କୋଲକାତା: ଅଭିନେତ୍ରୀ ଶ୍ରୁତି ଦାସ। ସେ ବେଙ୍ଗଲି ଚ୍ୟାନେଲର ଏକ ଚର୍ଚ୍ଚିତ ମୁହଁ। ଟିଭି ଦୁନିଆର ସୁପର ଷ୍ଟାର। ତେବେ ଏହି ଚର୍ଚ୍ଚିତ ଅଭିନେତ୍ରୀ ଜଣକୁ ଏବେ ଥାନାକୁ ଯିବାକୁ ପଡିଛି।
ଅଭିନେତ୍ରୀ ଶ୍ରୁତି ଦାସଙ୍କୁ ନିଜ ଶ୍ୟାମଳ ରଙ୍ଗକୁ ନେଇ ଶୁଣିବାକୁ ପଡିଛ କମେଣ୍ଟ। ସୋଶାଲ ମିଡିଆରେ ଲୋକେ ତାଙ୍କ ରଙ୍ଗକୁ ନେଇ ଟାହି ଟାପରା କରିଛନ୍ତି। ତେବେ ତାଙ୍କ ଶ୍ୟାମଳ ବର୍ଣ୍ଣକୁ ନେଇ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ଦୁଇ ବର୍ଷ କାଳ କମେଣ୍ଟ ଶୁଣିବାକୁ ପଡୁଛି। ଶେଷରେ ଏହା ତାଙ୍କ ପାଇଁ ଏବେ ଅସହ୍ୟ ହୋଇଛି। ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶ୍ରୁତି।
କୋଲକାତା ପୁଲିସ ନିକଟରେ ନିଜ ଶ୍ୟାମଳ ବର୍ଣ୍ଣକୁ ନେଇ କମେଣ୍ଟ କରୁଥିବା ଲୋକଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି । ବଙ୍ଗୀୟ ସିରିଏଲ “ତ୍ରିନୟନୀ”ରୁ ୨୦୧୯ ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଦାସ କହିଛନ୍ତି ଯେ ଗତ ଦୁଇ ବର୍ଷ ଧରି ତାଙ୍କ ରଙ୍ଗକୁ ନେଇ ଅଶ୍ଳୀଳ କମେଣ୍ଟ ଦିଆଯାଉଛି କିନ୍ତୁ ବର୍ତ୍ତମାନ ସେ ଆଉ ସହ୍ୟ କରିପାରିବେ ନାହିଁ କାରଣ ତାଙ୍କ ଉପରେ ଅଧିକ ବ୍ୟକ୍ତିଗତ ଆକ୍ରମଣ ଆରମ୍ଭ ହୋଇଛି।
ଶ୍ରୁତ ପିଟିଆଇକୁ କହିଛନ୍ତି, ‘ପ୍ରାରମ୍ଭରେ ସମସ୍ତେ ମୋତେ ଟ୍ରୋଲ୍ସକୁ ଅଣଦେଖା କରିବାକୁ କହିଥିଲେ ଏବଂ ମୁଁ ତାହା କରିଥିଲି। କିନ୍ତୁ ସମୟ ସହିତ ଏହା ଅଧିକ ଖରାପ ହୋଇଗଲା। ମୋର ପ୍ରଥମ ଟିଭି ସିରିଏଲ ‘ତ୍ରିନୟନୀ’ର ନିର୍ଦ୍ଦେଶକଙ୍କ ସହିତ ମୁଁ ରିଲେସନରେ ଅଛି ଏବଂ ଘୃଣାକାରୀ ସେନା ଏହା ଜାଣିବା ପରେ ମୋ ଚରିତ୍ର ଏବଂ ପ୍ରତିଭାକୁ ପ୍ରଶ୍ନ କରିବା ସହିତ ଅଶ୍ଳୀଳ କମେଣ୍ଟ ଦେବା ଆରମ୍ଭ କରିଛନ୍ତି। ମୁଁ ଭାବୁଛି ଯଦି ମୁଁ ସେମାନଙ୍କୁ ଅଧିକ ଅଣଦେଖା କରେ, ତେବେ ଏହା ସେମାନଙ୍କୁ ଘୃଣା ଜାରି ରଖିବାରେ ଆହୁରି ପ୍ରୋତ୍ସାହିତ କରିବ।’
ସେପଟେ କୋଲକାତା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କୋଲକାତା ପୁଲିସର ସାଇବର ଶାଖାକୁ ଅଭିନେତ୍ରୀ ଶ୍ରୁତି ଦାସ ଇମେଲ୍ ଜରିଆରେ ଅନ୍ଲାଇନ୍ ଦୁର୍ବ୍ୟବହାର ସମ୍ପର୍କରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି।
View this post on Instagram
The post କଳା ରଙ୍ଗକୁ ନେଇ କମେଣ୍ଟ, ଥାନାକୁ ଗଲେ ଅଭିନେତ୍ରୀ appeared first on Odisha Reporter.
from Odisha Reporter https://ift.tt/3dErc44
No comments:
Post a Comment