ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପାଇଁ ଆଜିର ଦିନକୁ ଐତିହାସିକ ବୋଲି କୁହାଯାଉଛି। କାରଣ ଆଜି ଦିନରେ ଏକ ସମୟରେ ଟିମ୍ ଇଣ୍ଡିଆ ଦୁଇଟି ଅଲଗା ଅଲଗା ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଭାରତୀୟ କ୍ରିକେଟରେ ଏହା ପ୍ରଥମ ଘଟଣା, ଯେତେବେଳେ ଟିମ୍ ଏକ ସମୟରେ ଦୁଇଟି ଭିନ୍ନ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଖେଳିବେ।
ଭାରତର ଗୋଟିଏ ଟିମ୍ ଏବେ ଇଂଲଣ୍ଡ ଗସ୍ତରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଯାଇଛି। ଏହି ଟିମର ନେତୃତ୍ୱ ନେଉଛନ୍ତି ବିରାଟ୍ କୋହଲି। ଯଦିଓ ସିରିଜର ଶୁଭାରମ୍ଭ ଅଗଷ୍ଟ ୪ ତାରିଖରୁ ହେବ, କିନ୍ତୁ ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଆଜି ଠାରୁ କାଉଣ୍ଟି ସିଲେକ୍ଟ ଇଲେଭେନ୍ ବିପକ୍ଷରେ ପ୍ରାକ୍ଟିସ୍ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ।
ଅନ୍ୟପକ୍ଷରେ ଶିଖର ଧୱନଙ୍କ ନେତୃତ୍ୱରେ ଭାରତର ଦ୍ୱିତୀୟ ଟିମ୍ ଶ୍ରୀଲଙ୍କା ଗସ୍ତରେ ଅଛି ଏବଂ ସେଠାରେ ଟିମ୍ ଇଣ୍ଡିଆ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ୍ ଶେଷ ହୋଇଥିବା ବେଳେ ଉଭୟ ଟିମ୍ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ।
ତେବେ ରୋଚକ କଥା ହେଉଛି ଏହି ଦୁଇଟି ଯାକ ମୁକାବିଲାର ସିଧା ପ୍ରସାରଣ କରାଯିବ। ଏହାବ୍ୟତୀତ ଦୁଇ ମ୍ୟାଚର ସମୟ ମଧ୍ୟ ପାଖାପାଖି ସମାନ ରହିଛି। ଦୁଇଟି ଯାକ ମ୍ୟାଚ୍ ଆରମ୍ଭ ହେବାରେ ମାତ୍ର ୩୦ ମିନିଟର ବ୍ୟବଧାନ ରହିଛି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ଅପରାହ୍ଣ ୩ଟା ଏବଂ ଇଂଲଣ୍ଡରେ ଟିମ୍ ଇଣ୍ଡିଆର ଅଭ୍ୟାସ ମ୍ୟାଚ୍ ସାଢ଼େ ୩ଟାରେ ଆରମ୍ଭ ହେବ।
The post ଐତିହାସିକ ଦିନ! ଏକ ସମୟରେ କୋହଲି ଓ ଧୱନଙ୍କ ନେତୃତ୍ୱରେ ଖେଳିବ ଟିମ୍ ଇଣ୍ଡିଆ appeared first on Odisha Reporter.
from Odisha Reporter https://ift.tt/2V2Aqkk
No comments:
Post a Comment