ଖୋଲିଲା ମୁଢ଼ି ମିଲ୍‌ ଗଳି ହତ୍ୟାକାଣ୍ଡ ରହସ୍ୟ: ଋଣ ଟଙ୍କା ଶୁଝିବା ପାଇଁ ମାରି ଦେଇଥିଲା ସାଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

ଖୋଲିଲା ମୁଢ଼ି ମିଲ୍‌ ଗଳି ହତ୍ୟାକାଣ୍ଡ ରହସ୍ୟ: ଋଣ ଟଙ୍କା ଶୁଝିବା ପାଇଁ ମାରି ଦେଇଥିଲା ସାଙ୍ଗ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ବେହେରାମାଲ ମୁଢ଼ି଼ ମିଲ୍‌ ଗଳିରେ ଘଟିଥିବା ହତ୍ୟାକାଣ୍ଡ ଘଟଣା ଉପରୁ ରହସ୍ୟ ହଟିଛି ଏବଂ ଅଭିଯୁକ୍ତ ଧରାପଡ଼ିଛି। ଅଭିଯୁକ୍ତ ଆଉ କେହି ନୁହେଁ, ସେ ହେଉଛି ମୃତ ବିପିନ ସା’ଙ୍କ ସାଙ୍ଗ ଦିଲ୍ଲୀପ ସା’। ପୁଲିସ୍ ତାକୁ ରାଉରକେଲାରୁ ଗିରଫ କରିଥିବା ଝାରସୁଗୁଡ଼ା ଏସ୍‌ପି ବିକାଶଚନ୍ଦ୍ର ଦାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ୨ ବର୍ଷ ତଳେ ଦିଲ୍ଲୀପ ବାହା ହୋଇଥିଲା। ତେବେ ବାହାଘର ବେଳେ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ଧାରକରଜରେ ବୁଡ଼ି ରହିଥିଲା। ବାହାଘର ବେଳେ ଯେଉଁ ଟେଣ୍ଟ ଲାଗିଥିଲା, ତା’ ବାବଦକୁ ଦେଢ଼ ଲକ୍ଷ ଟଙ୍କା ସେ ଶୁଝି ପାରି ନଥିଲା। ତେଣୁ ସେ ଚିନ୍ତିତ ରହୁଥିଲା। ଆଉ ଋଣ ଟଙ୍କା ଶୁଝିବା ପାଇଁ ସେ ତା’ ସାଙ୍ଗ ବିପିନକୁ ସୁଚିନ୍ତିତ ଷଡ଼ଯନ୍ତ୍ର କରି ହତ୍ୟା କରିଥିଲା।

୩୨ ବର୍ଷୀୟ ବିପିନ ଏକ ମୋବାଇଲ୍ ହୋଲ୍‌ସେଲ୍ ଦୋକାନରେ କାମ କରୁଥିଲେ। ମୋବାଇଲ୍ କିଣି ନେଉଥିବା ଦୋକାନୀ ମାନଙ୍କ ଠାରୁ ଟଙ୍କା କଲେକ୍ସନ କରିବାକୁ ସେ ବିଭିନ୍ନ ସ୍ଥାନକୁ ଯାଉଥିଲେ। ଘଟଣା ଦିନ ଅର୍ଥାତ୍ ଜୁନ୍ ୧୫ ତାରିଖ ଦିନ ମଧ୍ୟ ସେ ଟଙ୍କା କଲେକ୍ସନ ପାଇଁ ଯାଇଥିଲେ। ଆଉ ପୂର୍ବ ଯୋଜନା ଅନୁଯାୟୀ ଦିଲ୍ଲୀପ ମଧ୍ୟ ତାଙ୍କ ସହିତ ଯାଇଥିଲା। ସେମାନେ ସେଦିନ ବାଗଡ଼ିହି ଓ ବାମରା ଅଞ୍ଚଳକୁ ଟଙ୍କା କଲେକ୍ସନ ପାଇଁ ଯାଇଥିଲେ। ସେମାନେ ଦୁଇଟି ବାଇକ୍‌ରେ ଯାଇଥିଲେ। ବିପିନ ସେଦିନ ୧ଲକ୍ଷ ୯୦ ହଜାର ଟଙ୍କା କଲେକ୍ସନ କରିଥିଲେ।

ସେମାନେ ଫେରିଲା ବେଳକୁ ରାତି ହୋଇଯାଇଥିଲା। ଯୋଜନା ମୁତାବକ ଦିଲ୍ଲୀପ ପ୍ରଥମେ ତା’ ବାଇକ୍‌କୁ ଘରେ ଛାଡ଼ି ଦେଇଥିଲା। ସେଠାରୁ ସେମାନେ ବିପିନଙ୍କ ବାଇକ୍‌ରେ ଆସୁଥିଲେ। ବିପିନ ବାଇକ୍ ଚଲାଉଥିଲେ। ବାଟରେ ସେମାନେ ପରିସ୍ରା ଯିବା ପାଇଁ ଅଟକି ଥିଲେ। ପରିସ୍ରା କରି ବିପିନ ଗାଡ଼ି ଷ୍ଟାର୍ଟ କରୁଥିବା ବେଳେ ଦିଲ୍ଲୀପ ତାଙ୍କ ବେକକୁ ମୋଡି ଛୁରୀରେ କାଟି ଦେଇଥିଲା। ଏହା ପରେ ସେ ବିପିନଙ୍କ ପ୍ୟାଣ୍ଟର ସାମ୍ନା ଦୁଇ ପକେଟ୍‌ରେ ଥିବା ଟଙ୍କା ଧରି ଫେରାର ହୋଇଯାଇଥିଲା। ବିପିନଙ୍କ ପଛ ପକେଟ୍‌ରେ ଆହୁରି ୭୩ ହଜାର ଟଙ୍କା ଥିଲା।

ଦିଲ୍ଲୀପ ଫେରାର ହୋଇ ରାଉରକେଲାରେ ଏକ ହୋଟେଲ୍‌ରେ ଲୁଚିଥିଲା। ପୁଲିସ୍‌ ତାକୁ ସେଠାରୁ ଗିରଫ କରିଥିଲା। ତା’ଠାରୁ ୧ ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା। ତା’ସହିତ ଯେଉଁ ଛୁରୀରେ ସେ ବିପିନଙ୍କ ବେକ୍ କାଟିଥିଲା, ତାକୁ ମଧ୍ୟ ଏକ ପୋଖରୀ ପାଖରୁ ପୁଲିସ୍ ଜବତ କରିଛି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଦିଲ୍ଲୀପ ବିଟେକ୍‌ କରିଥିବା କହୁଛି। ଗୋଟିଏ ପଟେ ଋଣରେ ବୁଡ଼ି ରହିଥିବା ବେଳେ ଆଉ ଗୋଟେ ପଟେ ଭାଇ ଜାଗାବାଡ଼ି ନ ଦେବା ତଥା ସ୍ତ୍ରୀ ଘର ଛାଡ଼ି ପଳାଇବା ପରେ ସେ ଆହୁରି ଅଧିକ ଚିନ୍ତିତ ହୋଇପଡ଼ିଥିଲା। ତେଣୁ ଧାର ଆଣିଥିବା ଟଙ୍କା ପରିଶୋଧ କରିବାକୁ ସେ ବିପିନକୁ ହତ୍ୟା କରିଥିବା ସ୍ୱୀକାର କରିଛି।

The post ଖୋଲିଲା ମୁଢ଼ି ମିଲ୍‌ ଗଳି ହତ୍ୟାକାଣ୍ଡ ରହସ୍ୟ: ଋଣ ଟଙ୍କା ଶୁଝିବା ପାଇଁ ମାରି ଦେଇଥିଲା ସାଙ୍ଗ appeared first on Odisha Reporter.



from Odisha Reporter https://ift.tt/3wQnlrn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages