଗିଥିଲା। ଏହି ଗାଡ଼ିଟି ପୂର୍ବରୁ ମଧ୍ୟ ଅନେକ ଥର ଚୋରା ଚାଲାଣରେ ବ୍ୟବହୃତ ହୋଇଥିଲା।

ମଣିପୁର ଓ ମିଆଁମାର ସୀମାରେ ନିରବଚ୍ଛିନ୍ନ ଭାବେ ଏପରି ସୁନା ଚୋରା ଚାଲାଣ ଚାଲିଛି। କରୋନା ଭାଇସ ଓ ଲକଡାଉନ ସମୟରେ ମଧ୍ୟ ଏହି କାରବାର ଚାଲିଥିଲା। ୩ ମାସ ମଧ୍ୟରେ ଅଧିକାରୀମାନେ ୬୩ କେଜିରୁ ଅଧିକ ସୁନା ଜବତ କରିସାରିଲେଣି। ଏହାର ବଜାର ମୂଲ୍ୟ ୩୩ କୋଟି ଟଙ୍କାରୁ ଅଧିକ ହେବ। ଏହା ମଧ୍ୟରୁ କେବଳ ଜୁନ୍‌ ମାସରେ ୫୫ କେଜି ସୁନା ଜବତ ହୋଇଛି।

The post ୧୮ ଘଣ୍ଟାର ପରିଶ୍ରମ ପରେ କାର୍‌ରୁ ବାହାରିଲା ୨୧ କୋଟି ଟଙ୍କାର ସୁନା ବିସ୍କୁଟ appeared first on Odisha Reporter.



from Odisha Reporter https://ift.tt/3gzQLFi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages