ମଝି ଆକାଶରେ ଉଡ଼ୁଥିବା ବେଳେ ନିଖୋଜ ହୋଇଗଲା ବିମାନ, ଥିଲେ ୨୮ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

ମଝି ଆକାଶରେ ଉଡ଼ୁଥିବା ବେଳେ ନିଖୋଜ ହୋଇଗଲା ବିମାନ, ଥିଲେ ୨୮ ଜଣ

ମସ୍କୋ: ପୁଣି ଗୋଟିଏ ବିମାନ ଦୁର୍ଘଟଣାର ଆଶଙ୍କା ପ୍ରକାଶ ପାଇଛି। ମଝି ଆକାଶରେ ଉଡ଼ୁଥିବା ବେଳେ ଗୋଟିଏ ଯାତ୍ରୀବାହୀ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ନିଖୋଜ ହୋଇଯାଇଥିବା ବିମାନରେ ୨୮ ଜଣ ଯାତ୍ରୀ ଥିଲେ। ରୁଷର ଫାର ଇଷ୍ଟ ରିଜନରେ ଏହା ଉଡ଼ୁଥିବା ବେଳେ ନିଖୋଜ ହୋଇଯାଇଛି। ଏବେ ଏହାକୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ରୁଷିଆନ ଏଏନ୍‌-୨୬ ବିମାନଟି ୨୮ ଜଣଙ୍କୁ ନେଇ ଉଡ଼ାଣ କରୁଥିବା ବେଳେ କାମଛତକା ପାହାଡ଼ିଆ ଅଞ୍ଚଳରେ ନିଖୋଜ ହୋଇଯାଇଛି। ବିମାନଟି ଅବତରଣ ପାଇଁ ଚେଷ୍ଟା କରୁଥିବା ବେଳେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏବେ ବିମାନଟି କେଉଁଠି ରହିଛି ଓ ଏହା ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି କି ନାହିଁ, ତା’ର ଯାଞ୍ଚ କରାଯାଉଛି। ଘଟଣାଟି ବର୍ତ୍ତମାନ ସାମ୍ନାକୁ ଆସିଥିବାରୁ ଏ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିପାରି ନାହିଁ।


ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଫିଲିପାଇନ୍ସର ଗୋଟିଏ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୯ ଜଣ ଆହତ ହୋଇଥିଲେ।

The post ମଝି ଆକାଶରେ ଉଡ଼ୁଥିବା ବେଳେ ନିଖୋଜ ହୋଇଗଲା ବିମାନ, ଥିଲେ ୨୮ ଜଣ appeared first on Odisha Reporter.



from Odisha Reporter https://ift.tt/2VfTRWZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages