ଅଲଗା ହେବା ପରେ ଭିଡିଓ ସେଆର କଲେ ଆମୀର-କିରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ଅଲଗା ହେବା ପରେ ଭିଡିଓ ସେଆର କଲେ ଆମୀର-କିରଣ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍ ଓ ତାଙ୍କ ପତ୍ନୀ କିରଣ ରାଓ ଅଲଗା ହୋଇଛନ୍ତି। ୧୫ ବର୍ଷର ସମ୍ପର୍କରେ ପକାଇଛନ୍ତି ପୂର୍ଣ୍ଣଛେଦ। ଗତକାଲି ଏନେଇ ଉଭୟ ଆମୀର ଓ କିରଣ ଘୋଷଣା କରିଥିଲେ। ଏହାପରେ ତାଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅଲଗା ହେବାପରେ ଏବେ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି ଆମୀର ଓ କିରଣ। ଉଭୟ ଏକାଠି ହୋଇ ସୋଶାଲ ମିଡିଆରେ ଏକ ଭିଡିଓ ସେଆର କରିଛନ୍ତି। ଏହି ଭିଡିଓରେ ଆମୀର କହିଛନ୍ତି, ଆମେ ଅଲଗା ହେଲେ ବି ଗୋଟିଏ ପରିବାର। ଆମ ସମ୍ୱନ୍ଧ ସିନା ପରିବର୍ତ୍ତନ ହୋଇଛି ସତ କିନ୍ତୁ ଆମେ ଦୁହେଁ ଦୁହିଁଙ୍କ ପାଇଁ ସର୍ବଦା ରହିବୁ। ସେଥିପାଇଁ ଆପଣମାନେ କେବେ ଭାବନ୍ତୁନି କି ଆମେ ଅଲଗା ଅଛୁ।

କିରଣ କହିଛନ୍ତି, ଆମେ ଦୁହେଁ ଏକାଠି ହୋଇ ପୁଅ ଆଜାଦର ଦେଖାଶୁଣା କରିବୁ। ଆମେ ସବୁବେଳେ ପରିବାର ଭଳି ରହିବୁ। ଆପଣମାନେ ଆମ ପାଇଁ ପ୍ରାର୍ଥନା କରନ୍ତୁ ଆମେ କିପରି ଖୁସିରେ ରହୁ। କେବଳ ଏତିକି ଆମେ ଆପଣମାନଙ୍କୁ କହିବାକୁ ଚାହୁଁଥିଲୁ।

ସୂଚନା ମୁତାବକ ଗତକାଲି ଉଭୟ ନିଜର ବିଛେଦ ହେବା ନେଇ ଗଣମାଧ୍ୟମକୁ ଜଣାଇଥିଲେ। ୧୫ ବର୍ଷ ବୈବାହିକ ଜୀବନରେ ଫୁଲ୍‌ଷ୍ଟପ୍ ଲଗାଇଥିଲେ। ଆମିର ଓ କିରଣଙ୍କ ଏହି ନିଷ୍ପତ୍ତି ଶୁଣିବା ପରେ ଫ୍ୟାନ୍ସ ମହଲରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

The post ଅଲଗା ହେବା ପରେ ଭିଡିଓ ସେଆର କଲେ ଆମୀର-କିରଣ appeared first on Odisha Reporter.



from Odisha Reporter https://ift.tt/3qKzk8o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages