ଭୁବନେଶ୍ୱରର ଗଳିକନ୍ଦି ହେବ ଭିକାରୀମୁକ୍ତ, ଆରମ୍ଭ ହେଲା ଚଢ଼ାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 1, 2021

ଭୁବନେଶ୍ୱରର ଗଳିକନ୍ଦି ହେବ ଭିକାରୀମୁକ୍ତ, ଆରମ୍ଭ ହେଲା ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିକାରୀମୁକ୍ତ ହେବ ଭୁବନେଶ୍ୱର। ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ। ।  ବିଏମ୍‌ସି, କମିଶନରେଟ ପୁଲିସ୍‌ ଓ ୩ଟି ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଏଥିପାଇଁ ଏକ ବିରାଟ ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ୱରର ୬୧ଟି ୱାର୍ଡର ଗଳିକନ୍ଦିରେ ଜୋରଦାର ଚଢ଼ାଉ କରାଯାଉଛି।

ଆଜି ଜନପଥ, ୟୁନିଟ -୧, ୟୁନିଟ -୨ ମାର୍କେଟ ଅଞ୍ଚଳରେ ଅଭିଯାନ ଚାଲିଛି । ଆଗରୁ ମଧ୍ୟ ଏପରି ଚଢ଼ାଉ କରି ୨ ଶହରୁ ଅଧିକ ଭିକାରୀଙ୍କୁ ଉଦ୍ଧାର କରିଥିଲା ବିଏମ୍‌ସି। ଆଜିଠାରୁ ପୁଣି ଥରେ ଏହି କାର୍ଯ୍ୟକ୍ରମକୁ ବିଏମ୍‌ସି  ଜୋରଦାର କରିଛି ।  ରାଜଧାନୀର ସବୁ ଗଳି କନ୍ଦିରୁ ଭିକାରିମାନଙ୍କୁ ଉଦ୍ଧାର କରି ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖାଯାଉଛି।

ଏନେଇ ବିଏମ୍‌ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି। ସେମାନଙ୍କୁ ଉଦ୍ଧାର କରି ବିଭିନ୍ନ ସରକାରୀ ପରିଚାଳିତ ଅନୁଷ୍ଠାନରେ ରଖାଯାଉଛି। ୨୦୦ ପାଖାପାଖି ଭିକାରୀଙ୍କୁ ଉଦ୍ଧାର କରାଯାଇଛି। ଏହାପରେ ବି ଆହୁରି ଭିକାରୀ ରାସ୍ତାକୁ ଆସୁଛନ୍ତି। ସେମାନଙ୍କୁ ମଧ୍ୟ ଥଇଥାନ କରିବାକୁ ଚେଷ୍ଟା କରୁଛୁ।

ଏହାବାଦ ବନଜାର ସମ୍ପ୍ରଦାୟ ଲୋକ ଏକାଠି ମେଳି ହୋଇ ବିଭିନ୍ନ ସ୍ଥାନରେ ରହୁଥିବା ଦେଖାଯାଉଛି। ସେମାନଙ୍କୁ ଭୁବନେଶ୍ୱରରୁ ବାହାରକୁ ନେବାକୁ ଆମେ ପୁଲିସ୍‌ର ସାହାଯ୍ୟ ନେବୁ। ଯାହା ବି ହେଉ ଭୁବନେଶ୍ୱରର ୬୧ ୱାର୍ଡକୁ ଭିକାରୀମୁକ୍ତ କରାଯିବ ବୋଲି କହିଛନ୍ତି  ଅତିରିକ୍ତ କମିଶନର

ଥଇଥାନ କେନ୍ଦ୍ରରେ ରଖାଯାଉଥିବା ଭିକାରୀଙ୍କ ଆବଶ୍ୟକ ଯତ୍ନ ନିଆଯିବ। ସେମାନଙ୍କ ଖାଇବା ବ୍ୟବସ୍ଥା ସହ ସ୍ୱାସ୍ଥ୍ୟର ତଦାରଖ କରାଯିବ।     ଏହି ସମୟରେ ସେମାନେ ପରିବାର ସହ ଯୋଗାଯୋଗରେ ରହିବେ। ଏହାବାଦ ସେମାନେ ସାଧ୍ୟ ମୁତାବକ କିପରି ରୋଜଗାରକ୍ଷମ ହୋଇପାରିବେ ସେଥି  ପ୍ରତି ମଧ୍ୟ ପ୍ରଚେଷ୍ଟା କରିବୁ ବୋଲି କହିଛନ୍ତି ବିଏମ୍‌ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

The post ଭୁବନେଶ୍ୱରର ଗଳିକନ୍ଦି ହେବ ଭିକାରୀମୁକ୍ତ, ଆରମ୍ଭ ହେଲା ଚଢ଼ାଉ appeared first on Odisha Reporter.



from Odisha Reporter https://ift.tt/3w9eII1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages