ପାଣି ଭିତରେ ୨ ଘଣ୍ଟା ଧରି ପୁଲିସ- ଚୋର ଖେଳ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ପାଣି ଭିତରେ ୨ ଘଣ୍ଟା ଧରି ପୁଲିସ- ଚୋର ଖେଳ !

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ୨ ଘଣ୍ଟା ଧରି ପାଣି ଭିତରେ ପୁଲିସ-ପବ୍ଲିକ ଏବଂ ଚୋରୀ ଅଭିଯୁକ୍ତଙ୍କ ମଧ୍ୟରେ କସରତ। ଧରାପଡ଼ିବା ଭୟରେ ଅଭିଯୁକ୍ତ ଜଣକ କେତେବେଳେ ପାଣି ଭିତରେ ବୁଡ଼ି ଯାଉଥିଲା ତ ଆଉ କିଏ କେତେବେଳେ ପହଁରି ପହଁରି ଦୂରକୁ ଖସିଯାଉଥିଲା।  ଆଉ ଚୋର-ପୁଲିସ ମଧ୍ୟରେ ଲାଗିରହିଥିବା ଏହି ଛକାପଞ୍ଝାକୁ ଦେଖିବା ପାଇଁ ନଦୀ କୂଳରେ ଜମିଥିଲା ଲୋକଙ୍କ ଗହଳି । ଶେଷରେ ଲୋକଙ୍କ ସହାୟତାରେ ଧରିଛି ପୁଲିସ । ଏହି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଦାଣ୍ଡିସାହି ଅଞ୍ଚଳରେ। ଅଭିଯୁକ୍ତର ନାଁ ଭରତ ମଳିକ। ବୟସ ୫୭ ବର୍ଷ। ଗତ ୨ ତାରିଖରେ ବିଳମ୍ବିତ ରାତିରେ ସେ ଦାଣ୍ଡିସାହିର ଏକ ରାମମନ୍ଦିରରୁ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ମୂର୍ତ୍ତି ସହ ପୂଜାରେ ବ୍ୟବହୃତ ସାମଗ୍ରୀ ଚୋରି ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲା।

ଏନେଇ ପୁଲିସ ଏକ ମାମଲା ରୁଜୁ କରି ଚୌଦକୁଲାଟ ପୁଲିସ ସହାୟତାରେ ତନାଘନା ଜାରି ରଖିଥିଲା । ଏହାପରେ ଗତକାଲି ଭରତ ମଳିକଙ୍କୁ ସନ୍ଦେହ କରି ଧରିବାକୁ ଯାଇଥିବାବେଳେ ବ୍ରାହ୍ମଣୀ ନଦୀ ଭିତରକୁ ଡେଇଁ ଖସିପଳାଇବାକୁ ଉଦ୍ୟମ କରିଥିଲା । ଏହାପରେ ସ୍ଥାନୀୟ ଲୋକେ ଏବଂ ପୁଲିସ ପ୍ରଥମେ ଦୁଇଟି ଭୁଟୁଭୁଟି ଡଙ୍ଗାରେ ପାଣି ଭିତରେ ଗୋଡାଇଥିଲେ ସମସ୍ତେ। କିନ୍ତୁ ସେହି ଭରା ନଈରେ ଦୀର୍ଘ ସମୟ ଧରି ଲୁଚକାଳି ଖେଳିଥିଲା ଅଭିଯୁକ୍ତ। ଏଭଳି ପ୍ରାୟ ୨ ଘଣ୍ଟା ଧରି ଛକାପଞ୍ଝା ସତ୍ତ୍ୱେ ଧରାପଡ଼ିନଥିଲା ଅଭିଯୁକ୍ତ। ଶେଷରେ ଅଗ୍ନିଶମ ବାହିନୀ ସହାୟତାରେ ପୁଲିସ ଏବଂ ପବ୍ଲିକ ସଂପୃକ୍ତ ଅଭିଯୁକ୍ତକୁ ଧରିଥିଲେ ।

ତାଙ୍କ ନିକଟରୁ ଚୋରି ହୋଇଥିବା ମୂର୍ତ୍ତି ଏବଂ ଅନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୁତ ସୂଚନା ଦେଇଛନ୍ତି ପଟ୍ଟାମୁଣ୍ଡାଇ ଏସଡିପିଓ।  ତେବେ ଅଭିଯୁକ୍ତ ଜଣକ ଘଟଣାକୁ ଅସ୍ୱୀକାର କରିବା ସହ ସେ ଚୋରି କରିନାହାଁନ୍ତି ବୋଲି କହିଛନ୍ତି । ସେହିପରି ପାଣି ଭିତରେ ଯାହା ହେଉଥିଲା, ତାହା ନିଜ ଲୋକଙ୍କ ସହ ମଜଲିସ୍ କରୁଥିଲେ ବୋଲି କହିଛନ୍ତି।

The post ପାଣି ଭିତରେ ୨ ଘଣ୍ଟା ଧରି ପୁଲିସ- ଚୋର ଖେଳ ! appeared first on Odisha Reporter.



from Odisha Reporter https://ift.tt/3ynkuY0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages