ମୁମ୍ବାଇ: ଅଭିନୟ ଦୁନିଆକୁ ଗୁଡ୍ବାଏ କହିଲେ ଟେଲିଭିଜନର ପ୍ରଭୁ ରାମ। ଲୋକପ୍ରିୟ ଧାରାବାହିକ ‘ସିୟା କେ ରାମ’ରେ ରାମ ଚରିତ୍ରରେ ଅଭିନୟ କରିଥିବା ଆଶିଷ ଶର୍ମାଙ୍କୁ ଆଉ ପରଦାକୁ ଦେଖିବାକୁ ମିଳିବ ନାହିଁ। ସେ ମୁମ୍ବାଇ ଛାଡି ଏବେ ରାଜସ୍ଥାନ ସ୍ଥିତ ନିଜ ପୌତ୍ରୁକ ଗାଁକୁ ଫେରି ଯାଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକଙ୍କମାନେ ନିରାଶ ହୋଇଯାଇଛନ୍ତି।
ଆଶିଷ ଏବେ ନିଜ ଗାଁରେ ଚାଷ କାମ କରୁଛନ୍ତି। ନିକଟରେ ଏକ ସାକ୍ଷାତକାର୍ରେ ସେ କହିଛନ୍ତି, ଜୀବନର ସରଳ ଖୁସିକୁ ଆମେ ସମ୍ପୂର୍ଣ୍ଣ ଭୁଲିଯାଇଥିଲୁ। ଖୁସିର କଥା ଏହି ମାହାରୀ ଆମ ସମସ୍ତଙ୍କୁ ନିଜ ଜୀବନ ବିଷୟରେ ଚିନ୍ତା କରିବାର ସୁଯୋଗ ଦେଲା। ଛୋଟ ଛୋଟ ଖୁସି ହିଁ ଜୀବନକୁ ଆହୁରି ସୁନ୍ଦର କରିଥାଏ ବୋଲି ଆଶିଷ କହିଛନ୍ତି।
ସେ ଆହୁରି କହିଛନ୍ତି, ‘କରୋନା ଅନେକ ଲୋକଙ୍କ କାମ ଛଡାଇ ନେଲା। ଅନେକ ଲୋକେ ରୋଜଗାର ହରାଇ ବସିଲେ। ତେଣୁ ଏହା ଦେଖି ମୁ ନିଜ ଗାଁକୁ ଯାଇ କୃଷକ ହେବାକୁ ସ୍ଥିର କଲି। ବର୍ଷ ବର୍ଷ ଧରି ଚାଷ ଆମର ଘରୋଇ ବୃତ୍ତି ହୋଇଆସୁଛି, କିନ୍ତୁ ମୁମ୍ବାଇ ଯିବା ପରେ ମୁଁ ଏଥିରୁ ଦୂରେଇ ଯାଇଥିଲି।’
ଆଶିଷ ଏବେ ନିଜ ଗାଁରେ ୪୦ ଏକର ଜମିରେ ଅର୍ଗାନିକ୍ ଫାର୍ମିଂ କରୁଛନ୍ତି। ରାଜସ୍ଥାନର ଜୟପୁର ନିକଟରେ ଏହି ନିଜ ଫାର୍ମ କରିଛନ୍ତି।
ସୂଚନା ମୁତାବକ ଆଶିଷ ‘ସିୟା କେ ରାମ’ ବ୍ୟତୀତ ଅନେକ ଟିଭି ସିରିଏଲ୍ରେ ଅଭିନୟ କରିଛନ୍ତି। ଆଗକୁ ସେ କରନ୍ ରାଜଦାନଙ୍କ ଫିଲ୍ମ ‘ହିନ୍ଦୁତ୍ୱ’ରେ ନଜର ଆସିବେ।
View this post on Instagram
The post ଅଭିନୟ ଛାଡିଲେ ଟେଲିଭିଜନର ରାମ appeared first on Odisha Reporter.
from Odisha Reporter https://ift.tt/3wLTSPr
No comments:
Post a Comment