ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦର ସୌମୁମୀ ଅଧିବେଶନ ଆରମ୍ଭ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂସଦୟୀ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଏହି ବୈଠକ ଡାକିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ଉପସ୍ଥିତ ଥିଲେ। ଲୋକସଭାରେ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ, ଡିଏମକେ ସାଂସଦ ଡାରେକ ଓବ୍ରାଏନ ଏବଂ ଅନ୍ୟାନ୍ୟ ଦଳର ନେତା ମାନେ ଉପସ୍ଥିତ ଥିଲେ। ପ୍ରତିଥର ସଂସଦ ଆରମ୍ଭ ହେବା ପୂର୍ବରୁ ଏପରି ବୈଠକ ବସିଥାଏ।
ମୌସୁମୀ ଅଧିବେଶନ ପୂର୍ବରୁ ଏପରି ବୈଠକରେ ସଂସଦର କାର୍ଯ୍ୟାଧାରା ବାବଦରେ ଆଲୋଚନା ହୁଏ। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଥିବା ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୩ରେ ଶେଷ ହେବ। ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି ଏହି ବୈଠକରେ। କରୋନାର ଦ୍ୱିତୀୟ ଲହରରେ ବେଳେ ଏହା ପ୍ରଥମ ବୈଠକ।
କେନ୍ଦ୍ରର ଏହି ସର୍ବଦଳୀୟ ବୈଠକ ପରେ ଏନଡିଏର ବୈଠକ ଅପରାହ୍ନ ୩ଟାରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଗତ ବୁଧବାର କଂଗ୍ରେସ ସାଂସଦଙ୍କର ଏକ ବୈଠକ ବସିଥିଲା। ପାଖାପାଖେ ଘଣ୍ଟାଏ ଧରି ଏହି ବୈଠକ ବସିଥିଲା। ଏହି ବୈଠକରେ ସଂସଦରେ କେଉଁ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରି ହେବ ସେ ନେଇ ଆଲୋଚନା ହୋଇଥିଲା।
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି, କୋଭିଡ ଅବ୍ୟବସ୍ଥା, ଟିକା ଅଭାବ, ବୈଦେଶିକ ନୀତି, ରାଫେଲ ଡିଲ ଭଳି ଅନେକ ପ୍ରସଙ୍ଗରେ ବିରୋଧୀ ଦଳ ମୋଦି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିବାକୁ ଯୋଜନା କରିଛି।
The post ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ appeared first on Odisha Reporter.
from Odisha Reporter https://ift.tt/3il6zLU
No comments:
Post a Comment