ଧୋକା ଦେଲେ ସ୍ୱାମୀ, ସ୍ତ୍ରୀ ନେଲେ ଚରମ ପଦକ୍ଷେପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ଧୋକା ଦେଲେ ସ୍ୱାମୀ, ସ୍ତ୍ରୀ ନେଲେ ଚରମ ପଦକ୍ଷେପ

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ ।  ଯାହାଙ୍କୁ ପ୍ରେମ କରି ବିବାହ କରିଥିଲେ ସେହି ଯୁବକ ଜଣକ ଧୋକ୍କା ଦେବା ପରେ ଏବଂ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ପରେ ବି ତାଙ୍କୁ ନିରାଶ ହେବାରୁ ସେ ସିମୁଳିଆଥାନା ଆଗରେ କିରୋସିନୀ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଗରପଡା ଅଞ୍ଚଳର ଏହି ମହିଳା ଜଣକ ସିମୁଳିଆ ଥାନା କୁପୁରା ଗାଁର ଜସିମ୍ ସାହଜିଙ୍କୁ ବିବାହ କରିଥିଲେ  l

ପ୍ରଥମେ ଉଭୟଙ୍କ ମଧ୍ୟରେ ଫେସବୁକରୁ ଚିହ୍ନା ପରିଚୟ ଏବଂ ପରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ତେବେ ଚେନ୍ନାଇରେ ମାସେ ରହିବା ପରେ ପୁଣି ଉଭୟ ଫେରିଆସିଥିଲେ ଘରକୁ । କିନ୍ତୁ ଯୁବକ ଜଣକ ଭୁବନେଶ୍ୱରରୁ ଯୁବତୀଙ୍କୁ ଛାଡି ଫେରାର ହୋଇଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସିମୁଳିଆ ଥାନାରେ ପୀଡ଼ିତା ଜଣକ ଏତଲା ଦେଇଥିଲେ ବି ତାଙ୍କୁ ନ୍ୟାୟ ଦିଆଯାଉନଥିବାରୁ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି।

The post ଧୋକା ଦେଲେ ସ୍ୱାମୀ, ସ୍ତ୍ରୀ ନେଲେ ଚରମ ପଦକ୍ଷେପ appeared first on Odisha Reporter.



from Odisha Reporter https://ift.tt/2UXp00Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages