ଦୁଇ ହଜାର ତଳକୁ ଖସୁ ନାହିଁ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୪୯୯୨କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 16, 2021

ଦୁଇ ହଜାର ତଳକୁ ଖସୁ ନାହିଁ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୪୯୯୨କୁ ବୃଦ୍ଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦୁଇ ହଜାର ତଳକୁ ଖସୁ ନାହିଁ। ଗତ ୨୪ ଘଣ୍ଟାରେ ୨୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୫୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୯୨୪ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୭ ଜଣଙ୍କ ସଂପର୍କରେ ସରକାର ସୂଚନା ପ୍ରଦାନ କରିଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯୯୨କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୦ ଜଣ ଥିବା ବେଳେ କଟକରୁ ୩୦୮, ଯାଜପୁରରୁ ୧୭୫, ବାଲେଶ୍ୱରରୁ ୧୬୧, ପୁରୀରୁ ୯୪, ମୟୂରଭଞ୍ଜରୁ ୯୨ ଓ ଷ୍ଟେଟ୍‌ ପୁଲ୍‌ରୁ ୯୩ ଜଣ ଅଛନ୍ତି।

ଅନୁଗୋଳ ଜିଲ୍ଲାରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୫, ଭଦ୍ରକରୁ ୭୬, ବଲାଙ୍ଗିରରୁ ୪, ବୌଦ୍ଧରୁ ୬, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୭୦, ଗଜପତିରୁ ୪, ଗଞ୍ଜାମରୁ ୩, ଜଗତସିଂହପୁରରୁ ୮୭, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୫୫, କେନ୍ଦୁଝରରୁ ୪୪, କୋରାପୁଟରୁ ୨୮, ମାଲକାନଗିରିରୁ ୨୫, ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୭୫, ନୂଆପଡ଼ାରୁ ୨, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୨୪, ସୋନପୁରରୁ ୧୩ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି।

୨୧୮୨ଟି ନୂଆ କେସ୍ ଆସିବା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୨ ହଜାର ୧୧୧ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୨୫ ହଜାର ୫୨୬ ଜଣ ସୁସ୍ଥ ହୋଇସାରିଛନ୍ତି। ୨୧ ହଜାର ୫୪୦ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ଆଜି ଯେଉଁ ୬୭ କରୋନା ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫ ଜଣ ଅଛନ୍ତି। ସେହିଭଳି ଗଞ୍ଜାମରୁ ୮ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୭, ମୟୂରଭଞ୍ଜ ଓ ପୁରୀରୁ ୬ ଜଣ ଲେଖାଏଁ, ବରଗଡ଼ରୁ ୪, ନୟାଗଡ଼ରୁ ୩ ଏବଂ ଅନୁଗୋଳ, ଭଦ୍ରକ, ବୌଦ୍ଧ, ଗଜପତି, ଜଗତସିଂହପୁର, ଯାଜପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୭୪କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୧୯୮, ବରଗଡ଼ରେ ୨୩୮, ଭଦ୍ରକରେ ୫୭, ବୌଦ୍ଧରେ ୯୧, ଗଜପତିରେ ୭୭, ଗଞ୍ଜାମରେ ୪୦୮, ଜଗତସିଂହପୁରରେ ୮୬, ଯାଜପୁରରେ ୫୭, କଳାହାଣ୍ଡିରେ ୧୯୨, କନ୍ଧମାଳରେ ୬୦, ମୟୂରଭଞ୍ଜରେ ୧୭୮, ନୟାଗଡ଼ରେ ୧୩୬, ପୁରୀରେ ୩୦୨ ଓ ସୁନ୍ଦରଗଡ଼ରେ ୪୩୪କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଲଗାତାର ୪ ଦିନ ହେଲାଣି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨ ହଜାର ଉପରେ ରହୁଛି। ଜୁଲାଇ ୧୧ ଓ ୧୨ ତାରିଖରେ ଏହି ସଂଖ୍ୟା ୨ ହଜାରରୁ ସାମାନ୍ୟ କମ୍ ରହିଥିଲା।

The post ଦୁଇ ହଜାର ତଳକୁ ଖସୁ ନାହିଁ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୪୯୯୨କୁ ବୃଦ୍ଧି appeared first on Odisha Reporter.



from Odisha Reporter https://ift.tt/3imw27p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages