ବେଙ୍ଗାଲୁରୁ: ଆଉ ନାହାନ୍ତି ବର୍ଷିଆନ୍ ଅଭିନେତ୍ରୀ ଜୟନ୍ତୀ। ପ୍ରସିଦ୍ଧ କନ୍ନଡ ଅଭିନେତ୍ରୀ ଜୟନ୍ତୀଙ୍କ ୭୬ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବେଙ୍ଗାଲୁରୁ ସ୍ଥିତ ନିଜ ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପୁଅ କୃଷ୍ଣ କୁମାର ସୂଚନା ଦେଇଛନ୍ତି।
ପ୍ରାୟ ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ଏହି ଜୟନ୍ତୀ। ଶିଶୁ କଳାକାର ଭାବେ ସେ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ପ୍ରଡକ୍ସନ ଏବଂ ଗୀତରେ ନିଜ କ୍ୟାରିଅର ଆଗକୁ ନେଇଥିଲେ। ୬୦ରୁ ୮୦ ଦଶକ ମଧ୍ୟରେ ସବୁଠୁ ସୁନ୍ଦରୀ ଏବଂ ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ଜୟନ୍ତୀ।
ସେ ମିଥୁନ ଗଣେଶନ୍, ଏମ୍ଜିଆର୍, ଏବଂ ଜୟଲଳିତାଙ୍କ ଭଳି ବଡ ବଡ ତାରକାଙ୍କ ସହ କାମ କରିଛନ୍ତି। କେବଳ ସେତିକି ନୁହେଁ, ସେ ବଲିଉଡ ଫିଲ୍ମରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ। ବଲିଉଡ ଫିଲ୍ମ ‘ତିନ୍ ବହୁରାନିଆଁ’, ‘ତୁମ ସେ ଅଛା କୌନ୍ ହୈ’, ଏବଂ ‘ଗୁଣ୍ଡା’ରେ ସେ ଅଭିନୟ କରିଥିଲେ। ମାଲାୟଲମ, କନ୍ନଡ, ତେଲୁଗୁ, ତାମିଲ ଏବଂ ଅନ୍ୟ ଭାଷା ସହ ପ୍ରାୟ ୧୦୦ଟି ଫିଲ୍ମରେ କାମ କରିଥିଲେ ଏହି ଦିବଙ୍ଗତ ଅଭିନେତ୍ରୀ।
ତାଙ୍କ ମୃତ୍ୟୁରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ‘ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଅବଦାନ ବହୁତ ଅଧିକ। କନ୍ନଡ ଫିଲ୍ମ ଜଗତ ପାଇଁ ତାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି।’
The post ଆଖି ବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ appeared first on Odisha Reporter.
from Odisha Reporter https://ift.tt/3zC2Z6U
No comments:
Post a Comment