ନୂଆଦିଲ୍ଲୀ: ମହାମାରୀ କରୋନାରୁ ସୁରକ୍ଷା ଦେବାକୁ ଚାଲିଥିବା ଟିକାକରଣକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଟିକା ଭାରତରେ ପ୍ରଥମ ଜୀବନ ନେଇଥିବା ସରକାର ସ୍ୱୀକାର କରିଛନ୍ତି। ଟିକାକରଣ ପରେ ସୃଷ୍ଟି ହେଉଥିବା ପାର୍ଶ୍ୱପ୍ରତିକ୍ରିୟା ଉପରେ ନଜର ରଖିବା ପାଇଁ ଗଠିତ କମିଟି ଜଣେ ବ୍ୟକ୍ତି ଟିକା ନେଇ ପ୍ରାଣ ହରାଇଥିବା କଥା କହିଛି। ଜଣେ ୬୮ ବର୍ଷୀୟ ବ୍ୟକ୍ତି କରୋନା ଟିକା ନେବା ପରେ ପ୍ରାଣ ହରାଇଛନ୍ତି।
କରୋନା ଟିକା ନେବା ପରେ ପ୍ରବଳ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହାର ସମୀକ୍ଷା ସରକାରୀ ପ୍ୟାନେଲ ପକ୍ଷରୁ କରାଯାଇଥିଲା। ଏହି ୩୧ଟି କେସ୍ ମଧ୍ୟରୁ ଜଣେ ବ୍ୟକ୍ତି କରୋନା ଟିକା ନେବା ପରେ ପ୍ରାଣ ହରାଇଥିବା ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ୨୦୨୧ ମାର୍ଚ୍ଚ ୮ ତାରିଖରେ ୬୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ଟିକା ନେଇଥିଲେ। ଏହାପରେ ତାଙ୍କ ଶରୀରରେ ପ୍ରବଳ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଥିଲା। ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଭାରତରେ ପ୍ରଥମ କରୋନା ଟିକା ଜନିତ ମୃତ୍ୟୁ ବୋଲି ଏଇଏଫଆଇର ଅଧ୍ୟକ୍ଷ ଡା ଏନକେ ଅରୋରା କହିଛନ୍ତି।
ଆଉ ଦୁଇ ଜଣ ଜାନୁଆରୀ ୧୯ ଓ ୧୬ରେ ଟିକା ନେବା ପରେ ଗୁରୁତର ଅସୁସ୍ଥ ହୋଇଥିଲେ। ସେମାନେ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।
ଆଉ ୩ଟି ମୃତ୍ୟୁ ଟିକା ଜନିତ ହୋଇଥିବା ଅଭିଯୋଗ ହୋଇଥିଲେ ହେଁ ସରକାର କେବଳ ଗୋଟିଏ ମୃତ୍ୟୁକୁ ସ୍ୱୀକାର କରିଛନ୍ତି।
The post ଟିକା ନେଇ ଭାରତରେ ପ୍ରଥମ ମୃତ୍ୟୁକୁ ସ୍ୱୀକାର କଲେ ସରକାର appeared first on Odisha Reporter.
from Odisha Reporter https://ift.tt/3grBMNq
No comments:
Post a Comment