ବୈଜୟନ୍ତଙ୍କ ଉଦ୍ୟମରେ କତାରରୁ ଫେରିଲେ ଓଡ଼ିଆ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 26, 2021

ବୈଜୟନ୍ତଙ୍କ ଉଦ୍ୟମରେ କତାରରୁ ଫେରିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରୁ ଫେରିଲେ ଓଡ଼ିଆ ଯୁବକ ଶରତ କୁମାର ସେଠୀ। ଶରତଙ୍କୁ ଭାରତ ଫେରାଇ ଆଣିବାରେ ସହଯୋଗ କରିବା ପାଇଁ କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖି ନିବେଦନ କରିଥିଲେ ଶ୍ରୀ ପଣ୍ଡା। ଏହା ପରେ ରବିବାର ସକାଳେ ଶରତ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଚଣ୍ଡିଆ ଗାଁର ଶରତ କତାରର ଦୋହାରେ ଏକ ଘରୋଇ କମ୍ପାନୀରେ ତିନି-ଚାରି ମାସ ହେବ କାମ କରୁଥିଲେ। ତେବେ ତାଙ୍କ ପତ୍ନୀ ଗୁରୁତର ରୋଗରେ ପୀଡ଼ିତ ହୋଇଥିବା ନେଇ ଜାଣିବା ପରେ ସେ ଘରକୁ ଫେରି ଆସିବା ପାଇଁ ଚାହିଁଥିଲେ। ଏ ନେଇ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ସହଯୋଗ କରିବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିଲେ।

ଶେଷରେ ଅନ୍ୟ କୌଣସି ଉପାୟ ନପାଇ ଶରତଙ୍କ ପତ୍ନୀ ସରିକାଲତା ସେଠୀ ବିଜେପି ନେତା ମାଧବାନନ୍ଦ ମଲ୍ଲିକଙ୍କ ଜରିଆରେ ବୈଜୟନ୍ତ ପଣ୍ଡାଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ଏହା ପରେ ଶ୍ରୀ ପଣ୍ଡା କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ଶରତଙ୍କୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ଦୂତାବାସ ଅଧିକାରୀ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ଶରତ ଭାରତ ଫେରିଥିଲେ।

ଶରତ ଶନିବାର ମୁମ୍ବାଇରେ ପହଞ୍ଚିବା ପରେ ରବିବାର ସକାଳେ ଭୁବନେଶ୍ୱରରେ ପହଞ୍ଚି ନିଜ ଗାଁକୁ ଯାଇଥିଲେ। ଘରକୁ ଫେରିବା ସାହାଯ୍ୟ କରିଥିବାରୁ ଶରତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

The post ବୈଜୟନ୍ତଙ୍କ ଉଦ୍ୟମରେ କତାରରୁ ଫେରିଲେ ଓଡ଼ିଆ ଯୁବକ appeared first on Odisha Reporter.



from Odisha Reporter https://ift.tt/3eRa4J1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages