ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗର୍ଭବତୀମାନେ କରୋନା ଟିକା ନେଲେ ବିପଦ ନାହିଁ । ବିଶେଷଜ୍ଞମାନଙ୍କ ଏପରି ଘୋଷଣା ପରେ ଆସନ୍ତା ୧୫ ତାରିଖ ପରେ ରାଜ୍ୟରେ ଆରମ୍ଭ ହେବ ଗର୍ଭବତୀଙ୍କ ଟିକାକରଣ । ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି, ସେହି ଟିକା ଦିଆଯିବ। ଆଜି ଏନେଇ ଗାଇଡଲାଇନ ସ୍ଥିର କରାଯାଇ ଜଣାଇ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ଅପରପକ୍ଷେ, ସମଗ୍ର ରାଜ୍ୟରେ ସଂକ୍ରମଣ ଏବେ ତଳମୁହାଁ ଥିବା ବେଳେ ଭୁବନେଶ୍ୱର ସମେତ କେତେକ ଜିଲ୍ଲାରେ ଏହା କମିବା ନାଁ ଧରୁନି। ଏଥିଯୋଗୁ ଲୋକେ ଭୟଭୀତ ହୋଇପଡ଼ୁଥିବା ବେଳେ ଏଥିରେ ଡରିବାର କିଛି ନାହିଁ ବୋଲି କହିଛନ୍ତି DMET ସିବିକେ ମହାନ୍ତି।
DMETଙ୍କ କହିବାନୁଯାୟୀ, ଚିନ୍ତା କରନ୍ତୁ ନାହିଁ, ଟେଷ୍ଟ ବଢ଼ିଥିବାରୁ ସଂଖ୍ୟା ବଢ଼ିଛି, ଟିପିଆର ବଢ଼ିନି। ଯେଉଁଠି ସଂକ୍ରମଣ ସାମାନ୍ୟ ବଢ଼ିଥିବା ଖବର ଆସୁଛି, ସେଠି ଅଧିକ ଗୁରୁତ୍ୱ ଦେଉଛୁ। ଟେଷ୍ଟିଂ ଓ ସର୍ଭେଲାନ୍ସ ବଢ଼ୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ୁଛି । ତେଣୁ ସଂଖ୍ୟା ବଢ଼ିବା ନେଇ ଭୟଭୀତ ହେବା ଦରକାର ନାହିଁ। ଉପକୂଳ ଜିଲ୍ଲାରେ ୩ ମାସିଆ ସର୍ଭେଲାନ୍ସ ଜାରି ଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ସବୁ ବ୍ୟବସ୍ଥା ହୋଇଛି।
ଏହାବାଦ ସର୍ଭେଲାନ୍ସ ଓ ଟ୍ରିଟମେଣ୍ଟ ନେଇ ସୂଚନା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସର୍ଭେଲାନ୍ସ ଓ ଟ୍ରିଟମେଣ୍ଟ ଚାଲିଛି, କିନ୍ତୁ କମ୍ୟୁନିଟିରେ ଭାଇରସ ରହିଛି। କିଛି ସ୍ଥାନରେ କମୁନି, ସେଠାରେ ସର୍ଭେଲାନ୍ସ ଓ ଟେଷ୍ଟିଂ ବଢ଼େଇବୁ। କେନ୍ଦ୍ରୀୟ ଟିମ୍ ଏବେ ବି ବୁଲୁଛନ୍ତି, ଯାହା ପରାମର୍ଶ ଦେବେ ଆମେ ତାହା ପାଳନ କରିବୁ। ଧୀରେ ଧୀରେ କମୁଛି, ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ସୂଚନାଯୋଗ୍ୟ, ଗତକାଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ , ଟିକା ନେବାକୁ ଆସିବାକୁ ଥିବା ଗର୍ଭବତୀଙ୍କୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ କରାଯିବ । ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ପ୍ରଥମେ ସେମାନଙ୍କୁ ସଚେତନ କରାଯିବ । ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ । ଟିକା ନେବା ପରେ ସେମାନଙ୍କ ଉପରେ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ ବୋଲି ଗତକାଲି କହିଥିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଘର ଘର ବୁଲି ଗର୍ଭବତୀଙ୍କୁ ଟିକାକରଣ କରିବା ପ୍ରସ୍ତାବକୁ ବାରଣ କରାଯାଇଛି। କାରଣ ସେମାନେ ନିକଟସ୍ଥ କେନ୍ଦ୍ରକୁ ଆସି ଟିକା ନେଲେ ତାହାର ପାର୍ଶ୍ୱ ପ୍ରତିକ୍ରିୟା କ’ଣ ରହୁଛି ତାହା ନଜରରେ ରହିବ।
The post ୧୫ ପରେ ଆରମ୍ଭ ହେବ ଗର୍ଭବତୀଙ୍କ ଟିକାକରଣ appeared first on Odisha Reporter.
from Odisha Reporter https://ift.tt/3hrmnxi
No comments:
Post a Comment