ପୁଅ, ଝିଅକୁ କୂଅକୁ ଠେଲି ମାରିବା ପରେ ମା’ର ଆତ୍ମହତ୍ୟା ଉଦ୍ୟମ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 16, 2021

ପୁଅ, ଝିଅକୁ କୂଅକୁ ଠେଲି ମାରିବା ପରେ ମା’ର ଆତ୍ମହତ୍ୟା ଉଦ୍ୟମ!

ବାଲିଗୁଡ଼ା (ଅଜିତ ନାୟକ): ଜଣେ ମହିଳା ତାଙ୍କର ଦୁଇ ଛୁଆଙ୍କୁ କୂଅକୁ ଠେଲି ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ରାଇକିଆରୁ ଆସିଛି ଏହି ଅଭିଯୋଗ।

ଏହି ମହିଳାଙ୍କ ନାଁ ଭାଗ୍ୟଲକ୍ଷ୍ମୀ ପାତ୍ର। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ଏମ୍‌. ରାଜେଶ ପାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ଭାଗ୍ୟଲକ୍ଷ୍ମୀ ଦୁଇ ଛୁଆ (୯ ବର୍ଷର ଝିଅ ଓ ୫ ବର୍ଷର ପୁଅ)ଙ୍କୁ ଧରି ଘରୁ ପଳାଇଥିଲେ। ଆଜି ଏକ କୂଅରେ ଦୁଇ ଛୁଆଙ୍କୁ ଠେଲି ମାରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ଦୁଇ ଛୁଆଙ୍କୁ ଉଦ୍ଧାର କରିଥିଲେ। ତେବେ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

କେଉଁ କାରଣକୁ ନେଇ ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମଧ୍ୟରେ ଝଗଡ଼ା ହୋଇଥିଲା ଯେ ସେ ଏଭଳି ଏକ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇପାରି ନାହିଁ। ରାଇକିଆ ପୁଲିସ୍ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଭାଗ୍ୟଲକ୍ଷ୍ମୀଙ୍କ ଭାଇ ରାଇକିଆ ଥାନାରେ ଅଭିଯୋଗ କରିଛନ୍ତି ଯେ ରାଜେଶଙ୍କର ଅନ୍ୟ ମହିଳାଙ୍କ ସହିତ ସଂପର୍କ ଥିଲା। ସେଥିପାଇଁ ଭାଗ୍ୟଲକ୍ଷ୍ମୀ ଓ ରାଜେଶଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଭାଗ୍ୟଲକ୍ଷ୍ମୀଙ୍କୁ ରାଜେଶ ନିର୍ଯାତନା ଦେଉଥିବାରୁ ସେ ଏଭଳି ଏକ ଚରମ ପଦକ୍ଷେପ ନେଇଥିବା ତାଙ୍କ ଭାଇ କହିଛନ୍ତି।

The post ପୁଅ, ଝିଅକୁ କୂଅକୁ ଠେଲି ମାରିବା ପରେ ମା’ର ଆତ୍ମହତ୍ୟା ଉଦ୍ୟମ! appeared first on Odisha Reporter.



from Odisha Reporter https://ift.tt/3eqD5uK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages