କରଞ୍ଜିଆ (ଓଡ଼ିଶା ରିପୋର୍ଟର): ଜଣେ ବୃଦ୍ଧାଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇଛନ୍ତି ଦୁର୍ବୃତ୍ତ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗାଁର ଉଲିଡ଼ିହି ସାହିରେ।
ମୃତ ବୃଦ୍ଧାଙ୍କ ନାଁ ଯମୁନା ହାଁସଦା। ତାଙ୍କୁ ୬୨ ବର୍ଷ ହୋଇଥିଲା ବୋଲି କୁହାଯାଉଛି।
ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳେ ଗାଁ ଦାଣ୍ଡରେ ଯମୁନାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ସେମାନେ ପୁଲିସ୍କୁ ଖବର ଦେଇଥିଲେ। କରଞ୍ଜିଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଛି।
କିଏ ଓ କାହିଁକି ଏଭଳି ଭାବେ ଜଣେ ବୃଦ୍ଧାଙ୍କୁ ହତ୍ୟା କଲା, ତାହା ଜଣାପଡ଼ି ନାହିଁ। ଗୁଣିଗାରେଡ଼ି କିମ୍ବା ପାରିବାରିକ କଳହକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ଅଭିଯୁକ୍ତ ଗିରଫ ହେବା ପରେ ଯାଇ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ପୁଲିସ୍ କହିଛି।
The post ଜଘନ୍ୟ ହତ୍ୟାକାଣ୍ଡ: ମୁଣ୍ଡକାଟି ନେଇଗଲେ appeared first on Odisha Reporter.
from Odisha Reporter https://ift.tt/3yoFJsm
No comments:
Post a Comment