ଦିଲ୍ଲୀ ପୁଲିସ ଯାହାକୁ ଚାହିଁବ ତାକୁ ଅଟକ ରଖିପାରିବ, ଉପରାଜ୍ୟପାଳ ଦେଲେ କ୍ଷମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 24, 2021

ଦିଲ୍ଲୀ ପୁଲିସ ଯାହାକୁ ଚାହିଁବ ତାକୁ ଅଟକ ରଖିପାରିବ, ଉପରାଜ୍ୟପାଳ ଦେଲେ କ୍ଷମତା

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସକୁ ଆହୁରି କ୍ଷମତା ଦେଲେ ଉପରାଜ୍ୟପାଳ ଅନୀଲ ବାଇଜଲ। ଏ ନେଇ ଉପରଜ୍ୟପାଳଙ୍କ ଅଫିସ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ଏହି କ୍ଷମତା ଅକ୍ଟୋବର ୧୮ ପର୍ଯ୍ୟନ୍ତ ଦିଆଯାଇଛି। ଏହି ଅବଧି ମଧ୍ୟରେ ପୁଲିସ କମିଶନର ଯାହାକୁ ଚାହିଁବେ ତାଙ୍କୁ ଏନଏସଏ ଅଧୀନରେ ବୁକ୍ କରି ଅଟକ ରଖିପାରିବେ। ଉପରାଜ୍ୟପାଳ ଏନଏସଏ ୧୯୮୦ ଆକ୍ଟର ଧାରା ୩ ଉପଧାରା ୩ ଅନୁଯାୟୀ ଏହି ଅଧିକାର ଦେଇଛନ୍ତି।

ତେବେ ଇଣ୍ଡିଆନ୍ ଏକ୍ସପ୍ରେସକୁ ପ୍ରତିକ୍ରିୟା ଦେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଏହା ଏକ ନିୟମିତ କ୍ଷମତା। ସ୍ୱାଧୀନତା ଦିବସ ରହିଥିବାରୁ ଏପରି କ୍ଷମତା ଦିଆଯାଏ। ଏହାକୁ ନେଇ ବ୍ୟତିବ୍ୟସ୍ତ ହେବା ଉଚିତ ନୁହେଁ।

ହେଲେ ପୁଲିସ ଅଧିକାରଙ୍କୁ ଯେଉଁ ସମୟରେ ଉପରାଜ୍ୟପାଳ ଦେଇଛନ୍ତି ସେହି ସମୟରେ ଦିଲ୍ଲୀରେ କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି କିଛି ଆନ୍ଦୋଳନକାରୀ ଧାରଣାରେ ବସିଛନ୍ତି। ସଂସଦରୁ ଦୁଇ କିଲୋମିଟର ଦୂରରେ ଏହି ଆନ୍ଦୋଳନକାରୀ ନକଲି ସଂସଦ ତିଆରି କରି ନିଜକୁ ସାଂସଦ ଭାବରେ ଉପସ୍ଥାପନ କରି କେନ୍ଦ୍ରକୁ ସମାଲୋଚନା କରୁଛନ୍ତି।

ଏନଏସଏରେ ଜଣଙ୍କୁ ବୁକ୍ କରାଗଲେ ମାସେ ପର୍ଯ୍ୟନ୍ତ ଜେଲରେ ରଖିହେବ।  ଯଦି ପୁଲିସ ଅଧିକାରୀ ଅନୁଭବ କରନ୍ତି ଯେ ସେହି ବ୍ୟକ୍ତି ଦେଶର ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପ୍ରତି ବିପଦ। ଏହାପୂର୍ବରୁ ଦିଲ୍ଲୀ ପୁଲିସ କମିଶନର ବାଲାଜୀ ଶ୍ରୀବାସ୍ତବ ବେଲୁନ୍ ଭଳି ହେଲିକପ୍ଟର ଉଡାଇବା ଦିଗରେ ନିଷେଧାଦେଶ ଜାରି କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଜୁଲାଇ ୧୬ ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ୩୨ ଦିନ ପର୍ଯ୍ୟନ୍ତ ରାଜଧାନୀରେ ଏହି ଏନଏସଏ ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ଅଧିକାରୀମାନେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ୟୁପି, ବେଙ୍ଗଲ ଏବଂ ଜମ୍ମୁ କଶ୍ମୀରରୁ ଆତଙ୍କବାଦୀ ଧରା ହୋଇଛନ୍ତି। ଲକ୍ଷ୍ନୌରୁ ଅଟକ ଧରା ଯାଇଥିବା ଆତଙ୍କବାଦୀଙ୍କୁ ଜେରା ବେଳେ ଜଣାପଡ଼ିଛି ଅଗଷ୍ଟ ୧୫ ସମୟରେ ଆତଙ୍କବାଦୀ ବିଭିନ୍ନ ସହରରେ ବିସ୍ଫୋରଣ କରିବାକୁ ଯୋଜନା କରିଛନ୍ତି। ସେହିପରି ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦକୁ ଦୁଇ ବର୍ଷ ପୂରଣ ହେବ। ତେଣୁ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦେଖି ଗୁଇନ୍ଦା ଦିଲ୍ଲୀକୁ ହାଇ ଆଲର୍ଟରେ ରଖିଛି।

The post ଦିଲ୍ଲୀ ପୁଲିସ ଯାହାକୁ ଚାହିଁବ ତାକୁ ଅଟକ ରଖିପାରିବ, ଉପରାଜ୍ୟପାଳ ଦେଲେ କ୍ଷମତା appeared first on Odisha Reporter.



from Odisha Reporter https://ift.tt/3eQlJYG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages