କ୍ୟାବିନେଟ ଅଦଳବଦଳ ଚର୍ଚ୍ଚା: ମନ୍ତ୍ରୀମାନଙ୍କ ସହ ବୈଠକ ବାତିଲ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

କ୍ୟାବିନେଟ ଅଦଳବଦଳ ଚର୍ଚ୍ଚା: ମନ୍ତ୍ରୀମାନଙ୍କ ସହ ବୈଠକ ବାତିଲ କଲେ ମୋଦି

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟ ଗଠନ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତ ଶେଷ ହୋଇଛି। ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସଦସ୍ୟଙ୍କ ନାଁ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଏହାକୁ ଫାଇନାଲ ଟଚ୍‌ ଦେବାକୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ଥିଲା।

ହେଲେ ଏହାକୁ ବାତିଲ କରି ଦିଆଯାଇଥିବା ଜଣାପଡ଼ିଛି। ସନ୍ଧ୍ୟାରେ ମୋଦି ବରିଷ୍ଠ ମନ୍ତ୍ରୀମାନଙ୍କ ସହ ବୈଠକ କରିବାର ଥିଲା। ସେହିପରି ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଥାଆନ୍ତେ। ହେଲେ ହଠାତ ଏହାକୁ କାହିଁକି ବାତିଲ କରାଗଲା, ସେକଥା ଜଣାପଡ଼ିନି।

ସୂଚନା ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ପୀୟୂଷ ଗୋଏଲ ଓ ନରେନ୍ଦ୍ର ସିଂହ ତୋମାରଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଆଜି ସନ୍ଧ୍ୟା ୫ଟାରେ ହେବାକୁ ଥିବା ବୈଠକରେ ଯୋଗଦେଇ ଥାଆନ୍ତେ।

ସମସ୍ତେ ମିଳିତ ଭାବେ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ସମୀକ୍ଷା କରିବା ସହ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହୋଇଥାଆନ୍ତା। ମନ୍ତ୍ରୀ ହେବାକୁ ଥିବା ସଦସ୍ୟଙ୍କ ନାଁ ଉପରେ ମୋହର ମାରିବା ଓ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ଘୋଷଣା ସମ୍ପର୍କରେ ଆଲୋଚନା କରିବା ଏହି ବୈଠକର ଏଜେଣ୍ଡାରେ ରହିଥିଲା। ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହି ରଣନୀତି ସମ୍ପର୍କରେ ସୂଚନା ଦେଇଥାଆନ୍ତେ।

ଜୁନ୍‌ ୨୦ରେ ମୋଦି ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଆଲୋଚନା କରି ଦୁଇ ବର୍ଷ ମଧ୍ୟରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଯାଞ୍ଚ କରିଥିଲେ। ଏହି ସମୀକ୍ଷା ଆଧାରରେ ହିଁ ମୋଦିଙ୍କ ନୂଆ କ୍ୟାବିନେଟରେ ସଦସ୍ୟମାନଙ୍କୁ ସୁଯୋଗ ମିଳିବ।

ବର୍ତ୍ତମାନ ୮୧ ଜଣିଆ କେନ୍ଦ୍ର ମନ୍ତ୍ରିମଣ୍ଡଳରେ କେବଳ ୫୩ ଜଣ ସଦସ୍ୟ ରହିଛନ୍ତି। ତେଣୁ ୨୮ ଜଣ ନୂଆ ମୁହଁ ଏଥିରେ ସାମିଲ ହୋଇପାରିବେ। ଏକାଧିକ ମନ୍ତ୍ରୀ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେମାନଙ୍କ ଠାରୁ ଏଗୁଡ଼ିକୁ ଅଣାଯାଇ ନୂଆ ସଦସ୍ୟମାନଙ୍କୁ ଦିଆଯିବ।

୨୦୧୯ରେ କ୍ଷମତାକୁ ଦ୍ୱିତୀୟ ଥର ଆସିବା ପରେ ମୋଦି ସରକାର ପ୍ରଥମଥର ପାଇଁ କ୍ୟାବିନେଟ ଅଦଳବଦଳ କରିବାକୁ ଯାଉଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଂପ୍ରସାରଣ ହେବ।

କଂଗ୍ରେସରୁ ଆମଦାନୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ଓ ବିହାରର ସଦସ୍ୟମାନଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

The post କ୍ୟାବିନେଟ ଅଦଳବଦଳ ଚର୍ଚ୍ଚା: ମନ୍ତ୍ରୀମାନଙ୍କ ସହ ବୈଠକ ବାତିଲ କଲେ ମୋଦି appeared first on Odisha Reporter.



from Odisha Reporter https://ift.tt/2THXhB4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages