କୋଭିଡ ପ୍ରଟୋକଲ ଭିତରେ ମନସୁନ୍ ଅଧିବେଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 9, 2021

କୋଭିଡ ପ୍ରଟୋକଲ ଭିତରେ ମନସୁନ୍ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମନସୁନ୍ ଅଧିବେଶନ। ତେବେ ଗତ ଥର ଭଳି ଚଳିତ ଥର ମଧ୍ୟ ଏହା କୋଭିଡ ପ୍ରଟୋକଲ ମଧ୍ୟରେ ଚାଲିବ। ଏନେଇ ଉପରାଷ୍ଟ୍ରପତି ଓ ଲୋକସଭା ଅଧ୍ୟକ୍ଷକଙ୍କ ବୈଠକରେ ନିଷ୍ପତ୍ତି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ମନସୁନ୍ ଅଧିବେଶରେ ସାଂସଦଙ୍କ ବସିବାକୁ ନେଇ ଗତ ୭ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍‌ଲା ଓ ଉଭୟ ସଦନର ମହାସିଚିବଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏଥିରେ ଗତ ଅଧିବେଶନ ଭଳି ଚଳିତ ଅଧିବେଶନ ମଧ୍ୟ କରୋନା ପ୍ରଟୋକଲ ମଧ୍ୟରେ ଚାଲିବ।

ଇଣ୍ଡିଆ ଟିଭି ଦେଇଥିବା ସୂଚନା ମୁତାବକ ସକାଳ ୧୧ଟାରୁ ସନ୍ଧ୍ୟା ୬ ଯାଏ ଅଧିବେଶନ ଚାଲିବ। ସାମାଜିକ ଦୂରତାକୁ ଧ୍ୟାନରେ ରଖି ସାଂସଦଙ୍କ ବସିବାକୁ ନେଇ ଗୁରୁତ୍ୱ ଦିଆଯିବ। ଲୋକସଭାର ସାଂସଦମାନେ ଲୋକସଭା ଗ୍ୟାଲେରୀ ଏବଂ ରାଜ୍ୟସଭାର ସାଂସଦମାନେ ରାଜ୍ୟସଭାର ଗ୍ୟାଲେରୀରେ ବସିବେ। ଗତଥର ଭଳି ଚଳିତଥର ମଧ୍ୟ ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ୍ ଏକାଠି ଚାଲିବା ନେଇ ସମ୍ଭାବନା ରହିଛି।

ମନସୁନ୍ ଅଧିବେଶନ ପାଇଁ ସମସ୍ତ ସାଂସଦଙ୍କ ଦୁଇଟି ଡୋଜ୍ ଟିକାକୁ ଗୁରୁତ୍ୱ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୨୦୫ଜଣ ରାଜ୍ୟସଭା ସାଂସଦ ଦୁଇଟି ଟିକା ନେଇ ସାରି ଥିବାବେଳେ ୧୬ ଜଣ ସାଂସଦ ପ୍ରଥମ ଡୋଜ ନେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ୬ ଜଣ ସାଂସଦ ଏପର୍ଯ୍ୟନ୍ତ ଗୋଟିଏ ବି ଟିକା ନେଇପାରି ନାହାଁନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଏହା ପ୍ରଥମ ସଂସଦ ଅଧିବେଶନ ହେବାକୁ ଯାଉଛି । ସଂସଦ ଅଧିବେଶନରେ ସରକାରଙ୍କ ପକ୍ଷକୁ ଦୃଢ଼ କରି ରଖିବା ପାଇଁ ନୂତନ ମନ୍ତ୍ରୀମାନଙ୍କ ଲାଗି ଏହା ଏକ ଚ୍ୟାଲେଞ୍ଜ ହେବ ।

The post କୋଭିଡ ପ୍ରଟୋକଲ ଭିତରେ ମନସୁନ୍ ଅଧିବେଶନ appeared first on Odisha Reporter.



from Odisha Reporter https://ift.tt/3qVXUU5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages