କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି। ସିରିଜ୍ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା କ୍ୟାପଟେନ୍ ଦାସୁନ୍ ଶନକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ କ୍ୟାପଟେନ୍ ଶିଖର ଧୱନ୍ ନିଜର କ୍ୟାପଟେନରେ ଟସ୍ ହାରିଛନ୍ତି। ଏଥିସହ ଧୱନ୍ ଭାରତୀୟ କ୍ୟାପଟେନ୍ ଭାବେ ନୂଆ ରେକର୍ଡ କରିଛନ୍ତି। ଧୱନ୍ ଭାରତର ସବୁଠାରୁ ବୟୋଜ୍ୟେଷ୍ଠ କ୍ୟାପଟେନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ମହିନ୍ଦର ଅମରନାଥଙ୍କ ନାଁରେ ଏହି ରେକର୍ଡ ଥିଲା।
ଏହି ମ୍ୟାଚ୍ ଜରିଆରେ ସୂର୍ଯ୍ୟକୁମାର ଯାଦବ ଓ ଈଶାନ୍ କିଶନ ଭାରତ ପକ୍ଷରୁ ଦିନିକିଆ ପଦାର୍ପଣ କରିଛନ୍ତି। ଦୁହେଁ ପୂର୍ବରୁ ଟି-୨୦ କ୍ରିକେଟରେ ଡେବ୍ୟୁ କରିସାରିଛନ୍ତି। ତେବେ ବାକି ଭାରତୀୟ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ପାଖରେ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି। ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପାକସା ଦିନିକିଆ ପଦାର୍ପଣ କରିଛନ୍ତି।
They made their T20I debut together, and today, Ishan Kishan and Suryakumar Yadav will make their ODI debut togetherhttps://t.co/Mq31RhfEjY #SLvIND pic.twitter.com/ss88tFP6eM
— ESPNcricinfo (@ESPNcricinfo) July 18, 2021
ନିୟମିତ କ୍ୟାପଟେନ୍ ବିରାଟ୍ କୋହଲି, ରୋହିତ୍ ଶର୍ମା, ଋଷଭ ପନ୍ତ ଓ ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଯୁବ ଖେଳାଳି ଶ୍ରୀଲଙ୍କା ବିପକ୍ଷରେ ଖେଳିବେ। ଭାରତ ପକ୍ଷରୁ କ୍ୟାପଟେନ୍ ଧୱନଙ୍କ ସହ ପୃଥ୍ୱୀ ଶ’ ଓପନ୍ କରିବେ। ମିଡଲ୍ ଅର୍ଡରରେ ମନୀଷ ପାଣ୍ଡେ, କିଶନ ୱିକେଟ୍ କିପର ଭୂମିକା ତୁଲାଇବେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ଭାଇ କୃନାଲ୍ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର୍, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।
Toss & Team News from Colombo:
Sri Lanka have won the toss & elected to bat against #TeamIndia in the first #SLvIND ODI.
Follow the match https://t.co/rf0sHqdzSK
Here's India's Playing XI pic.twitter.com/eYNANlZ9ij
— BCCI (@BCCI) July 18, 2021
ଭାରତ: ଶିଖର ଧୱନ୍ (କ୍ୟାପଟେନ୍), ପୃଥ୍ୱୀ ଶ’, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ଈଶାନ୍ କିଶନ୍ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର୍, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍।
ଶ୍ରୀଲଙ୍କା: ଅଭିସ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା (ୱିକେଟ୍ କିପର), ଭାନୁକା ରାଜପାକସା, ଧନଞ୍ଜୟ ଡି’ସିଲଭା, ଚରିତ ଅସଲଙ୍କା, ଦାସୁନ୍ ଶନକା (କ୍ୟାପଟେନ୍), ୱାନିନ୍ଦୁ ହସରଙ୍ଗା, ଇସୁରୁ ଉଦାନା, ଲକଶନ୍ ସାଣ୍ଡାକାନ, ଦୁଷ୍ମନ୍ତ ଚମୀରା, ଚାମିକା କରୁଣାରତ୍ନେ।
The post ଟସ୍ ହାରିଲା ଭାରତ, ଡେବ୍ୟୁ କଲେ ସୂର୍ଯ୍ୟକୁମାର ଓ ଈଶାନ୍ କିଶନ appeared first on Odisha Reporter.
from Odisha Reporter https://ift.tt/3evviM9
No comments:
Post a Comment