ମୁୁମ୍ବାଇ: ଖୁବଶୀଘ୍ର ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ସେଲେବ୍ରିଟି କପଲ। ବ୍ୟାଣ୍ଡ ବାଜା ବାରାତ୍ ନେଇ ଟିଭି ଅଭିନେତ୍ରୀ ଦିଶା ପରମାରଙ୍କ ଘରକୁ ଆସିବେ ବଲିଉଡ ସିଙ୍ଗର ରାହୁଲ ବୈଦ୍ୟ। ବାସ୍ ଆଉ ଅଳ୍ପ ଦିନର ଅପେକ୍ଷା। ଏହାପରେ ଦୁହେଁ ସାତ ଜନମର ସାଥୀ ହେବେ।
ବିଗ୍ବସ୍ ଫେମ୍ ରାହୁଲ ବୈଦ୍ୟ ଏବଂ ଦିଶା ପରମାରଙ୍କ ସାମ୍ନାକୁ ୱେଡିଂ କାର୍ଡ। ଦୁହେଁ ଅଫିସିଆଲି ଭାବେ ନିଜ ବିବାହର ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୧୬ ତାରିଖରେ ଏଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ଏନେଇ ସୋଶାଲ ମିଡିଆରେ ଉଭୟ ଏହି ଗୁଡ୍ ନ୍ୟୁଜ୍ ସେଆର କରିଛନ୍ତି। ଏହାପରେ ରାହୁଲ ଓ ଦିଶାଙ୍କ ନିକଟକୁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।
ସୂଚନା ମୁତାବକ ସେଲିବ୍ରିଟି ଦମ୍ପତି ଦିଶା ପରମାର ଏବଂ ରାହୁଲ ବୈଦ୍ୟଙ୍କ ସମ୍ପର୍କ ବିଗ୍ ବସ୍ ସିଜିନ୍-୧୪ରେ ସାମ୍ନାକୁ ଆସିଥିଲା। ସେତେବେଳେ ରାହୁଲ ବୈଦ୍ୟ ଜାତୀୟ ଟେଲିଭିଜନରେ ଦିଶାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ସୋ’ ଶେଷ ହେବା ପରେ ଦୁହେଁ ସାତ ଫେରାକ ନେବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ପାଣ୍ଡେମିକ୍ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁଁ ସେମାନଙ୍କର ବିବାହ ସ୍ଥଗିତ ହୋଇଯାଇଥିଲା। ଏବେ କିନ୍ତୁ ଦୁହେଁ ସେମାନଙ୍କ ବିବାହର ତାରିଖକୁ ଅଫିସିଆଲି ଭାବେ ଘୋଷଣା କରିଛନ୍ତି।
View this post on Instagram
View this post on Instagram
The post ଦିଶା ଓ ରାହୁଲଙ୍କ ବାଜିବ ଶାହାନାଇ appeared first on Odisha Reporter.
from Odisha Reporter https://ift.tt/3hj4r7Z
No comments:
Post a Comment