ଚେନ୍ନାଇ: ଦେଶରୁ ମହାମାରୀ କରୋନାର ପ୍ରକୋପ ଜାରି ରହିଛି । ଏହି ମହାମାରୀ ଭିତରେ ଏବେ ଆଉ ଏକ ଭାଇରସ ଚିହ୍ନଟ ହୋଇଛି। କେରଳରେ ପ୍ରଥମ ଜିକା ଭାଇରସ ମାମଲା ସାମ୍ନାକୁ ଆସିଛି। ଏଥିସହ ଆଉ ୧୯ ଜଣ ସନ୍ଦିଗ୍ସଙ୍କ ନମୂନା ପରୀକ୍ଷା ପାଇଁ ପୁଣେ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାୟରୋଲଜି (NIV)କୁ ପଠାଯାଇଛି।
ମଶାଙ୍କ ଦ୍ୱାରା ବ୍ୟାପୁଥିବା ଏହି ଭାଇରସରେ କେରଳର ଜଣେ ୨୪ ବର୍ଷୀୟ ଗର୍ଭବତୀ ମହିଳା ସଂକ୍ରମିତ ହୋଇଛନ୍ତି। ଏନେଇ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ସେଠାକାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।
ଗତ ୭ ତାରିଖରେ ସେ ଏକ ଛୁଆକୁ ଜନ୍ମ ଦେଇଥିଲେ। ଏହାପରେ ତାଙ୍କୁ ଜ୍ୱର ଏବଂ ମୁଣ୍ଡ ବିନ୍ଧା ହେବା ସହ ପୂରା ଶରୀରରେ ଲାଲ ଦାଗ ପାଡିବକୁ ଲାଗିଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅନେକ ପରୀକ୍ଷା ପରେ ସେ ଜିକା ଭାଇରସରେ ସଂକ୍ରମିତ ହୋଇଥିବା ନେଇ ଜଣାପଡିଥିଲା। ଏବେ ଉକ୍ତ ସଂକ୍ରମିତ ମହିଳାଙ୍କ ଅବସ୍ଥା ସ୍ଥିର ଥିବା ମନ୍ତ୍ରୀ କହିଛନ୍ତି। ଏକ ସପ୍ତାହ ତଳେ ସଂକ୍ରମିତ ମହିଳାଙ୍କ ମା’ଙ୍କ ଠାରେ ମଧ୍ୟ ଏଭଳି ଲକ୍ଷଣ ଦେଖିବାକୁ ମିଳିଥିଲା।
ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଥିରୁୱନନ୍ତପୁରମରେ ଏହି ଭାଇରସର ସନ୍ଦିଗ୍ଧ ୧୯ଟି ମାମଲା ସାମ୍ନାକୁ ଆସିଛି। ଏଥିରେ ଡାକ୍ତରଙ୍କ ସମେତ ୧୩ଜଣ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଏମାନେ ଜିକା ଭାଇରସରେ ସଂକ୍ରମିତ ହୋଇଥିବା ନେଇ ସନ୍ଦେହ କରାଯାଇଛି। ଏଥିପାଇଁ ଏହି ୧୯ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି । ଏବେ କେବଳ ରିପୋର୍ଟକୁ ଅପେକ୍ଷା ରହିଛି।
ଜିକା ଭାଇରସର ଲକ୍ଷଣ ଡେଙ୍ଗୁ ଭଳି। ଜ୍ୱର ହେବା ସହ ଶରୀରରେ ଲାଲା ଦାଗ ପଡିବା ଏବଂ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା ସବୁ ଜିକା ଭାଇରସର ଲକ୍ଷଣ ।
The post କେରଳରେ ଜିକା ଭାଇରସ୍, ପରୀକ୍ଷା ପାଇଁ ଗଲା ୧୯ ନମୂନା appeared first on Odisha Reporter.
from Odisha Reporter https://ift.tt/3hVg7gt
No comments:
Post a Comment