ଅଭିନେତାରୁ ଅଭିନେତ୍ରୀ ସାଜିଲେ ଏହି ପ୍ରସିଦ୍ଧ ସେଲେବ୍ରିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 24, 2021

ଅଭିନେତାରୁ ଅଭିନେତ୍ରୀ ସାଜିଲେ ଏହି ପ୍ରସିଦ୍ଧ ସେଲେବ୍ରିଟି

ଲସ୍‌ଏଞ୍ଜଲିସ: ପୁରୁଷରୁ ହେଲେ ମହିଳା। ଅଭିନେତାରୁ ସାଜିଲେ ଅଭିନେତ୍ରୀ। ସର୍ଜରୀ କରାଇ ପାଲଟିଗଲେ ମହିଳା। ହଲିଉଡର ଲୋକପ୍ରିୟ ଅଭିନେତା ଟମି ଡାର୍ଫମ୍ୟାନ୍ ଏବେ ମେଲ୍‌ରୁ ଫି-ମେଲ୍ ପାଲଟିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ନେଟ୍‌ଫ୍ଲିକ୍ସର ସୁପରହିଟ୍ ଶୋ’ ’୧୩ ରିଜନ୍ସ ବାୟ’ରୁ ଲୋକପ୍ରିୟ ହୋଇଥିବା ଅଭିନେତା ଟମି ଡାର୍ଫମ୍ୟାନ୍ ଟ୍ରାନ୍ସଜେଣ୍ଡର ହୋଇଥିବା ନେଇ ଖୁଲାସା କରିଛନ୍ତି। ବର୍ତ୍ତମାନଠାରୁ ସେ ତାଙ୍କ କ୍ୟାରିୟରରେ କେବଳ ମହିଳା ଚରିତ୍ରରେ ହିଁ ଅଭିନୟ କରିବେ। ନେଟଫ୍ଲିକ୍ସ ଶୋ’ରେ ରିଆନ୍ ଶେଭରଙ୍କ ପୁରୁଷ ଚରିତ୍ରରେ ଅଭିନୟ କରି ଟମି ଅନେକ ଚର୍ଚ୍ଚା ସାଉଁଟିଥିଲେ।

ନିକଟରେ ଟାଇମ୍ସ ମାଗାଜିନ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଟମି କହିଛନ୍ତି, ଗତ ଏକ ବର୍ଷ ଧରି ସେ ମହିଳାଙ୍କ ପରି ଜୀବନ ବିତାଉଥିଲେ। ବର୍ତ୍ତମାନ ତାଙ୍କର ଟ୍ରାନ୍ସଜେଣ୍ଡର ହେବା ପ୍ରକ୍ରିୟା ମେଡିକାଲରେ ଶେଷ ହୋଇଛି। ସେବର୍ତ୍ତମାନ ନିଜକୁ ଜଣେ ମହିଳା ଭାବରେ ଦେଖୁଛନ୍ତି ବୋଲି କହିଛନ୍ତି।

ବର୍ତ୍ତମାନଠାରୁ ଟମି ତାଙ୍କ କ୍ୟାରିୟରରେ କେବଳ ମହିଳା ଚରିତ୍ରରେ ହିଁ ଅଭିନୟ କରିବେ।

ଟମି ଟ୍ରାନ୍ସଜେଣ୍ଡର ହେବା ପରେ ମଧ୍ୟ ନିଜ ନାଁକୁ ପରିବର୍ତ୍ତନ କରିନାହାନ୍ତି। ନିଜ ନାଁକୁ ନେଇ ଟମି କହିଛନ୍ତି, ‘ମୋର ନାମ ମୋ ମା’ଙ୍କ ଭାଇଙ୍କ ନାମରେ ରଖାଯାଇଛି। ମୋର ଜନ୍ମ ହେବାର ଏକ ମାସ ପରେ ସେ ମରିଗଲେ ଏବଂ ମୁଁ ଏହି ନାଁ ସହିତ ଏକ ବିଶେଷ ସଂଯୋଗ ଅନୁଭବ କରେ। ସେଥିପାଇଁ ଟ୍ରାନ୍ସଜେଣ୍ଡର ସର୍ଜରୀ ପରେ ମଧ୍ୟ ମୁଁ ମୋର ନାମ ପରିବର୍ତ୍ତନ କରିନାହିଁ।’

ସୂଚନାଯୋଗ୍ୟ ଯେ ଗତ ଏକ ବର୍ଷ ମଧ୍ୟରେ ଟମି ଅନେକ ଥର ଟ୍ରାନ୍ସଜେଣ୍ଡର ବୋଲି ସୂଚିତ କରିଥିଲେ। ସେ କିଛି ସମୟ ପାଇଁ ଇନଷ୍ଟାଗ୍ରାମରେ ନିଜର ନୂଆ ଲୁକ୍ ସହିତ ଫଟୋ ମଧ୍ୟ ସେୟାର କରୁଥିଲେ। ଏବେ ଟମି ପୁରୁଷ ନୁହେଁ ମହିଳା ଚରିତ୍ରରେ କାମ କରିବାକୁ ଆଗ୍ରହୀ ଅଛନ୍ତି। କେବଳ ସେତିକି ନୁହେଁ ତାଙ୍କୁ ଏକ ଫିଲ୍ମରେ ମହିଳା ଚରିତ୍ର ପାଇଁ ଅଫର୍ ମଧ୍ୟ ହୋଇଛି। ସେ ଲେନା ଡୁରହମ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ‘ଶାର୍ପ ଷ୍ଟିକ୍‌’ ଫିଲ୍ମରେ ଫି-ମେଲ୍ କ୍ୟାରେକ୍ଟରରେ ନଜର ଆସିବେ।

The post ଅଭିନେତାରୁ ଅଭିନେତ୍ରୀ ସାଜିଲେ ଏହି ପ୍ରସିଦ୍ଧ ସେଲେବ୍ରିଟି appeared first on Odisha Reporter.



from Odisha Reporter https://ift.tt/3BL4ZMj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages