ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୋଟିଏ ଟପିଲା ସିଙ୍ଗଲ୍ ଡୋଜ୍ । ଓଡ଼ିଶାରେ ପ୍ରଥମ ଡୋଜ କୋଭିଟା ଟିକା ୧ କୋଟି ଲୋକେ ନେଇସାରିଲେଣି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏପଟେ କରୋନାର ଦ୍ୱିତୀୟ ଲହର ନ ସରୁଣୁ ଆଶଙ୍କା କରାଯାଉଛି ଯେ, ହୁଏତ ତୃତୀୟ ଲହର ମଧ୍ୟ ଆସିପାରେ। ଯଦି କରୋନାର ତୃତୀୟ ଲହର ଆସେ, ତେବେ ଏହା ଦ୍ୱିତୀୟ ଲହର ପରି ସେତେଟା ସାଂଘାତିକ ହେବନି ବୋଲି ଆକଳନ କରାଯାଉଛି।
କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ ଟିମ୍ ଅନୁସାରେ ଦ୍ୱିତୀୟ ଲହରର ଅଧା ହୋଇପାରେ ତୃତୀୟ ଲହର। ଦ୍ୱିତୀୟ ଲହରରେ ଦିନକୁ ଯେତେ ସଂକ୍ରମିତ ଚିହ୍ନଟ ହେଉଥିଲା, ତୃତୀୟ ଲହରରେ ତାର ଅଧା ଲୋକ ପଜିଟିଭ ବାହାରିପାରନ୍ତି ।
ଏହି ବିଶେଷଜ୍ଞ ଟିମର ପୂର୍ବାନୁମାନ ଅନୁସାରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଆସିବାର ଆଶଙ୍କା ଅଛି। ସେପଟେ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ସମସ୍ତ ଜିଲ୍ଲା ପ୍ରଶାସନ ଓ ହସ୍ପିଟାଲକୁ ସଜାଗ ରଖାଯାଇଛି । ଡାକ୍ତର, ନର୍ସଙ୍କୁ ଟ୍ରେନିଂ ଦିଆଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଭିମ୍ସାରରେ ୨୦, ଏସ୍ସିବିରେ ୧୦, ବାଲେଶ୍ୱରରେ ୧୦ଟି ବେଡ୍ ବ୍ୟବସ୍ଥା ହେଉଥିବା ସେ ଦୋହରାଇଛନ୍ତି ।
The post ରାଜ୍ୟରେ କୋଟିଏ ଟପିଲା ସିଙ୍ଗଲ୍ ଡୋଜ୍ appeared first on Odisha Reporter.
from Odisha Reporter https://ift.tt/3yjPUyy
No comments:
Post a Comment