ଅଗଷ୍ଟ ୨୧ ଯାଏ ଭାରତରୁ ବିମାନ ସେବା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 20, 2021

ଅଗଷ୍ଟ ୨୧ ଯାଏ ଭାରତରୁ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ଓ ଭାଇରସର ଡେଲ୍ଟା ଭାରିଆଣ୍ଟ ମାମଲା ବଢ଼ୁଥିବା ଦେଖି କାନାଡା ସରକାର ପୁଣି କଟକଣା କଡ଼ାକଡ଼ି କରିଛନ୍ତି। କାନାଡା ସରକାର ଭାରତରୁ ଡାଇରେକ୍ଟ ଫ୍ଲାଇଟ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଆଉ ୩୦ ଦିନ ବଢ଼ାଇ ଦେଇଛନ୍ତି। ଅର୍ଥାତ୍ ଅଗଷ୍ଟ ୨୧ ତାରିଖ ଯାଏ ଭାରତରୁ କାନାଡା ବିମାନସେବା ବନ୍ଦ ରହିବ।

ହେଲ୍‌ଥ କାନାଡା ଦ୍ୱାରା ଜାରି ବିଜ୍ଞପ୍ତିରେ ଏହାର ସୂଚନା ଦିଆଯାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଜନସ୍ୱାସ୍ଥ୍ୟ ପରାମର୍ଶ ଆଧାରରେ ଏହି ପ୍ରତିବନ୍ଧକକୁ ବୃଦ୍ଧି କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। କାନାଡା ପକ୍ଷରୁ ମଧ୍ୟରୁ କୁହାଯାଇଛି ଯେ ଦେଶରେ ଯଦି କରୋନା ମାମଲା ସ୍ଥିତିରେ ସୁଧାର ଆସିବ, ତାହେଲେ ସେପ୍ଟେମ୍ବର ୭ ତାରିଖରୁ ଯାତ୍ରୀଙ୍କ ପାଇଁ ସୀମା ଗୁଡ଼ିକୁ ଖୋଲି ଦିଆଯିବ। ତେବେ ଯେଉଁମାନଙ୍କର ଟିକାକରଣ ସରିଥିବା, ସେହିମାନଙ୍କୁ ହିଁ ଅନୁମତି ମିଳିବ ବୋଲି କାନାଡା ପକ୍ଷରୁ କୁହାଯାଇଛି।

କାନାଡାର ପରିବହନ ମନ୍ତ୍ରୀ ଓମାର୍ ଆଲଘାବ୍ରା କହିଛନ୍ତି, କୋଭିଡ୍-୧୯ରେ ଦେଖା ଦେଇଥିବା ଡେଲ୍ଟା ଭାରିଆଟକୁ ଦୃଷ୍ଟିରେ ରଖି ଭାରତରୁ ବିମାନ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତରେ ଏବେବି ସ୍ଥିତି ଚିନ୍ତାଜନକ ରହିଛି। ତେଣୁ କରୋନା ମାମଲା ନିୟନ୍ତ୍ରଣକୁ ଆସିବା ପରେ ହିଁ ବିମାନ ଚଳାଚଳ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ୍ ୨୨ ତାରିଖରୋ କାନାଡା ପ୍ରଥମଥର ଭାରତରୁ ବିମାନସେବା ଉପରେ ରୋକ୍ ଲଗାଇଥିଲେ। ଯାହା ପରେ ଦେଶର ସ୍ଥିତିକୁ ଦେଖି ଚତୁର୍ଥଥର ପ୍ରତିବନ୍ଧକକୁ ବୃଦ୍ଧି କରାଯାଇଛି।

The post ଅଗଷ୍ଟ ୨୧ ଯାଏ ଭାରତରୁ ବିମାନ ସେବା ବନ୍ଦ appeared first on Odisha Reporter.



from Odisha Reporter https://ift.tt/3BinVl8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages