ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦେଢ଼ଶୁରକୁ ମାରିଦେଲା ଭାଇବୋହୂ। ଏମିତି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗାଁରୁ।
ମୃତ ବ୍ୟକ୍ତିଙ୍କ ନାଁ ସନ୍ତୋଷ ନାୟକ। ପାଞ୍ଚବର୍ଷ ପୂର୍ବେ ତାଙ୍କ ସାନଭାଇଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ଏହା ପରେ ତାଙ୍କ (ସନ୍ତୋଷଙ୍କ) ଭାଇବୋହୂ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ହେଲେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସନ୍ତୋଷ ଓ ତାଙ୍କ ଭାଇବୋହୂଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା।
ଗତକାଲି ସେମାନଙ୍କ କଳି ଉଗ୍ରରୂପ ନେଇଥିଲା। ଏହି ସମୟରେ ସନ୍ତୋଷଙ୍କୁ ତାଙ୍କ ଭାଇବୋହୂ ନିଜ ବାପ ଘର ଲୋକଙ୍କ ସହାୟତାରେ ମିଳିତ ଭାବେ ଆକ୍ରମଣ କରିଥିଲେ। ସନ୍ତୋଷଙ୍କୁ ସେମାନେ କୋଡ଼ି ବେଣ୍ଟରେ ପିଟିଥିଲେ।
ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଜଗନ୍ନାଥପ୍ରସାଦ ଥାନା ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହା ସହିତ ସନ୍ତୋଷଙ୍କ ଭାଇବୋହୂ ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।
The post ଦେଢ଼ଶୁରକୁ ମାରିଦେଲା ଭାଇବୋହୂ appeared first on Odisha Reporter.
from Odisha Reporter https://ift.tt/2TCkZ1D
No comments:
Post a Comment