ମୁମ୍ବାଇ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ ବସ୍ରୁ ଆଉଟ୍ ହେଲେ ଭାଇଜାନ। ତାଙ୍କ ସ୍ଥାନ ନେଲେ ଫିଲ୍ମ ନିର୍ମାତା କରନ୍ ଜୋହର। ଏବେ ସଲମାନଙ୍କ ସ୍ଥାନରେ କରନ୍ ଜୋହର ବିଗ୍ବସ୍ ସିଜନ-୧୫ ହୋଷ୍ଟ କରିବେ।
ସୂଚନା ମୁତାବକ ପ୍ରକୃତରେ ଓଟିଟିରେ ପ୍ରସାରିତ ହେବାକୁ ଥିବା ବିଗ୍ବସ୍ ପ୍ରିମିୟର ଏପିସୋଡ୍କୁ ସଲମାନ ନୁହେଁ କରନ୍ ଜୋହର ହୋଷ୍ଟ କରିବେ ବୋଲି ଶୁଣିବାକୁ ମିଳିଛି। ସେପଟେ ବିଗ୍ବସ୍ ହୋଷ୍ଟକୁ ନେଇ କରନ୍ ବେଶ୍ ଉତ୍ସାହିତ ଅଛନ୍ତି।
ସେ କହିଛନ୍ତି, ସେ ଆଉ ତାଙ୍କ ମା’ ବିଗ୍ବସ୍ର ବଡ ଫ୍ୟାନ୍। ସେ ଦୁହେଁ ଏହି ଶୋ’ର ଗୋଟିଏ ବି ଏପିସୋଡ୍ ମିସ୍ କରନ୍ତି ନାହିଁ। ତାଙ୍କୁ ଶୋ’ ହୋଷ୍ଟ କରିବା ବେଶ୍ ପସନ୍ଦ। ଓଟିଟିରେ ବିଗ୍ ବସ୍ ହୋଷ୍ଟ କରିବା..ଏହା ତାଙ୍କ ପାଇଁ ବେଶ୍ ବଡ କଥା ବୋଲି କରନ୍ କହିଛନ୍ତି।
ସୂଚନା ମୁତାବକ କରନ୍ ଜୋହର ଓଟିଟିରେ ପ୍ରସାରିତ ହେବାକୁ ଥିବା ବିଗ୍ବସ୍ ସିଜନ-୧୫ର ପ୍ରଥମ ୬ ସପ୍ତାହ ହୋଷ୍ଟ କରିବେ। ଏହାର ପ୍ରିମିୟର ଅଗଷ୍ଟ ୮ ତାରିଖରେ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଡିଜିଟାଲ ରିଲିଜ ପରେ ବିଗ୍ ବସ୍-୧୫କୁ ତା’ର ପୁରୁଣା ପ୍ଲାଟଫର୍ମ କଲର୍ସ ଚ୍ୟାନେଲରେ ଲଞ୍ଚ କରାଯିବ।
ନିକଟରେ ଇଦ୍ ଅବସରରେ ସଲମାନ ବିଗ୍ବସ୍-୧୫ର ପ୍ରମୋ ରିଲିଜ କରିଥିଲେ। ବର୍ତ୍ତମାନ ଏହି ଶୋ’ରେ କେଉଁ ସେଲେବ୍ରିଟିମାନଙ୍କୁ ଦେଖିବାକୁ ମିଳିବ ଏବଂ କିଏ କିଏ ଭାଗ ନେବେ ତାକୁ ନେଇ ଚର୍ଚ୍ଚା ଚାଲିଛି।
View this post on Instagram
View this post on Instagram
The post ‘ବିଗ୍ ବସ୍’ରୁ ସଲମାନ୍ ଆଉଟ୍, କରନ୍ ଇନ୍! appeared first on Odisha Reporter.
from Odisha Reporter https://ift.tt/3iF5fDO
No comments:
Post a Comment