ସେରଲିନଙ୍କୁ ଘରେ ପସି ବଳପୂର୍ବକ କିସ୍ କରିଥିଲେ ରାଜ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 29, 2021

ସେରଲିନଙ୍କୁ ଘରେ ପସି ବଳପୂର୍ବକ କିସ୍ କରିଥିଲେ ରାଜ!

ମୁମ୍ବାଇ: ରାଜ କୁନ୍ଦ୍ରାଙ୍କ ବଢ଼ୁଛି ଅଡୁଆ। ଗୋଟିଏ ପରେ ଗୋଟିଏ କାରନାମାର ହେଉଛି ଖୁଲାସା। ଏବେ ତାଙ୍କ ନାଁରେ ଅଭିନେତ୍ରୀ ସେର୍‌ଲିନ୍ ଚୋପ୍ରା କରିଛନ୍ତି ବଢ଼ ଖୁଲାସା, ଯାହା ବି-ଟାଉନର ନିଦ ହଜାଇ ଦେଇଛି। ସେ ରାଜଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି।

ପୁଲିସକୁ ଦେଇଥିବା ବିବୃତ୍ତିରେ ସେର୍‌ଲିନ୍ କହିଛନ୍ତି, ରାଜ କୁନ୍ଦ୍ରା ଦୁଇ ବର୍ଷ ତଳେ ଅର୍ଥାତ ୨୦୧୯ରେ ହଠାତ ତାଙ୍କ ଘରେ ପହଞ୍ଚି ଯାଇଥିଲେ। ବଳପୂର୍ବକ ରାଜ ତାଙ୍କୁ କିସ୍ କରିଥିଲେ। ସେ ଯେତେ ମନା କରିଥିଲେ ମଧ୍ୟ ରାଜ କିଛି ଶୁଣି ନଥିଲେ।

ସେର୍‌ଲିନ୍‌ଙ୍କ ଅଭିଯୋଗ ମୁତାବକ, ରାଜ କୁନ୍ଦ୍ରା ସେର୍‌ଲିନ୍‌ଙ୍କ ବିଜ୍‌ନେସ୍ ମ୍ୟାନେଜରଙ୍କୁ ଏକ ପ୍ରସ୍ତବା ପାଇଁ ଡାକିଥିଲେ। ୨୦୧୯ ମାର୍ଚ୍ଚ ୨୭ ତାରିଖରେ ଏକ ବିଜ୍‌ନେସ୍ ମିଟିଂ ପରେ ରାଜ କୁନ୍ଦ୍ରା ହଠାତ୍ ତାଙ୍କ ଘର ଭିତରକୁ ପସି ଆସିଥିଲେ। ଏହା ପୂର୍ବରୁ ମେସେଜ୍ ଜରିଆରେ କୁୂନ୍ଦ୍ରାଙ୍କ ସହ ତାଙ୍କର ଯୁକ୍ତତର୍କ ମଧ୍ୟ ହୋଇଥିଲା।

ଏହା ପରେ ରାଜ କୁନ୍ଦ୍ରା ଘରେ ପହଞ୍ଚି ତାଙ୍କୁ କିସ୍ କରିଥିବା ସେ ଦାବି କରିଛନ୍ତି। ଅଭିନେତ୍ରୀ ତାଙ୍କୁ ପଛକୁ ଠେଲିବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ରାଜ ଶୁଣିନଥିଲେ। ସେରଲିନ୍ କହିଛନ୍ତି ଯେ ଏହି ଘଟଣା ସମୟରେ ସେ ବହୁତ ଡରି ଯାଇଥିଲେ। କିଛି ସମୟ ପରେ ସେ ତାଙ୍କୁ ଠେଲିଦେବା ସହ ୱାଶରୁମକୁ ଦୌଡି ପଳାଇଥିଲେ ବୋଲି ସେର୍‌ଲିନ୍ କହିଛନ୍ତି।

ଏହି ଘଟଣାକୁ ନେଇ ସେ ପୂର୍ବରୁ ମୁମ୍ବାଇ ପୁଲିସରେ ଅଭିଯୋଗ ମଧ୍ୟ କରିସାରିଛନ୍ତି। ସେର୍‌ଲିନ୍ ନିକଟରେ ଏକ ଭିଡିଓ ମେସେଜ ଜରିଆରେ ଏହି ଘଟଣା ବିଷୟରେ ମଧ୍ୟ କହିସାରିଛନ୍ତି।

ସୂଚନା ମୁତାବକ ରାଜ କୁନ୍ଦ୍ରା ପର୍ଣ୍ଣ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ସେର୍‌ଲିନ୍ ଚୋପ୍ରାଙ୍କୁ ସମନ କରିଛି। ଏବେ ରାଜ କୁନ୍ଦ୍ରା ଜେଲ୍‌ରେ ଅଛନ୍ତିି। ତାଙ୍କୁ ୧୪ ଦିନିଆ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ଗତକାଲି ମୁମ୍ବାଇ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।

The post ସେରଲିନଙ୍କୁ ଘରେ ପସି ବଳପୂର୍ବକ କିସ୍ କରିଥିଲେ ରାଜ! appeared first on Odisha Reporter.



from Odisha Reporter https://ift.tt/3jfTTqb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages