ଟିକାକରଣ କେବେ ସରିବ? ରାହଲ ଗାନ୍ଧୀଙ୍କ ପ୍ରଶ୍ନରେ ବ୍ୟାକଫୁଟରେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 24, 2021

ଟିକାକରଣ କେବେ ସରିବ? ରାହଲ ଗାନ୍ଧୀଙ୍କ ପ୍ରଶ୍ନରେ ବ୍ୟାକଫୁଟରେ ସରକାର

ନୂଆଦିଲ୍ଲୀ: ଡିସେମ୍ୱର ୩୧ ସୁଦ୍ଧା ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକାକରଣ କରାଯିବ। କେନ୍ଦ୍ର ସରକାର ଏପରି ପ୍ରତିଶ୍ରୁତି ଦେଇଥିଲେ। ଏବେ କିନ୍ତୁ ସରକାର ସଂସଦରେ କହିଛନ୍ତି ଟିକାକରଣ ଶେଷ ହେବାର ଅବଧି ଫିକ୍ସ କରାଯାଇନି। ଗତକାଲି ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଉତ୍ତର ରଖିଥିଲା। କୋଭିଡ ମହାମାରୀ ରୂପ ବଦଳାଉଛି। ତେଣୁ କେବେ ମହାମାରୀ କେବେ ଯିବ ବୋଲି ଯେତେବେଳେ ଜଣାପଡ଼ିନି ସେତେବେଳେ ଟିକାକରଣର ଅବଧି କେବେ ଶେଷ ହେବ କହିହେବ ନାହିଁ। କିନ୍ତୁ ୧୮ରୁ ଅଧିକ ବୟସ୍କ ବର୍ଗର ବ୍ୟକ୍ତି ଡିସେମ୍ୱର ସୁଦ୍ଧା ଟିକାକରଣରେ ସାମିଲ୍ ହେବେ ବୋଲି ଆଶା କରାଯାଉଛି ବୋଲି ସରକାର କହିଛନ୍ତି।

ଏହାକୁ ନେଇ ଶନିବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ସରକାରଙ୍କୁ ସମାଲୋଚନା କରିଛନ୍ତି। ଲେକମାନେ ଟିକା ପାଇଁ ଧାଡ଼ିରେ ଛିଡା ହେଉଛନ୍ତି ହେଲେ ଟିକାକରଣ କେବେ ସରିବ ସରକାର କହିପାରୁ ନାହାନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଜୁଲାଇ ବେଳକୁ ଟିକାର ଅଭାବ ରହିବ ନାହିଁ ବୋଲି ସରକାର କହିଥିଲେ ହେଲେ ଏବେ ଟିକା କୁଆଡେ ଗଲା ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି।

ଗତକାଲି ସରକାର ଟିକାକରଣ ବାବଦରେ ବିବୃତ୍ତି ରଖିଥିଲେ। ପ୍ରାପ୍ତ ବୟସ୍କଙ୍କୁ ଡିସେମ୍ୱର ସୁଦ୍ଧା ଟିକାକରଣ କରାଯିବ ବୋଲି ସରକାର ଆଶା ରଖିଥିବା କହିଛନ୍ତି। ଏ ପର୍ଯ୍ୟନ୍ତ ୯,୭୨୫ କୋଟି ଟଙ୍କା ଟିକା ପାଇଁ ଖର୍ଚ୍ଚ ହୋଇଛି। ଯେଉଁଥିରେ ଟିକା ପରିଚାଳନାର ଖର୍ଚ୍ଚ ମଧ୍ୟ ସାମିଲ୍ ରହିଛି।

ଟିକାକରଣ ମେ ମାସରେ ଧିମା ପଡ଼ିବା ପରେ ସେତେବେଳର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ ୨୦୨୧ ସୁଦ୍ଧା ଦେଶରେ ଟିକାକରଣ ଶେଷ ହେବ। ତେଣୁ ସରକାର ଏବେ ଟିକାକରଣ ଶେଷ କରିବା ନେଇ ବ୍ୟାକଫୁଟରେ ରହିଥିବା ଜଣାପଡ଼ିଛି। ଗତ କିଛି ମାସ ହେବ ଅନେକ ସରକାରୀ ଅଧିକାରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସରକାର ପ୍ରାୟ ୯୫ କୋଟି ଜନସଂଖ୍ୟାକୁ ସଂପୂର୍ଣ୍ଣ ଟିକାକରଣ କରିବାକୁ ଚାହୁଁଛି। ଯାହା ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟରେ ମଧ୍ୟ କୁହିଛନ୍ତି ସରକାର। ଏ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୨ କୋଟି କୋଭିଡ ଟିକା ଡୋଜ ଦିଆଯାଇଥି। ଜୁଲାଇ ପର୍ଯ୍ୟନ୍ତ ପ୍ରାୟ ୫୧ କୋଟି ଡୋଜ ଉପଲବ୍ଧ ଦିଆଯିବ ବୋଲି ସରକାର କହିଛନ୍ତି।

ଗତ କିଛି ସପ୍ତାହ ମଧ୍ୟରେ ଦେଶରେ ଦୈନିକ ହାରାହାରି ଟିକାକରଣ ଦିନକୁ ପ୍ରାୟ ୪୦ ଲକ୍ଷ ହୋଇଥିବାବେଳେ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଡିସେମ୍ବର ସୁଦ୍ଧା ସମସ୍ତ ବୟସ୍କଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ତେବେ ପ୍ରତିଦିନ ପ୍ରାୟ ୯୦ ଲକ୍ଷ ଟିକା ଟିକା ଦିଆଯିବା ଆବଶ୍ୟକ। ଅଗଷ୍ଟ-ଡିସେମ୍ବର ମଧ୍ୟରେ ୧୩୫ କୋଟି ଡୋଜ ଉପଲବ୍ଧ ହେବ ବୋଲି ସରକାର କହିଛନ୍ତି। ସେହିପରି ଟିକା ଉତ୍ପାଦନକାରୀଙ୍କ ସହ ଟିକା କିଣିବା କିମ୍ୱା ଚୁକ୍ତି କରିବାରେ କୌଣସି ବିଳମ୍ବ ହୋଇନାହିଁ ବୋଲି ସରକାର କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ କହିଛନ୍ତି ଯେ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନର ଟିକା ସେହିଭଳି ଉପଲବ୍ଧ ହୋଇପାରୁନି ଯେପରି ବିଜେପି ଶାସିତ ରାଜ୍ୟରେ ଉପଲବ୍ଧ ହେଉଛି। ଏହା ମୋଦି ସରକାରର ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ସେ ଟ୍ୱିଟ କରି ଲେଖିଛନ୍ତି।

The post ଟିକାକରଣ କେବେ ସରିବ? ରାହଲ ଗାନ୍ଧୀଙ୍କ ପ୍ରଶ୍ନରେ ବ୍ୟାକଫୁଟରେ ସରକାର appeared first on Odisha Reporter.



from Odisha Reporter https://ift.tt/371mGZL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages