ନୂଆଦିଲ୍ଲୀ: ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପାଖାପାଖି ଘଣ୍ଟାଏ ଧରି ଉଭୟ ନେତା ଆଲୋଚନା କରିଥିବା ସୂଚନା ରହିଛି। ଏହି ଭେଟଘାଟର ସୂଚନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍ କରି ଦେଇଛି। କେଉଁ ପ୍ରସଙ୍ଗରେ ଏହି ଦୁଇ ନେତା ଆଲୋଚନା କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଗତକାଲି ପାଓ୍ୱାରଙ୍କୁ ଭେଟିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ରମନ୍ତ୍ରୀ ତଥା ମହାରାଷ୍ଟ୍ରର ନେତା ପୀୟୁଷ ଗୋଏଲ। ଏହାପରେ ପାଓ୍ୱାର ସକାଳେ ମୋଦିଙ୍କୁ ଭେଟିବା ବିଭିନ୍ନ ପ୍ରସଙ୍ଗକୁ ଉଜ୍ଜୀବିତ କରିଛି।
ଏହି ଭେଟଘାଟ ରାଜନୀତିକ ଉଦ୍ଦେଶ୍ୟରେ ରହିଛି ବୋଲି ସମ୍ଭାବନା ରହିଛି। କାରଣ ମୋଦି ସରକାରୀ ସ୍ତରରେ ଯେଉଁ ସ୍ଥାନରେ ଭେଟୁଥିବାର ଫଟୋ ଜାରି ହୁଏ ଶରଦ ପାଓ୍ୱାରଙ୍କ ସହ ସେହି ସ୍ଥାନରେ ଫଟୋ ନାହିଁ। ଅନ୍ୟପଟେ ପିଏମଓ ଯେଉଁ ଫଟୋ ଜାରି କରିଛି ଦୁଇ ନେତା ରିଲାକ୍ସ ମୋଡରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ପାଓ୍ୱାର ବି ସାଂସଦ ହେଲେ ରାଜନୀତିକ ସ୍ତରରେ ଭେଟଘାଟ ହୋଇଥିବାରୁ ପ୍ରୋଟୋକଲ ଦୃଷ୍ଟିରୁ ଅନ୍ୟ ଏକ ପ୍ରୋକଷ୍ଠରେ ମୋଦି-ପାଓ୍ୱାର ଆଲୋଚନା କରିଥିବା କୁହାଯାଉଛି।
ଆଗକୁ ରାଷ୍ଟ୍ରପତି ନିର୍ବାଚନ ରହିଥିବା ବେଳେ ମହାରାଷ୍ଟ୍ରରେ ଥିବା ମେଣ୍ଟ ସରକାରରେ କନ୍ଦଳ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ୨୦୨୪କୁ ଲକ୍ଷ୍ୟ ରଖି ସମସ୍ତ ବିରୋଧୀଙ୍କୁ ଏକାଠି କରି ବିଜେପି ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିସାରିଛନ୍ତି। ତେବେ ମମତା ଏବଂ ବିରୋଧୀଙ୍କ ଉଦ୍ଦେଶ୍ୟ ସେତେବେଳେ ସଫଳ ହେବ ଯଦି ସେମାନେ ରାଜନୀତିକ ଓସ୍ତାଦ କୁହାଯାଉଥିବା ପାଓ୍ୱାରଙ୍କୁ ତାଙ୍କ ପାର୍ଶ୍ୱରେ ରଖିବେ। ପାଓ୍ୱାରଙ୍କୁ ଆଗାମୀ ଦିନରେ ରାଷ୍ଟ୍ରପତି କରାଇବାକୁ ମଧ୍ୟ ବିରୋଧୀ ଗୋଷ୍ଠୀ ଯୋଜନା କରୁଥିବା ସୂଚନା ରହିଛି। ଏଭଳି ସ୍ଥିତିରେ ପାଓ୍ୱାରଙ୍କୁ ନିଜ ପାର୍ଶ୍ୱରେ ରଖିବାକୁ ବିଜେପି ଭିତିରିଆ ଗୋଟି ଚଳାଉଥିବା ସୂଚନା ରହିଛି। ମହାରାଷ୍ଟ୍ରରେ ଏନସିପି ସହିତ ମେଣ୍ଟ କରି ପାଓ୍ୱାରଙ୍କୁ ରାଷ୍ଟ୍ରପତି ପଦ ପାଇଁ ବିଜେପି ଅଫର ଦେଇପାରେ ବୋଲି ଏକ ସମ୍ଭାବନା ରହିଛି।
Rajya Sabha MP Shri Sharad Pawar met PM @narendramodi. @PawarSpeaks pic.twitter.com/INj26CLl0k
— PMO India (@PMOIndia) July 17, 2021
ସୂଚନାଯୋଗ୍ୟ, କଂଗ୍ରେସ ଏବେ ମହାରାଷ୍ଟ୍ରରେ ଶିବସେନା ଏବଂ ଏନସିପିକୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଛି। ଶିବସେନା-କଂଗ୍ରେସ ମଧ୍ୟରେ ସମ୍ପର୍କର ସେତୁ ସାଜିଛନ୍ତି ପାଓ୍ୱାର। ଏଭଳି ସ୍ଥିତିରେ ସର୍ବାଧିକ ଆସନରେ ବିଜୟୀ ହୋଇ ବିରୋଧୀ ଆସନରେ ବସିଥିବା ବିଜେପି କ୍ଷମତାକୁ ଫେରିବା ପାଇଁ ସମସ୍ତ ପ୍ରକାର ଗୋଟି ଚଳାଉଥିବା ଚର୍ଚ୍ଚା ହେଉଛି।
The post ଦେଶର କ୍ଷମତା କେନ୍ଦ୍ରକୁ ଭେଟିଲେ ପାଓ୍ୱାର appeared first on Odisha Reporter.
from Odisha Reporter https://ift.tt/3wOGolT
No comments:
Post a Comment