ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ ୪ରେ ହରିଆଣାର ପୌଟଦୀରେ ଥିବା ଏକ ମହାପଞ୍ଚାୟତରେ ଲୋକଙ୍କୁ ଉସକେଇବାକୁ ଯାଇ ହେଟ୍ ସ୍ପୀଚ୍ ଦେଇଥିଲେ ରାମଭଗତ ଗୋପାଳ ନାମକ ବ୍ୟକ୍ତି। ଏହାପରେ ହେଟ୍ ସ୍ପୀଚ ଏବଂ ଅନ୍ୟାନ୍ୟ ଅଭିଯୋଗରେ ପୁଲିସ ଏହି ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସ୍ଥାନୀୟ କୋର୍ଟ ଏବେ ଏହି ବ୍ୟକ୍ତିଙ୍କ ଜାମିନ୍ ଖାରଜ କରିଛି। ଜାମିନ ଖାରଜ କରିବା ବେଳେ କୋର୍ଟ କହିଛନ୍ତି, ହେଟ୍ ସ୍ପୀଚ୍ ଏବେ ଫ୍ୟାଶନ। ଏହା ମହାମାରୀଠୁ ଭି ଅଧିକ ବିପଦ ବୋଲି ଗୁରୁଗ୍ରାମ କୋର୍ଟ କହିଛନ୍ତି। କୋର୍ଟ ଜାମିନ୍ ଖାରଜ କରି ପରୋକ୍ଷରେ କହିଛନ୍ତି ହେଟ୍ ସ୍ପୀଚ ସମାଜରେ ଗ୍ରହଣୀୟ ନୁହେଁ।
ଗତବର୍ଷ ଜାନୁଆରୀରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ବିରୋଧ କରି ଦିଲ୍ଲୀରେ ପ୍ରଥମେ ଆନ୍ଦୋଳନ ପରେ ଦଙ୍ଗା ହୋଇଥିଲା। ଆନ୍ଦୋଳନ ସମୟରେ ଏହି ବ୍ୟକ୍ତି ପୁଲିସ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।
ବିଚାରପତି ମହମ୍ମଦ ସଗିର କହିଛନ୍ତି ଯେ ରାମଭଗତ ନାମକ ବ୍ୟକ୍ତି ଯିଏକି ହେଟ୍ ସ୍ପୀଚ ଅଭିଯୋଗରେ ଗିରଫ ହୋଇଛନ୍ତି। କୋର୍ଟରେ ଜାମିନ୍ ଆବେଦନ କରିଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ଅଭିଭାଷଣର ଭିଡିଓ ଫୁଟେଜ କୋର୍ଟ ପାଖରେ ହସ୍ତଗତ ହୋଇଛି। ଏହି ଭିଡିଓରେ ରାମଭଗତ ଗୋପାଳ ଜଣଙ୍କ ଯାହା କହିଛନ୍ତି ତାହା ଦେଖିବା ପରେ କୋର୍ଟ ସମ୍ପୂର୍ଣ୍ଣ ଚକିତ। ଏହାପରେ ବିଚାରପତି କହିଛନ୍ତି ଯେ ଧର୍ମ କିମ୍ବା ଜାତି ଆଧାରରେ ଉତ୍ତେଜକ ଭାଷଣ ଆଜିକାଲି ଏକ ଫ୍ୟାଶନରେ ପରିଣତ ହୋଇଛି। ଏଭଳି ଘଟଣାର ମୁକାବିଲା କରିବାରେ ପୁଲିସ ଅସହାୟ ବୋଲି ଦୃଦବୋଧ ହୋଇଛି। ଏପରି କାର୍ଯ୍ୟକଳାପ ପ୍ରକୃତରେ ଆମ ଦେଶର ଧର୍ମନିରପେକ୍ଷତାକୁ ବିଚଳିତ କରୁଛି। ଏହା ଭାରତର ସମ୍ବିଧାନର ଆତ୍ମାକୁ ହତ୍ୟା କରୁଛି।
କୋର୍ଟ ଏପରି କାମକୁ ଦୃଢ଼ ଶବ୍ଦରେ ନିନ୍ଦା କରିଛନ୍ତି। ଯେଉଁମାନେ ଏପରି ସାମ୍ପ୍ରଦାୟିକ ଭାବରେ ଅଭିଭାଷଣ ଦେଇ ଅସହଯୋଗ ପରିସ୍ଥିତି କରୁଛନ୍ତି ସେମାନେ କୋଭିଡ ମହାମାରୀ ଅପେକ୍ଷା ଦେଶ ପାଇଁ ଅଧିକ ବିପଦ। ଶତ୍ରୁ ସୃଷ୍ଟି କରିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଘୃଣା ଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ଏପରି ବ୍ୟକ୍ତିମାନେ ମହାମାରୀ ଅପେକ୍ଷା ଦେଶ ପାଇଁ ଅଧିକ କ୍ଷତି କରୁଛନ୍ତି ବୋଲି ବିଚାରପତି କହିଛନ୍ତି।
The post ହେଟ୍ ସ୍ପୀଚ୍ ଏବେ ଫ୍ୟାଶନ, ଏଭଳି ବକ୍ତବ୍ୟ ରଖୁଥିବା ବ୍ୟକ୍ତି ମହାମାରୀଠୁ ଅଧିକ ବିପଦ: କୋର୍ଟ appeared first on Odisha Reporter.
from Odisha Reporter https://ift.tt/3Bci9RU
No comments:
Post a Comment