ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଏବେ ଧୋନିଙ୍କ ପରିବାରରେ ଯୋଡି ହୋଇଛି ଆଉ ଏକ ନୂଆ ସଦସ୍ୟ। ତାଙ୍କ ଘରକୁ ଆସିଛି ନୂଆ ଅତିଥି। ନୂଆ ଅତିଥିକୁ ଦେଖି ଧୋନିଙ୍କ ଝିଅ ଜିଭାର ଖୁସି କହିଲେ ନସରେ। ସେ ତା’ସହ ଖେଲିବା ପାଇଁ ପ୍ରସ୍ତୁତ ହୋଇଯାଇଛି। ଏହି ଖୁସି ଖବରକୁ ଧୋନିଙ୍କ ପତ୍ନୀ ସାକ୍ଷୀ ଝିଅ ଜିଭାର ସୋଶାଲ ମିଡିଆ ଆକାଉଣ୍ଟ ଜରିଆରେ ସେଆର କରିଛନ୍ତି।
ବାସ୍ତବରେ ତାଙ୍କ ଫାର୍ମ ହାଉସ୍କୁ ଏକ କୁନି ଘୋଡା ନୂଆ ଅତିଥି ରୂପେ ଆସିଛି। ଏହାକୁ ଦେଖି ଜିଭା ପୁରା ଖୁସିରେ ଗଦଗଦ ହୋଇଯାଇଛି। ଇନ୍ଷ୍ଟାଗ୍ରାମରେ ସେଆର ହୋଇଥିବା ଫଟୋରେ ଝିଅ ଜିଭା ଏକ ଛୋଟ ଘୋଡା ସହ ଖେଳୁଥିବା ଦେଖିବାକୁ ମିଳିଛି। ଏହି ଫଟୋର କ୍ୟାପସନ୍ରେ କିଛି ଲେଖା ହୋଇନାହିଁ କେବଳ ହାର୍ଟ ଇମୋଜି ରହିଛି। ବର୍ତ୍ତମାନ ଏହି ଫଟୋଟି ଚାରିଆଡେ ଭାଇରାଲ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଫଟୋଟିକୁ ପ୍ରାୟ ୧.୫ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଳାଣି।
ଏକ ସପ୍ତାହ ପୂର୍ବରୁ ସାକ୍ଷୀ ଏକ ଭିଡିଓ ସେଆର କରିଥିଲେ। ଏଥିରେ ଧୋନି କଳା ରଙ୍ଗର ମାରୱାଡି ଘୋଡାର ମସାଜ କରୁଥିବା ଦେଖିବାକୁ ମିଳିଥିଲା। ଏହି ଘୋଡାର ନା’ ଚେତକ ରଖାଯାଇଥିବା କହିଥିଲେ ସାକ୍ଷୀ। ଏଥିସହ ଘୋଡାଟିକୁ ତାଙ୍କ ପରିବାରର ସଦସ୍ୟ ବୋଲି କହିବା ସହ ତାକୁ(ଘୋଡ଼ା) ତାଙ୍କ ଘରକୁ ସ୍ୱାଗତ କରିଥିଲେ ସାକ୍ଷୀ।
ସୂଚନା ମୁତାବକ ଆଇପିଏଲ୍ର ୧୪ତମ ସିଜିନ୍ ସ୍ଥଗିତ ରଖାଯିବା ପରେ ଏବେ ଧୋନି ରାଞ୍ଚିରେ ଅଛନ୍ତି। ସେଠାରେ ସେ ତାଙ୍କ ପୌତ୍ରୁକ ଘରେ ପରିବାର ସହ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି।
View this post on Instagram
The post ଧୋନିଙ୍କ ଘରକୁ ଆସିଲା ନୂଆ ଅତିଥି appeared first on Odisha Reporter.
from Odisha Reporter https://ift.tt/3pqWnED
No comments:
Post a Comment