କରୋନାର ତୃତୀୟ ଲହରକୁ ନେଇ ବିରୋଧୀଙ୍କୁ ଚିଠି ଲେଖିଲେ ବୁଦ୍ଧିଜୀବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 3, 2021

କରୋନାର ତୃତୀୟ ଲହରକୁ ନେଇ ବିରୋଧୀଙ୍କୁ ଚିଠି ଲେଖିଲେ ବୁଦ୍ଧିଜୀବୀ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଏବେ କମିବାରେ ଲାଗିଛି। ହେଲେ ଆଗକୁ ତୃତୀୟ ଲହର ଆସିବ। ତେଣୁ ସମସ୍ତେ ସଚେତନ ରହିବା ଆବଶ୍ୟକ। ହେଲେ କେନ୍ଦ୍ର କିମ୍ୱା ରାଜ୍ୟ ସରକାର ଏ ନେଇ କୌଣସି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରି ନାହାନ୍ତି। ଆଗୁଆ ପଦକ୍ଷେପ ନନେଲେ ତୃତୀୟ ଲହର ଅଧିକରୁ ଅଧିକ କ୍ଷତି ଘଟାଇପାରେ ବୋଲି ଆକଳନ କରିଛନ୍ତି ବୁଦ୍ଧିଜୀବୀ। ତେଣୁ ଇତିହାସ ବିଶାରଦ ରୋମିଲା ଥାପର, ଇରଫାନ ହବିବ ତଥା ଅର୍ଥଶାସ୍ତ୍ରୀ କୌଶିକ ବସୁ ସମେତ ମୋଟ୍ ୧୮୫ ଜଣ ବ୍ୟକ୍ତି ବିରୋଧୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଯେଉଁଥିରେ କରୋନାର ତୃତୀୟ ଲହରର କୋପରୁ ବର୍ତ୍ତିବା ପାଇଁ କିଛି ପରାମର୍ଶ ଦେଇଛନ୍ତି। ବିରୋଧୀ ଏସବୁ ଜାଣିବା ପରେ ସରକାରଙ୍କ ଉପରେ ଏହି ସବୁ ନିୟମ ଲାଗୁ କରିବାକୁ ଚାପ ପ୍ରୟୋଗ କରିବା ଦରକାର ବୋଲି ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି। ଏହା ହେଉଛି ପ୍ରକୃତ ଉଦ୍ଦେଶ୍ୟ ବୋଲି ବୁଦ୍ଧିଜୀବୀ କହିଛନ୍ତି।

ଚିଠିର ଦ୍ୱିତୀୟ  ଲହର ବାବଦରେ ମଧ୍ୟ ଉଲ୍ଲେଖ ରିହଛି। ଯେଉଁଭଳି ଭାବରେ ରାସ୍ତାରେ ମୃତ ଶରୀର ପଡ଼ିବା ଏବଂ ନଦୀରେ ମୃତ ଶରୀର ଭାସିବା କଥା ମଧ୍ୟ ଏଥିରେ ଉଲ୍ଲେଖ ରହିଛି। କୁହାଯାଇଛି ଯେ ଏହି ଘଟଣା ଗୁଡ଼ିକ ତୃତୀୟ ଲହର ବେଳେ ନଦେଖିବା ଠିକ୍ ହେବ। ତେଣୁ ଆଗୁଆ ସତର୍କ ରହିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି। ଏଭଳି ଘଟଣା ଘଟିବା ପରେ ମଧ୍ୟ କେନ୍ଦ୍ର ସରକାର କି ରାଜ୍ୟ ସରକାର ମାନେ ଏହି ପରାମର୍ଶକୁ ସ୍ୱାଗତ କରି ନାହାନ୍ତି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ହେଲେ ଏକ ଟାସ୍କ ଫୋର୍ସ ଗଠନ ହେବା ଦରକାର ଉପରେ ମଧ୍ୟ ଏହି ୧୮୫ ବୁଦ୍ଧିଜୀବୀ ଜୋର ଦେଇଛନ୍ତି। ସମସ୍ତ ରାଜନୀତିକ ଦଳ ଏକ ହୋଇ କରୋନାକୁ ଏହି ଭଳି ଭାବରେ ମୁକାବିଲା କରିବା ଦରକାର ବୋଲି ସରକାର ବୁଦ୍ଧିଜୀବୀ କହିଛନ୍ତି।

ଏହି ଚିଠିରେ ଦସ୍ତଖତ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ମାଗସେସ ପୁରସ୍କାର ପ୍ରାପ୍ତ ବିଜୟୱା ୱିଲସନ, ପୂର୍ବତନ ଅନ୍ତର୍ଜାତୀୟ ସଚିବ ସାଲିଲ ସେଠୀ, ବିଶ୍ୱବିଦ୍ୟାଳୟର ପୂର୍ବତନ ଅନୁଦାନ ଆୟୋଗର ଅଧ୍ୟକ୍ଷ ସୁଖଦେବ ଥୋରାଟ, ୟୁପିଏସସିର ପୂର୍ବତନ ସଦସ୍ୟ ପୁରୁଷତ୍ତୋମ ଅଗ୍ରୱାଲ ଏବଂ ଅନେକ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ରହିଛନ୍ତି।

The post କରୋନାର ତୃତୀୟ ଲହରକୁ ନେଇ ବିରୋଧୀଙ୍କୁ ଚିଠି ଲେଖିଲେ ବୁଦ୍ଧିଜୀବୀ appeared first on Odisha Reporter.



from Odisha Reporter https://ift.tt/3chwlym

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages