‘ସମ୍ପର୍କ ଭଲ କହି ଟାଇଟନିକ ପୋଜ୍‌ର ଫଟୋ ଛାଡ଼ିଲେ, ଏବେ ଚିଠି, ଡାଏରୀ କ’ଣ କହୁଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 24, 2021

‘ସମ୍ପର୍କ ଭଲ କହି ଟାଇଟନିକ ପୋଜ୍‌ର ଫଟୋ ଛାଡ଼ିଲେ, ଏବେ ଚିଠି, ଡାଏରୀ କ’ଣ କହୁଛି’

ସୋର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଧିକ ସସପେନ୍ସ ଘେରକୁ ଚାଲି ଯାଉଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଗତକାଲି ଗୋଟିଏ ଦିନରେ ପାରଳାଖେମୁଣ୍ଡି ପୁଲିସ୍‌  ଓ କ୍ରାଇମବ୍ରାଞ୍ଚ ଟିମ୍‌ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ରୋଷେୟା ମନ୍ନଥ କୁମ୍ଭଙ୍କୁ ଜେରା କରି କ୍ଲିନଚିଟ୍‌ ଦେଇସାରିଛନ୍ତି। ହେଲେ ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ସୌମ୍ୟଙ୍କ ପରିବାର ଲୋକ ।

ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ବଡ଼ ଭାଇ  ରଂଜନ ମହାପାତ୍ର  କହିଛନ୍ତି, ପୁଲିସ୍‌ ସମସ୍ତଙ୍କୁ କ୍ଲିନ ଚିଟ୍‌ ଦେଉଥିଲେ ବି ସତ କଥା ମୋ ଭାଇ ପୋଡ଼ି କି ମରିଛି। ହେଲେ କେଉଁ ଲିଙ୍କରେ ସେ ମରିଛି ତାକୁ ଖୋଜି ବାହାର କରିବା ପୁଲିସ୍‌ର କାମ। ଆତ୍ମହତ୍ୟା ଯଦି କରିଛି, ସେଥିପାଇଁ କାରଣ ବି ଦରକାର।

ଘରେ ସ୍ୱାମୀ ସ୍ତ୍ରୀ ଥିଲେ  ସ୍ୱାମୀ ପୋଡ଼ିଗଲା, ସ୍ତ୍ରୀ ଜାଣିପାରିଲାନି କିପରି । ଘଟଣା ଘଟିବା ପରେ ଘରର ଚାବି ବିଭାଗ ପାଖରେ କାହିଁକି ରହିଥିଲା।  ସୌମ୍ୟଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ ନିଆଯାଇଥିଲା । ବ୍ରହ୍ମପୁର ରେଫର ଲେଖାହୋଇ ପୁଣି କଟାଯାଇ କଟକ ପଠାଯିବା କାରଣ କ’ଣ ।  ବଲାଙ୍ଗିରରେ ବ୍ୟାଚଲର ପାର୍ଟି କଥା କହୁଥିଲୁ, ତାହା ବି ସତ ପ୍ରମାଣିତ ହେଲା ବୋଲି କହିଛନ୍ତି  ରଞ୍ଜନ।

“ପରିବାର ଚାପ ସମ୍ପର୍କରେ ସୌମ୍ୟ ପୂର୍ବରୁ ଆମକୁ କିଛି କହି ନ ଥିବା ବେଳେ ଏବେ ସବୁ ସତ ପଦାକୁ ଆସୁଛି।  ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ଆମେ ପୂର୍ବରୁ କହି ଆସୁଛୁ।   ହେଲେ ସମ୍ପର୍କ ଭଲ ଥିବା ବିଦ୍ୟା ତଥା ତାଙ୍କ ବାପାମା’ କହି ଆସୁଛନ୍ତି। ଏପରିକି ନିଜ କଥା ପ୍ରମାଣିତ କରିବାକୁ ଟାଇଟନିକ ପୋଜ୍‌ର ଫଟୋ ବି ଛାଡ଼ିଛନ୍ତି। ହେଲେ ଏବେ ଯେଉଁ ଚିଠି, ଡାଏରୀ ବାହାରୁଛି ତାହା କ’ଣ ଦର୍ଶାଉଛି। ମିଛା ଧରା ପଡ଼ିଯିବା ପରେ କଥା ବୁଲାଉଛନ୍ତି ବିଦ୍ୟାଙ୍କ ବାପା। କହୁଛନ୍ତି ସମ୍ପର୍କ ପ୍ରଥମେ ଟିକେ ଖରାପ ଥିବା ବେଳେ ପରେ ସବୁ କିଛି ଠିକ୍‌ ହୋଇ ଯାଇଥିଲା। ଠିକ୍‌ ହୋଇଯାଇଥିଲା ଯଦି ମୋ ଭାଇ ମଲା କିପରି ବୋଲି ପ୍ରଶ୍ନ କରିଛନ୍ତି ରଞ୍ଜନ ।

ପରିବାର ପ୍ରେସର ସମ୍ପର୍କରେ ପୂର୍ବରୁ ସୌମ୍ୟ ଆମକୁ କିଛି କହି ନ ଥିବା ବେଳେ ଏବେ ପ୍ରମାଣ ବାହାରୁଛି। କେଉଁ ଲିଙ୍କରୁ ସେ ମରିଛି, ତାହା ଖୋଜି ବାହାର କରିବା ପୁଲିସ୍‌ର କାମ ବୋଲି ସେ କହିଛନ୍ତି।

ଏନେଇ ସୌମ୍ୟଙ୍କ ସମ୍ପର୍କୀୟ ସାନ ଭାଇ ପ୍ରିୟବ୍ରତ ପଣ୍ଡା କହିଛନ୍ତି,   ପୁଲିସ୍‌ କ’ଣ ଦେଖି ସମସ୍ତଙ୍କୁ କ୍ଲିନ ଚିଟ୍‌ ଦେଲା ତାହା ଆମେ ବୁଝିପାରୁନୁ। ବାହାଘର ପରେ ଭାଇ ମାନସିକ ଅବସାଦରେ ରହୁଥିଲା। ଏହା ପୂର୍ବ ଯୋଜନା ମୁତାବକ ମର୍ଡର ବୋଲି ସମସ୍ତେ ଜାଣିଛନ୍ତି। ଜଣେ ମରିଛି, ଆଉ ଜଣେ ସେଠାରେ ଥିଲେ, ତାଙ୍କୁ ପ୍ରଥମେ ଧରିବା ଦରକାର। ଏହାପଛରେ ବହୁ ଲୋକଙ୍କ ହାତ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି।

ଏହାବାଦ ସୌମ୍ୟଙ୍କ ଜଣେ ସମ୍ପର୍କୀୟ କହିଛନ୍ତି,  ଘଟଣା ଦିନ ସୌମ୍ୟଙ୍କ କ୍ୱାର୍ଟର୍ସରେ ଜଳିବାର ଚିହ୍ନବର୍ଣ୍ଣ ନ ଥିଲା। ଏବେ କେମିତି କବାଟ ଜଳିବା ଚିହ୍ନ ଆସିଲା। ଘଟଣା ଦିନ ବିଦ୍ୟା ଘରର ଚାବିକାଠି ଡିଏଫଓଙ୍କୁ ଦେଇକି ଆସିଥିଲା। ଏହାପରେ ଡିଏଫଓ ୩ ଦିନ ଅନ୍ତର୍ଦ୍ଧାନ ହୋଇଗଲେ। ଏହା ମଧ୍ୟରେ ଘର ଖୋଲାଯାଇ ନିଆଁ ଲଗାଯାଇ ସବୁ ଓଲଟପାଲଟ କରାଯାଇଛି। ଆମକୁ ନ୍ୟାୟ ଦରକାର।

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ  ଏ ଯାଏ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଛାଡ଼ି ସମସ୍ତଙ୍କୁ କ୍ଲିନଚିଟ୍‌ ଦେଇ ସାରିଲାଣି ପୁଲିସ୍‌। ହେଲେ ପୁଲିସ୍‌ ତଦନ୍ତ ପ୍ରକ୍ରିୟାରେ ଆଦୌ ସନ୍ତୁଷ୍ଟ ନାହାନ୍ତି ସୌମ୍ୟଙ୍କ ପରିବାର ଲୋକ। ପୁଅ ପୋଡ଼ିକି ମରିଥିବା ବେଳେ ତାକୁ କିଏ, କାହିଁକି ଓ କେଉଁ ପରିସ୍ଥିତିରେ ପୋଡ଼ିକି ମାରିଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

ଅପରପକ୍ଷ, ଗଜପତି ପୁଲିସ୍‌ ଏଯାଏ ସୌମ୍ୟଙ୍କ ଘର ଓ ବିଦ୍ୟାଙ୍କ ଘରକୁ ଯାଇ ପଚରାଉଚରା କରି ସାରିଥିବା ବେଳେ ପୁଣି ଥରେ ବାଲେଶ୍ୱର ଯିବ ବୋଲି ଜଣାଯାଇଛି। ଏହାବାଦ  ବଲାଙ୍ଗିର ଯାଇ ଘଟଣାର ଅଧିକ ତଦନ୍ତ କରିବ । ବିଦ୍ୟାଭାରତୀ ପଢୁଥିବା ଏଲ୍ଆଇ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ ଯାଇ ବ୍ୟାଚଲର ପାର୍ଟି ସମ୍ପର୍କରେ ଅଧିକ ଖୋଳତାଡ଼ କରିବ। ଏହାବାଦ ବାଲେଶ୍ୱର ଖଇରା ବେଗୁନିଆରେ  ଥିବା ସୌମ୍ୟରଂଜନଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ପଚରା ଉଚରା କରିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁ।

“ମୁଁ ଏହି ଲୋକକୁ ଦୁନିଆରେ ସବୁଠୁ ଅଧିକ ଘୃଣା କରେ । ଭଗବାନ ମୋ ଭୁଲ୍‌ ପାଇଁ ମୋତେ କ୍ଷମା କରିଦିଅ। ମୋ ଜୀବନ ବରବାଦ କର ନାହିଁ। କେମିତି ଆଉ ୩ଟା ଦିନ କଟିବ। ଆଟଲିଷ୍ଟ ୧୨-୧୫ଦିନ ଶାନ୍ତିରେ ରହିବି । ମୁଁ ଏହି ଲୋକକୁ ପ୍ରବଳ ଘୃଣା କରେ, ଏପରିକି ମୋ ନାଁ ସହ ତା’ ନାଁ ଯୋଡ଼ିବାକୁ ବି ଇଚ୍ଛା ନାହିଁ। ମୋର ଗୋଟିଏ ନିଷ୍ପତ୍ତି ମୋ ଜୀବନ ବରବାଦ କରିଦେଲା, ” ବୋଲି  ବିଦ୍ୟାଙ୍କ ହାତ ଲେଖା ଚିଠିରେ ଉଲ୍ଲେଖ ଅଛି।

ଅପରପକ୍ଷେ, ସୌମ୍ୟଙ୍କ ଡାଏରୀରେ, ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି। ମୁଁ  ତୁମର ଚାକର ହୋଇ ରହିବି। କିନ୍ତୁ ମୋତେ ତୁମ ପାଦ ତଳେ ଟିକେ ଜାଗା ଦିଅ ବୋଲି ଲେଖା ଯାଇଛି।

ବିଦ୍ୟାଙ୍କ ମନରେ ସୌମ୍ୟଙ୍କ ପ୍ରତି ଘୃଣା ଭାବ ଭରି ରହିଥିବା ବେଳେ ସୌମ୍ୟ କିନ୍ତୁ ମାନସିକ ଅବସାଦରେ ଥିବା  ସହ ତାଙ୍କ ମନରେ ନିରାଶ ଭାବ ରହିଥିବା ଉଭୟଙ୍କ ଚିଠିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

 

The post ‘ସମ୍ପର୍କ ଭଲ କହି ଟାଇଟନିକ ପୋଜ୍‌ର ଫଟୋ ଛାଡ଼ିଲେ, ଏବେ ଚିଠି, ଡାଏରୀ କ’ଣ କହୁଛି’ appeared first on Odisha Reporter.



from Odisha Reporter https://ift.tt/3y1QaCJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages