କେନ୍ଦ୍ରାପଡ଼ାରେ ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 24, 2021

କେନ୍ଦ୍ରାପଡ଼ାରେ ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ଜାରି ହୋଇଛି ୧୪୪ ଧାରା। ନିରାପତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହରରେ ୧୪୪ ଧାରା ଜାରି କରିଛନ୍ତି ଜିଲ୍ଲାପାଳ।

ଶନିବାର ରାତି ୧୧ଟାରୁ ଜାରି ହୋଇଥିବା ଏହି କଟକଣା ଆସନ୍ତା ୩୦ ତାରିଖ ସକାଳ ୧୧ଟା ଯାଏଁ ବଳବତ୍ତର ରହିବ। କେନ୍ଦ୍ରାପଡ଼ା ପୌରାଞ୍ଚଳ ଓ ନିକଟସ୍ଥ ୪ଟି ପଞ୍ଚାୟତ- ବାରିମୂଳ, କପାଳେଶ୍ୱର, ଗୁଲନଗର ଓ ଜମଧରରେ ଏହି ୧୪୪ ଧାରା ଜାରି କରାଯାଇଛି।

କୌଣସି ଅଘଟଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ବେଳେ ଏହି ସମୟରେ ଏହି ସବୁ ସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଛି। ୧୪୪ ଧାରା ଜାରି ହୋଇଥିବା ଅଞ୍ଚଳରେ ସକାଳ ୭ରୁ ଦିନ ୧୧ଟା ଯାଏଁ ଦୋକାନ ଖୋଲା ରହିବ। ତେବେ କେବଳ ଗ୍ରୋସେରୀ, ପରିବା ଓ ଆମିଷ ଦୋକାନ ଖୋଲା ରହିବା। ବାକି ସମସ୍ତ ଦୋକାନ ବନ୍ଦ ରହିବ।

ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟର ହାଇଦରର ଆଜି ଶବ ବ୍ୟବଚ୍ଛେଦ ହେବ। ବାଲେଶ୍ୱର ଡାକ୍ତରଖାନାରେ ତା’ର ମୃତଦେହ ଅଛି ଓ ସେଠାରେ ହିଁ ଶବ ବ୍ୟବଚ୍ଛେଦ କରାଯିବ। ଏହା ପରେ ମୃତଦେହକୁ ତା’ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ଗତକାଲି ପୁଲିସ ଏନ୍‌କାଉଣ୍ଟରରେ ହାଇଦରର ମୃତ୍ୟୁ ହୋଇଥିଲା। ବାଲେଶ୍ୱରର ସିମୁଳିଆ ନିକଟରେ ତାକୁ ଏନ୍‌କାଉଣ୍ଟର କରାଯାଇଥିଲା। ତାକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ଏହି ଏନ୍‌କାଉଣ୍ଟର ହୋଇଥିଲା। ପରିସ୍ରା ଯିବା ବାହାନାରେ ଗାଡ଼ିରୁ ବାହାରିବା ପରେ ହାଇଦର ଗାର୍ଡଙ୍କ ବନ୍ଧୁକ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିଳା। ପୁଲିସ୍ ପକ୍ଷରୁ ତାକୁ ପ୍ରଥମେ ୱାର୍ଣ୍ଣିଂ ଦିଆଯାଇଥିଲା। ତେବେ ସେ ନ ମାନିବାରୁ ପୁଲିସ୍ ବାଧ୍ୟ ହୋଇ ଗୁଳି କରିଥିଲା। ତାକୁ ଗୋଟିଏ ଗୁଳି ହିଁ ମରାଯାଇଥିଲା ଓ ତାହା ତା’ ପେଟରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ବାଲେଶ୍ୱର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ହାଇଦରକୁ ବାରିପଦା ନିଆଯାଉଥିବା ବେଳେ ତା’ ସହିତ ଜଣେ ଇନ୍ସପେକ୍ଟର, ଜଣେ ସବ୍‌-ଇନ୍ସପେକ୍ଟର ଓ ଏକ ସେକ୍ସନ ଫୋର୍ସ ଥିଲେ।

The post କେନ୍ଦ୍ରାପଡ଼ାରେ ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି appeared first on Odisha Reporter.



from Odisha Reporter https://ift.tt/3rxmBX2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages