ରାଜ ନିରାଶ, ୨୭ ଯାଏ ଜେଲ୍‌ରେ ରହିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 23, 2021

ରାଜ ନିରାଶ, ୨୭ ଯାଏ ଜେଲ୍‌ରେ ରହିବେ

ମୁମ୍ବାଇ:ଅଶ୍ଳୀଳ ଫିଲ୍ମ କରୁଥିବା ଅଭିଯୋଗରେ ଗତ ୧୯ ତାରିଖରୁ ଗିରଫ ହୋଇ ଜେଲ୍‌ରେ ଥିବା ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ଆହୁରି ବଢ଼ିଲା। ଗତ ୧୯ ତାରିଖରେ ରାଜଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିଲା। ମାତ୍ର ସେଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ନ୍ୟାୟାଳୟ ପକ୍ଷରୁ ରାଜଙ୍କ  ବିଚାର ବିଭାଗୀୟ ହାଜତ ଅବଧି ଆସନ୍ତା  ୨୭ ତାରିଖ ଯାଏ ବଢ଼ାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦା ଅଶ୍ଳୀଳ ଫିଲ୍ମ ତିଆରି  କରୁଥିବା ନେଇ ମୁମ୍ବାଇ  କ୍ରାଇମବ୍ରାଞ୍ଚ ନିକଟରେ ଗତ  ଫେବୃୟାରୀରେ ମାମଲା ରୁଜୁ ହୋଇଥିଲା। ଏହାପରେ ୧୯ ଜୁଲାଇରେ ତାଙ୍କୁ ଗିରଫ କରାଯାଇଥିଲା।

ମୁମ୍ବାଇ ପୁଲିସ୍‌ ଆହୁରି ୭ ଦିନ ରାଜଙ୍କୁ ନିଜ ହେପାଜତକୁ ନେବାକୁ କୋର୍ଟରେ ଦାବି ଉପସ୍ଥାପନ କରିଥିଲେ। ଏହି ମାମଲାର ଶୁଣାଣି ବେବଳେ ପୁଲିସ୍‌ ପକ୍ଷରୁ କୁହାଯାଇଥିଲା, ଏହା ଏକ ଗମ୍ଭୀର ମାମଲା ହୋଇଥିବା ବେଳେ ଏହାର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି ଓ ଆହୁରି ସାରକ୍ଷୀ ପ୍ରମାଣ ଯୋଗାଡ଼ ଚାଲିଛି।

ଏହାବାଦ ୟସ୍‌ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ରାଜ କୁନ୍ଦ୍ରା ଅନଲାଇନ୍‌ ସଟ୍ଟେବାଜି କରିଥିବାର ପ୍ରମାଣ ରହିଛି। ଏ ସମ୍ପର୍କରେ ଖୋଳତାଡ଼ ଚାଲିଛି। ତେଣୁ କୁନ୍ଦ୍ରା ପୁଲିସ୍‌ ହେପାଜତରେ ରହିବା ଆବଶ୍ୟକ। ଏହାପରେ କୋର୍ଟ ପକ୍ଷରୁ ତାଙ୍କ ବିଚାର ବିଭାଗୀୟ ହାଜତ ଅବଧି ଆସନ୍ତା  ୨୭ ତାରିଖ ଯାଏ ବଢ଼ାଇ ଦିଆଯାଇଛି।

ପୁଲିସ୍‌ ସୂଚନା, ମୁତାବକ, କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରେ ଗତ ୨୧ ତାରିଖରେ କିଛି ଡାଟା ଡିଲିଟ କରି ଦିଆଯାଇଥିଲା। ଏହି ଡାଟାକୁ ରିକଭର କରିବାକୁ ଚେଷ୍ଟା କରାଯାଉଛି।

କୁନ୍ଦ୍ରାଙ୍କୁ ନୋଟିସ ପଠାଇବା ସମୟରେ ସେତେବେଳକୁ ଗୁଗୁଲ ଓ ଆପଲ୍‌ ପ୍ଲେ ଷ୍ଟୋରରୁ ହଟଷ୍ଟାର ଆପ୍ସକୁ ଡିଲିଟ କରି ଦିଆଯାଇଥିଲା। ଏହାପରେ ସେ ପୋଲିଫ୍ଲିକ୍ସ ନାମକ ଆପ୍‌ ଆରମ୍ଭ କରିଥିଲେ। କୁନ୍ଦ୍ରା ଏହି କମ୍ପାନୀକୁ ଛାଡ଼ି ଦେଇଥିବା ନିଜ ସଫେଇରେ କହିଥିଲେ। ହେଲେ ଏହାର ଟ୍ରାନଜାକସନ୍‌ ସମ୍ପର୍କୀତ ଟିକନିଖି ଖବର କୁନ୍ଦ୍ରାଙ୍କ ନିକଟରେ ପହଞ୍ଚୁଥିବା ତଦନ୍ତ ସମୟରେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ଟିମ୍‌।

The post ରାଜ ନିରାଶ, ୨୭ ଯାଏ ଜେଲ୍‌ରେ ରହିବେ appeared first on Odisha Reporter.



from Odisha Reporter https://ift.tt/2V87Wpj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages