ଭିଡିଓ ଭାଇରାଲ ଘଟଣାରେ ଟ୍ୱିଟରକୁ ପୁଲିସ୍‌ର ତୃତୀୟ ନୋଟିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

ଭିଡିଓ ଭାଇରାଲ ଘଟଣାରେ ଟ୍ୱିଟରକୁ ପୁଲିସ୍‌ର ତୃତୀୟ ନୋଟିସ

ଗାଜିଆବାଦ: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟରର ଅଡ଼ୁଆ ବଢ଼ିବାରେ ଲାଗିଛି। ଗାଜିଆବାଦ୍‌ର ଲୋନିରେ ଜଣେ ମୁସଲିମ ବ୍ୟକ୍ତିଙ୍କୁ ମାଡ଼ ମରାଯିବାର ଭିଡିଓ ଭାଇରାଲ ଘଟଣାରେ ପୁଲିସ୍‌ ଟ୍ୱିଟରକୁ ତୃତୀୟ ନୋଟିସ୍‌ କରିଛି। ପୂର୍ବରୁ ଟ୍ୱିଟର ଇଣ୍ଡିଆର ମୁଖ୍ୟଙ୍କୁ ନୋଟିସ୍‌ କରାଯାଉଥିବା ବେଳେ ଏବେ ସଂସ୍ଥାର ପୂର୍ବତନ ଅଭିଯୋଗ ନିରାକରଣ ଅଧିକାରୀ ଧର୍ମେନ୍ଦ୍ର ଚତୁରଙ୍କୁ ହାଜର ହେବାକୁ କୁହାଯାଇଛି।

ସିଆରପିସିର ସେକ୍ସନ ୪୧-ଏ ଅନୁସାରେ ଧର୍ମେନ୍ଦ୍ରଙ୍କୁ ପୁଲିସ୍‌ ନୋଟିସ କରିଛି। ସେ ପୁଲିସ୍‌ ଷ୍ଟେସନରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇବେ ବୋଲି ଏଥିରେ କୁହାଯାଇଛି। ଏଥିସହ ପୂରା ଭିଡିଓ ଭାଇରାଲ ଘଟଣାରେ ରୁଜୁ ଏଫଆଇଆର୍‌ରେ ନାଁ ଥିବା କଂଗ୍ରେସର ସଲମାନ ନିଜାମୀ, ମସ୍କୁର ଉସମାନୀ ଓ ଶାମା ମହମ୍ମଦଙ୍କୁ ମଧ୍ୟ ହଜାର ହେବାକୁ ନୋଟିସ କରାଯାଇଛି।

ଜଣେ ମୁସଲିମ ବ୍ୟକ୍ତିଙ୍କୁ କିଛି ଲୋକ ମାଡ଼ ମାରିବା ସହ ତାଙ୍କୁ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରୁଥିବା ଘଟଣାର ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଥିଲେ। ତେବେ ଏହି ଭିଡିଓକୁ ବିକୃତ କରି ଦୁଇ ସଂପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି କରିବା ପାଇଁ ଭାଇରାଲ କରାଯାଇଥିବା ପୁଲିସ୍‌ କହିଛି।

ଏହି ଟ୍ୱିଟକୁ ଶେୟାର କରିଥିବା ସାମ୍ବାଦିକ, ଲେଖକ, ଗୋଟିଏ ଗଣମାଧ୍ୟମ ସଂସ୍ଥା ଓ ଟ୍ୱିଟର ନାଁରେ ପୁଲିସ୍‌ ମାମଲା ରୁଜୁ କରିଛି।

The post ଭିଡିଓ ଭାଇରାଲ ଘଟଣାରେ ଟ୍ୱିଟରକୁ ପୁଲିସ୍‌ର ତୃତୀୟ ନୋଟିସ appeared first on Odisha Reporter.



from Odisha Reporter https://ift.tt/3dLlIVl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages