ଛତିଶଗଡ଼ରେ ବଡ଼ ନକ୍ସଲ ହମ୍‌ଲା, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 3, 2021

ଛତିଶଗଡ଼ରେ ବଡ଼ ନକ୍ସଲ ହମ୍‌ଲା, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ଜାରି

ମାଲକାନଗିରି (ଜିତେନ୍ଦ୍ର ବେଉରା): ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଶନିବାର ବଡ଼ ଧରଣର ନକ୍ସଲ ହମଲା ହୋଇଛି। ନାରାୟଣପୁର ଜିଲ୍ଲା ଆମଦାଇ ସ୍ଥିତ ଲୁହାପଥର ଖଣିରେ ନକ୍ସଲମାନେ କରିଛନ୍ତି ଆକ୍ରମଣ। ହଜାରେରୁ ଅଧିକ ନକ୍ସଲ ଏଥିରେ  ସାମିଲ ହୋଇଥିବା ସୂଚନା ମିଳିଛି। ସେମାନେ ୧୫ ରୁ ୨୦ ଜଣ ଖଣି କର୍ମଚାରୀଙ୍କୁ ନିଜ କବ୍‌ଜାକୁ ନେଇ ଯାଇଥିବା ମଧ୍ୟ ଜଣାପଡ଼ିଛି।

ଆଜି ସକାଳ ପ୍ରାୟ ୧୦ଟା ବେଳେ ନକ୍ସଲମାନେ ଏହି ଖଣି ଉପରେ ଆକ୍ରମଣ କରିଥିବା ବେଳେ ସୁରକ୍ଷାକର୍ମୀଙ୍କ ସହିତ ସେମାନଙ୍କର ଗୁଳି ବିନିମୟ ଜାରି ରହିଛି। ଉଭୟ ପକ୍ଷରୁ ଗୁଳି ବିନିୟମ ଜାରି ରହିଥିବା ନେଇ ନାରାୟଣପୁର ଏସ୍‌ପି ସୂଚନା ଦେଇଛନ୍ତି।

ନକ୍ସଲମାନେ ଖଣିରେ ନିୟୋଜିତ ୬ଟି ଗାଡ଼ି ମଧ୍ୟ ପୋଡ଼ି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଥିବା ସୂଚନା ମିଳିଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

The post ଛତିଶଗଡ଼ରେ ବଡ଼ ନକ୍ସଲ ହମ୍‌ଲା, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ଜାରି appeared first on Odisha Reporter.



from Odisha Reporter https://ift.tt/3dEIrSC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages