ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ବର୍ବରତା ମଧ୍ୟରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କାନ୍ଦାହାରରେ ଧଶେଇ ପଶି ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଜ କବଜାକୁ ନେବାରେ ଲାଗିଛି ତାଲିବାନୀ ସେନା । ଏହାରି ଭିତରେ ଜଣେ ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ଦାନିଶ ସିଦ୍ଦିକି । ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି କଭରେଜ୍ କରୁଥିଲେ ସିଦ୍ଦିକି। ତେବେ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡକ୍ ଅଞ୍ଚଳରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଦେଶର ଜଣେ ଜଣାଶୁଣା ଫଟୋ ଜର୍ଣ୍ଣାଲିଷ୍ଟ ହେଉଛନ୍ତି ଦାନିଶ ସିଦ୍ଦିକି। ତାଙ୍କୁ ପୁଲିତଜର ପୁରସ୍କାରରେ ସମ୍ମାନିତ କରାଯାଇଛି। ସେ ଦିଲ୍ଲୀରେ ରହୁଥିଲେ । ବର୍ତ୍ତମାନ ସେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର ପାଇଁ କାମ କରୁଥିଲେ।
ଆଫଗାନିସ୍ତାନରେ ବର୍ତ୍ତମାନର ସଙ୍କଟ ସ୍ଥିତିର କଭରେଜ୍ କରୁଥିବା ସମୟରେ ସେ କିଛି ଭିଡିଓ ଓ ଫଟୋ ପୋଷ୍ଟ କରିଥିଲେ । ଘଟଣାସ୍ଥଳର ଭିଡିଓ ଓ ଫଟୋ ସେୟାର କରୁଥିବାରୁ ତାଙ୍କ ଟିମ୍ ଉପରେ ଆକ୍ରମଣ ବି ହୋଇଥିଲା ଏବଂ ଏହାର ଭିଡିଓ ସେ ପୋଷ୍ଟ କରିଥିଲେ।
ଆଫଗାନିସ୍ତାନରେ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ସେଠାରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟକୁ ମଧ୍ୟ ଦାନିଶ କଭରେଜ୍ କରିଥିଲେ। ଏପରିକି ଲଦ୍ଦାଖରେ ଭାରତ-ଚୀନ୍ ସଂଘର୍ଷ ସମୟର ସ୍ଥିତି କଭରେଜ୍ କରିଥିଲେ। ସିଦ୍ଦିକିଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।
I could feel the tension in the air as ASF were expecting an imminent attack from the Taliban. There was sporadic machine gun fire but all hell broke loose as the Humvees reached the extraction point. pic.twitter.com/TqnnqiuTUr
— Danish Siddiqui (@dansiddiqui) July 13, 2021
The attack continued as Afghan Special Forces retreated after successfully carrying out the extraction. Caught in the middle of this ambush were several Afghans who were trapped while one of them was this boy. pic.twitter.com/rBm60wSUSV
— Danish Siddiqui (@dansiddiqui) July 13, 2021
The post କାନ୍ଦାହାରରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା appeared first on Odisha Reporter.
from Odisha Reporter https://ift.tt/3B9a1BN
No comments:
Post a Comment