ସେପ୍ଟେମ୍ବରରେ ଆସିବ ପିଲାଙ୍କ ପାଇଁ ଟିକା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 9, 2021

ସେପ୍ଟେମ୍ବରରେ ଆସିବ ପିଲାଙ୍କ ପାଇଁ ଟିକା!

ନୂଆଦିଲ୍ଲୀ: ଖୁବଶୀଘ୍ର ମିଲିପାରେ ଛୋଟ ପିଲାଙ୍କୁ ଟିକା। ୧୨ରୁ ୧୮ ବର୍ଷ ପିଲାଙ୍କୁ ଆସନ୍ତା ସେପ୍ଟେମ୍ବର ମାସରୁ ଜାଇଡସ୍ କ୍ୟାଡିଲାର କରୋନା ଟିକା ଲାଗିବା ଆରମ୍ଭ ହୋଇପାରେ। ଏନେଇ ଟିକା ମାମଲା ଉପରେ ଗଠନ ହୋଇଥିବା ବିଶେଷଜ୍ଞ ସମୀତିର ପ୍ରମୁଖ ସଂକେତ ଦେଇଛନ୍ତି।

ଆଗକୁ କରୋନାର ତୃତୀୟ ଲହର ଆସିପାରେ। ଏହି ତୃତୀୟ ଲହର ଅଧିକାଂଶ ପିଲାଙ୍କ ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି । ତେଣୁ ଜାଇଡସ କ୍ୟାଡିଲାର ଟିକା ପିଲାଙ୍କ ଉପରେ କରିଥିବା ଟ୍ରାଏଲର ଫଳାଫଳ ସେପ୍ଟେମ୍ବର ପୂର୍ବରୁ ଆସିବ ବୋଲି ଆଶା ରହିଛି। ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ୍ ଭ୍ୟାକ୍‌ସିନ୍‌ର ପ୍ରମୁଖ ଡଃ.ଏନ୍‌କେ ଅରୋକା ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆସନ୍ତା କିଛି ସପ୍ତାହ ମଧ୍ୟରେ ଜାଇଡସର ଟିକା ବ୍ୟବହାରକୁ ଗ୍ରୀନ୍ ସିଗ୍‌ନାଲ ମିଳିପାରେ। ଭାରତରେ ପିଲାମାନଙ୍କ ପାଇଁ ଭାରତ ବାୟୋଟେକ୍ ଟିକା, କୋଭାକ୍ସିନ୍ ମଧ୍ୟ ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ। କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି ଏବଂ ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ଶେଷ ହେବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ଦେଶରେ ଅକ୍ଟୋବରରୁ ଡିସେମ୍ବର କିମ୍ବା ଜାନୁୟାରୀ-ଫେବୃଆରୀ ମଧ୍ୟଭାଗରେ ୨ ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଟୀକାକରଣ ଆରମ୍ଭ ହୋଇପାରେ। କିନ୍ତୁ ଜାଇଡସ୍ କ୍ୟାଡିଲାଙ୍କ ପରୀକ୍ଷଣର ତଥ୍ୟ ବହୁ ପୂର୍ବରୁ ଉପଲବ୍ଧ ହେବ।

ଆରୋରା ଆହୁରି କହିଛନ୍ତି ଯେ ଦେଶରେ ବିଦ୍ୟାଳୟ ଖୋଲିବା ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗୁରୁତର ସହ ବିଚାର କରାଯାଉଛି । ସେପ୍ଟେମ୍ବର ଶେଷ ସୁଦ୍ଧା ଆମେ ଏହି ଟିକା କାମ ଆରମ୍ଭ କରିପାରିବୁ ବୋଲି ଆଶା ରହିଛି।

The post ସେପ୍ଟେମ୍ବରରେ ଆସିବ ପିଲାଙ୍କ ପାଇଁ ଟିକା! appeared first on Odisha Reporter.



from Odisha Reporter https://ift.tt/3xyRlcs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages