ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ୟେଦ୍ୟୁରପ୍ପା, ନିଜେ କଲେ ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 26, 2021

ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ୟେଦ୍ୟୁରପ୍ପା, ନିଜେ କଲେ ଘୋଷଣା

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା। ସେ ନିଜେ ଏହି ଘୋଷଣା କରିଛନ୍ତି। ଆଜି ମଧ୍ୟାହ୍ନ ଭୋଜନ ପରେ ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ଦେବେ ବୋଲି କହିଛନ୍ତି।

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଚଳିତ ପାଳିରେ ବି.ଏସ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟକାଳକୁ ଆଜି ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ସେ ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ନିଜ ସରକାରର ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ୟେଦ୍ୟୁରପ୍ପା ନିଜ ଇସ୍ତଫା ନିଷ୍ପତ୍ତି ଘୋଷଣା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ  ଯେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ କେନ୍ଦ୍ରମନ୍ତ୍ରୀ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ସେ କର୍ଣ୍ଣାଟକରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଗତ ଦୁଇ ବର୍ଷ ହେବ କୋଭିଡ ଚାଲିଛି। ଏହାରି ଭିତରେ ପ୍ରତିଟି ସମୟ ତାଙ୍କ ପାଇଁ ଅଗ୍ନୀ ପରୀକ୍ଷା ଭଳି ଥିଲା।

ବିଜେପି ସାଧାରଣ ସଂପାଦକ ସିଟି ରବି କହିଛନ୍ତି, ୟେଦ୍ୟୁରପ୍ପା ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ ବି ଆଗାମୀ ଦିନରେ ଉଭୟ ସରକାର ଏବଂ ବିଜେପିକୁ ମାର୍ଗଦର୍ଶନ ଦେବେ। ତାଙ୍କ ମାର୍ଗଦର୍ଶନରେ ରାଜ୍ୟରେ ବିଜେପି ଆହୁରି ମଜବୁତ ହେବ।

ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ଗତକାଲି ବିଜେପି ସଭାପତି ଜେ.ପି ନଡ୍ଡା କହିଥିଲେ ବି.ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଭଲ କାମ କରିଛନ୍ତି। ସେହିପରି ଶନିବାର ୟେଦ୍ୟୁରପ୍ପା କହିଥିଲେ ଯେ ସେ ଦଳର କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତିକୁ ପାଳନ କରିବେ। ଯଦି ଦଳ ଆଉ କାହାକୁ ତାଙ୍କର ଉତ୍ତରାଧିକାରୀ ଭାବେ ଘୋଷଣା କରିବ, ତା’ହେଲେ ସେ ଆଗାମୀ ୧୦-୧୫ ବର୍ଷ ପାଇଁ ଦଳକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିବାରେ ଲାଗି ପଡ଼ିବେ। ଦଳ ଯାହା ନିଷ୍ପତ୍ତି ନେବ ସେଥିରେ ସେ ସନ୍ତୁଷ୍ଟ ହେବେ ଏବଂ ଅନୁଶାସନ ସୀମା ଅତିକ୍ରମ କରିବେ ନାହିଁ।

The post ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ୟେଦ୍ୟୁରପ୍ପା, ନିଜେ କଲେ ଘୋଷଣା appeared first on Odisha Reporter.



from Odisha Reporter https://ift.tt/3i0uTUi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages