କରୋନାରେ ପ୍ରାଣ ହରାଇଥିବା ୯୫ ପ୍ରତିଶତ ଟିକା ନେଇ ନଥିଲେ: ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 29, 2021

କରୋନାରେ ପ୍ରାଣ ହରାଇଥିବା ୯୫ ପ୍ରତିଶତ ଟିକା ନେଇ ନଥିଲେ: ରିପୋର୍ଟ

ମୁମ୍ୱାଇ: ମେ ୧୧ ତାରିଖରୁ ଜୁନ ୧୨ ତାରିଖ ମଧ୍ୟରେ ମହାରାଷ୍ଟ୍ରର ସରକାରୀ ମେଡିକାଲ କଲେଜ ଗୁଡ଼ିକରେ ଯେତେ ଲୋକ କରୋନାନରେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ଟିକା ନେଇନଥିଲେ। ଟିକା ନେବା ପରେ ମଧ୍ୟ ପ୍ରାଣ ହରାଇଥିବା ୨୬୧ ଜଣଙ୍କ ମଧ୍ୟରୁ ୮୮ ପ୍ରତିଶତ ଗୋଟିଏ ଡୋଜ୍‌ ଏବଂ ୧୨ ପ୍ରତିଶତ ଦୁଇ ଡୋଜ ଟିକା ନେଇଥିଲେ। ମହାରାଷ୍ଟ୍ରର ଚିକିତ୍ସା ଓ ଶିକ୍ଷା ବିଭାଗ ଅଧୀନରେ ଏହି ଅଧ୍ୟୟନ ହୋଇଥିବା ବେଳେ ଡିଏମଇଟି ଦ୍ୱାରା ଏହି ରିପୋର୍ଟକୁ ବିଶ୍ଳେଷଣ କରାଯାଇଛି।

ଚଳିତ ବର୍ଷ ମେ ୧୧ରୁ ଜୁଲାଇ ୧୨ ମଧ୍ୟରେ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ୧୫,୨୦୨ କୋଭିଡ ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଛି। ଗତ ଦୁଇ ମାସ ଧରି ହୋଇଥିବା ଏହି ଅଧ୍ୟୟନରେ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପ୍ରାୟ ୮୮% ଲୋକ ଟିକା ନେଇନଥିବା ଜଣାପଡ଼ିଛି। ଏହି ଅବଧି ମଧ୍ୟରେ ହୋଇଥିବା କୋଭିଡ ଜନିତ ମୃତ୍ୟୁ ପ୍ରାୟ ୯୫% ଲୋକ ଟିକା ନେଇ ନାହାନ୍ତି। ମୃତ୍ୟୁ ବରଣ କରିଥିବା ଲୋକଙ୍କ ମଧ୍ୟରୁ ୫% ଟିକା ନେଇଥିଲେ। ଟିକା ନେବା ପରେ ଯେଉଁମାନେ ପ୍ରାଣ ହରାଇଥିଲେ ସେମାନଙ୍କ ମଧ୍ୟରୁ ୮୮% କେବଳ ପ୍ରଥମ ଡୋଜ ନେଇଥିଲେ ଏବଂ ପ୍ରାୟ ୧୨% ଉଭୟ ଡୋଜ ନେଇଥିଲେ। ଏଥି ସହିତ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ୭୭% ପ୍ରଥମ ଡୋଜ ନେଇଥିଲେ ଏବଂ ୨୩% ଉଭୟ ଡୋଜ ନେଇଥିଲେ। ପ୍ରାଣ ହରାଇଥିବା କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ପ୍ରତିଶତ ଲୋକ ୬୦ ବର୍ଷରୁ ଅଧିକ ଥିଲେ ଏବଂ ୬୩ ପ୍ରତିଶତ କୋଭିଡ ସହିତ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ।

ଟିକା ନେଇ ନଥିବା ଲୋକଙ୍କ ମଧ୍ୟରେ ମୃତ୍ୟୁ ହାର ୩୫.୨୦% ରହିଥିବା ବେଳେ ଟିକା ନେବା ପରେ ୧୩.୭୧% ପ୍ରାଣ ହରାଇଛନ୍ତି। ବିଏମସି ଅଧୀନରେ ଥିବା ସିଏନ୍ ହସ୍ପିଟାଲର ଡିନ୍ କହିଛନ୍ତି ଯେ ଟିକା ନେବା ସତ୍ତ୍ୱେ ମୃତ୍ୟୁ ବରଣ କରିଥିବା ଅଧିକାଂଶ ଲୋକ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇଥିଲେ।

ସିଓନ୍ ହସ୍ପିଟାଲର ଡିନ୍ ଡାକ୍ତର ମୋହନ ଯୋଶୀ କହିଛନ୍ତି, ଟିକା ନେବା ପରେ ମୃତ୍ୟୁ ହେବା ସମ୍ଭାବନା ବହୁତ୍ କମ୍। କିନ୍ତୁ ଯେଉଁମାନେ ଆଖି ବୁଜିଛନ୍ତି ସେମାନଙ୍କ ପାଖରେ ସେରେବ୍ରୋଭାସ୍କୁଲାର ଆରଟେରିଆଲ୍ ରୋଗ ଦେଖିବାକୁ ମିଳିଛି। ଏହି ସମସ୍ୟା କାରଣରୁ ହୃଦଘାତ ହୁଏ। ତେଣୁ କିଛି ପ୍ରାଣ ହରାଇଛନ୍ତି। ହେଲେ ଆକ୍ରାନ୍ତ କୋଭିଡରେ ସଂକ୍ରମିତ ଥିବାରୁ କୋଭିଡରେ ପ୍ରାଣ ହରାଇଥିବା କୁହାଯାଉଛି। ହେଲେ ଏଭଳି ସମସ୍ୟା ବହୁତ୍ କମ୍ ଦେଖିବାକୁ ମିଳେ। ତେଣୁ ଟିକା ନେବା ପରେ କୋଭିଡ ମୃତ୍ୟୁ ହେବାର ସମ୍ଭାବନା ବହୁତ କମ୍।

ତେବେ ଏହି ସର୍ଭେରେ ଟିକା ନେବାକୁ କିଭଳି ଲୋକଙ୍କ ଗହଳି ଲାଗୁଛି ଓ ଲୋକେ କିଭଳି ଲମ୍ୱା ଧାଡିରେ ଅପେକ୍ଷା କରୁଛନ୍ତି ସେ ବାବଦରେ ଉଲ୍ଲେଖ କରାଯାଇଛି। ଧରାବୀରେ ଲୋକମାନେ ଟିକା ପାଇଁ ଟୋକନକୁ ଅପେକ୍ଷା କରୁଛନ୍ତି। ଟୋକନ ନେବା ପରେ ସେମାନେ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିବା କୁହାଯାଉଛି।

ଅନେକ ଲୋକ ସେମାନଙ୍କ ଚାରିପାଖରେ ଟୀକାକରଣର ପ୍ରଭାବ ମଧ୍ୟ ଦେଖୁଛନ୍ତି, ଏହିପରି ଅଧ୍ୟୟନଗୁଡ଼ିକ ଟୀକାକରଣର ଦ୍ୱିଧାକୁ ମଧ୍ୟ ହଟାଉଛନ୍ତି, କିନ୍ତୁ ଟିକା ପାଇବା ଅନେକ କ୍ଷେତ୍ରରେ ଚ୍ୟାଲେଞ୍ଜ ଅଟେ। ଯଦିଓ ଟିକା ନେବା ଦରକାର ହେଲେ ଟିକା ନେବା ଏବେ ବି ବହୁତ କଷ୍ଟ ବୋଲି ଅଧ୍ୟୟନରେ କୁହାଯାଇଛି।

The post କରୋନାରେ ପ୍ରାଣ ହରାଇଥିବା ୯୫ ପ୍ରତିଶତ ଟିକା ନେଇ ନଥିଲେ: ରିପୋର୍ଟ appeared first on Odisha Reporter.



from Odisha Reporter https://ift.tt/3iU6qzc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages