ପିସି କାରବାର ଭାଗବଣ୍ଟା ପାଇଁ ରେଟ ଚାଟ୍‌ କରୁଥିଲେ ୨ ଜେଇ, ଶେଷରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 19, 2021

ପିସି କାରବାର ଭାଗବଣ୍ଟା ପାଇଁ ରେଟ ଚାଟ୍‌ କରୁଥିଲେ ୨ ଜେଇ, ଶେଷରେ…

ନୂଆପଡ଼ା(ମାୟାଧର ସରାଫ): ବିଲ୍‌ ପାସ୍‌ ପାଇଁ ହେଉଥିଲା ପିସି କାରବାର। କାହାର ଭାଗ କେତେ, କିଏ କେତେ ନେବ ସେ ନେଇ ରେଟ ଚାଟ୍‌ ବି ପ୍ରସ୍ତୁତ ହୋଇଥିଲା। କାଗଜ କଲମରେ ସବୁ ହିସାବ କରିଥିଲେ ୨ ଜେଇ। ଆଉ ଠିକାଦାରଙ୍କୁ ଘରକୁ ଡାକି ଏ ସମ୍ପର୍କୀତ ତାଲିକା ବି ଦେଇଥିଲେ । ହେଲେ ଠିକାଦାରଜଣକ ପୂରା ଘଟଣାର ଭିଡିଓ କରି ତାହାକୁ ଭାଇରାଲ କରିଦେଲେ। ଶେଷରେ ସସପେଣ୍ଡ ହେଲେ ୨ କନିଷ୍ଠ ଯନ୍ତ୍ରୀ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ରେ ପିସି କାରବାର ଘଟଣାର ଭିଡିଓ ଭାଇରାଲ ହେବା ପରେ ନିଆଯାଇଛି ଏପରି  କାର୍ଯ୍ୟାନୁଷ୍ଠାନ । ସସ୍‌ପେଣ୍ଡ ହୋଇଥିବା ୨ ଜେଇ ହେଲେ  ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁ ।

୨ ଜେଇଙ୍କ ମଧ୍ୟରେ ପିସି କାରବାର ପାଇଁ ରେଟ ଚାର୍ଟ ପ୍ରସ୍ତୁତ ହେଉଥିବାର ଭିଡିଓ ଭାଇରାଲ।

ଅଭିଯୋଗ ଅନୁସାରେ, ସିନାପାଲି ବ୍ଲକ୍‌ର କାପସି ଡଙ୍ଗରିପଡ଼ାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏକ କମ୍ୟୁନିଟି ସେଣ୍ଟର ତିଆରି ହୋଇଛି । ପ୍ରକଳ୍ପ ମୂଲ୍ୟ ରହିଛି ୫ ଲକ୍ଷ ଟଙ୍କା । ସେଥିରୁ କିଏ କେତେ ନେବେ ତାହାର ହିସାବ ହୋଇଥିଲା ଜେଇ ଉପେନ୍ଦ୍ର ତିହାଡ଼ିଙ୍କ ଘରେ । ଏଥିନିମନ୍ତେ ଏହି ବୈଠକ ବସିଥିଲା ଏବଂ ସେଠାରେ ରେଟ୍ ଚାଟ୍‌ ବଖାଣିଥିଲେ ଆଉ ଜଣେ ଜେଇ ନାରାୟଣ ସାହୁ । କାଲକୁଲେଟରରେ ହିସାବକିତାବ ପରେ ଟଙ୍କା ଭାଗବଣ୍ଟା ବି ହୋଇଥିଲା । ସେଠାକୁ  ଠିକାଦାର ଗୋପୀନାଥ ହଂସଙ୍କୁ ଘରକୁ ଡାକି  ତାଲିକା ଦେବା ବେଳେ, ସେ ହିଁ ଏହି ଭିଡିଓ ରେକର୍ଡ କରିଥିଲେ । ଯେଉଁ ଭିଡ଼ିଓ ସାମ୍ନାକୁ ଆସିବା ପରେ ଭାଇରାଲ୍ ହେବା ସହ ଖୁବ୍‌ ଚର୍ଚ୍ଚାରେ ଥିଲା।

୨ ଜେଇଙ୍କ ମଧ୍ୟରେ ପିସି କାରବାର ପାଇଁ ରେଟ ଚାର୍ଟ ପ୍ରସ୍ତୁତ ହେଉଥିବାର ଭିଡିଓ ଭାଇରାଲ।

ଏହାପରେ ଉଭୟଙ୍କୁ ସସ୍‌ପେଣ୍ଡ କରାଯାଇଥିବା ପିଡି ଡିଆରଡିଏ ସୂଚନା ଦେଇଛନ୍ତି। ଏଥିସହ ପିସି କାରବାରକୁ ରୋକିବାକୁ ଏଥର ସବୁଆଡ଼େ ଅନଲାଇନ୍‌ ଟ୍ରାନଜାକସନ୍‌ ହେବ ବୋଲି କହିଛନ୍ତି ।

The post ପିସି କାରବାର ଭାଗବଣ୍ଟା ପାଇଁ ରେଟ ଚାଟ୍‌ କରୁଥିଲେ ୨ ଜେଇ, ଶେଷରେ… appeared first on Odisha Reporter.



from Odisha Reporter https://ift.tt/3Blpqiw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages