ନୂଆଦିଲ୍ଲୀ: ବଢ଼ି ଚାଲିଚି ତୈଳ ଦର। କମିବାର ନାଁ ଧରୁନାହିଁ। ଆଜି ପୁଣି ନୂଆ ରେକର୍ଡ ସୃଷ୍ଟି କରିଛି ପେଟ୍ରୋଲ ଦାମ୍। ତୈଳ ବିପଣନ କମ୍ପାନୀ ଅଜି ପୁଣି ଡିଜେଲ୍ ଓ ପେଟ୍ରୋଲ ଦାମ୍ ବୃଦ୍ଧି କରିଛନ୍ତି। ଫଳରେ ଡିଜେଲ୍ ଲିଟର ପିଛା ୧୮ ପଇସା ଏବଂ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି।
ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ୍ ସେଞ୍ଜୁରୀ ମୁହାଁ ହୋଇଛି। ଏଠାରେ ପେଟ୍ରୋଲ ଦର ୯୯ ଟଙ୍କା ୫୧ରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ୮୯ ଟଙ୍କା ୩୬ ପଇସା ରହିଛି।
ରବିବାର ଦିନ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୫ ଟଙ୍କା ୫୮ପଇସା ଏବଂ ଡିଜେଲ ୯୬ ଟଙ୍କା ୯୧ ପଇସା ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ସେଞ୍ଚରୀ ମାରିଛି । ଏଠାରେ ୧୦୦ଟଙ୍କା ୪୪ ପଇସା ରହିଛି ପେଟ୍ରୋଲ। ସେହିପରି ଡିଜେଲର ମୂଲ୍ୟ ଲିଟର ପିଛା ୯୩ ଟଙ୍କା ୯୧ ପଇସାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୯ ଟଙ୍କା ୪୫ ପଇସା ଏବଂ ଡିଜେଲର ଲିଟର ପିଛା ୯୨ ଟଙ୍କା ୨୭ ପଇସା ରହିଛି।
ଏହାପୂର୍ବରୁ ଶନିବାର ଦିନ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ଶୁକ୍ରବାର ଦିନ ଯଦିଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି କରାଯାଇଥିଲା।
The price of petrol & diesel in #Delhi is at Rs 99.51 per litre and Rs 89.36 per litre respectively today
Petrol & diesel prices per litre – Rs 105.58 & Rs 96.91 in #Mumbai, Rs 100.44 & 93.91 in #Chennai, Rs 99.45 & Rs 92.27 in #Kolkata pic.twitter.com/VPpP0HAgNr
— ANI (@ANI) July 4, 2021
The post ପୁଣି ଉପରମୁହାଁ ହେଲା ତୈଳ ଦର appeared first on Odisha Reporter.
from Odisha Reporter https://ift.tt/36b3p7B
No comments:
Post a Comment